ରାଜ୍ୟ

ବାତ୍ୟା ‘ଦାନା’‌ରେ ୬୦୦କୋଟିର କ୍ଷତି: ଆଜି କେନ୍ଦ୍ରକୁ ପଠାଯିବ ରିପୋର୍ଟ

ଭୁବନେଶ୍ବର: ବାତ୍ୟା ‘ଦାନା’ ପ୍ରଭାବରେ ରାଜ୍ୟର ୧୪ଟି ଜିଲ୍ଲା ପ୍ରଭାବିତ ହୋଇଛି। ଏଥିରେ ପ୍ରାୟ ୬୦୦କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ଆଜି ବାତ୍ୟାଜନିତ କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତି ଶେଷ ହେବ।

ମଙ୍ଗଳବାର ଏହି ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପଠାଯିବ। ବାତ୍ୟା ‘ଦାନା’ରେ ୧୪ଟି ଜିଲ୍ଲାର ୧୬୬ଟି ବ୍ଲକରେ କ୍ଷୟକ୍ଷତି ହୋଇଥିବାବେଳେ ୧୩୧ଟି ବ୍ଲକ ବେଶୀ ପ୍ରଭାବିତ ହୋଇଛନ୍ତି। ୧୧,୬୩୭ ଗାଁ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି।

ମୋଟ୍ ଉପରେ ୪୧,୦୪,୩୫୭ ଲୋକ ପ୍ରଭାବିତ ହୋଇଛନ୍ତି। ବାତ୍ୟାରେ ୧୬,୪୧୬ଟି ଘର ଭାଙ୍ଗିଛି। ସେଥିରୁ ୨୭ଟି କଚ୍ଚାଘର ଭାଙ୍ଗିଥିବା ବେଳେ ୧୪,୬୮୦ଟି ଘର ଆଂଶିକ ଭାବେ ଭାଙ୍ଗିଛି। ୬୧ଜଣ ଲୋକ ଗୁରୁତର ହୋଇଛନ୍ତି। ୪ ହଜାର କୁକୁଡ଼ା, ୭୧ଟି ଛୋଟ ବଡ଼ ଜୀବ ମରିଛନ୍ତି। ବିଭିନ୍ନ ବିଭାଗର କ୍ଷୟକ୍ଷତି ହୋଇଥିବାବେଳେ ଶକ୍ତି ବିଭାଗର ଭିତ୍ତିଭୂମି ଅଧିକ କ୍ଷତି ହୋଇଛି

Related Articles

Leave a Reply

Your email address will not be published. Required fields are marked *

Back to top button