IBN ଓଡ଼ିଶା ବ୍ୟୁରୋ

ଉତ୍ତରାଖଣ୍ଡରେ ଖାଇକୁ ବସ୍ ଖସି ୩୬ ମୃତ

ଡେରାଡୁନ: ଉତ୍ତରାଖଣ୍ଡ ଆଲମୋଡ଼ା ଜିଲ୍ଲାର ମାର୍ଚୁଲା ନିକଟରେ ସୋମବାର ସକାଳେ ୬୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ୪୩ ସିଟ୍ ବିଶିଷ୍ଟ ବସ୍ ଗଭୀର ଖାଇକୁ ଖସି ପଡ଼ିବାରୁ ୩୬ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୫ ଜଣ ନିଖୋଜ ଅଛନ୍ତି ଓ ୧୦ ଜଣ ଆହତ ହୋଇଛନ୍ତି। ଆଲମୋଡ଼ାର ବିପର୍ଯ୍ୟୟ ପରିଚାଳନା ଅଧିକାରୀ ବିନୀତ ପାଲ କହିଛନ୍ତି, ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି ଏବଂ ନିଖୋଜ ଥିବା ଯାତ୍ରୀଙ୍କୁ ଖୋଜିବାରେ ସ୍ଥାନୀୟ ଗ୍ରାମବାସୀ ସହଯୋଗ କରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ପୌଡ଼ି ଗଡ଼ୱାଲ ଜିଲ୍ଲାର ନୈନି ଦଣ୍ଡାରୁ ନୈନିତାଲ ଜିଲ୍ଲାର ରାମନଗର ଅଭିମୁଖେ ଯାଉଥିବା ବସ୍ଟି ସକାଳ ପ୍ରାୟ ୭ଟା ବେଳେ ସରଦ ବେଣ୍ଡ ନିକଟରେ ନିୟନ୍ତ୍ରଣ ହରାଇ ଗୀତ ଜାଗିର ନଦୀ କୂଳରେ ଖାଇକୁ ଖସିପଡ଼ିଥିଲା। ଖବର ପାଇ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏସ୍ଡିଆର୍ଏଫ୍), ସ୍ଥାନୀୟ ପୁଲିସ ଓ ଡାକ୍ତରୀ ଦଳ ସମେତ ଜରୁରିକାଳୀନ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆଲମୋଡା ଏସ୍ଏସ୍ପି ଓ ବିପର୍ଯ୍ୟୟ ପରିଚାଳନା ଅଧିକାରୀମାନେ ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି। ଗଡ଼ୱାଲ ମୋଟର ମାଲିକ ସଂଘ ଲିମିଟେଡ୍ (ଜିଏମ୍ଓୟୁ)ର ମାଲିକାନାରେ ଏହି ବସ୍ ରହିଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ୪ ଲକ୍ଷ ଟଙ୍କା ଓ ଆହତଙ୍କୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି। ଏହି ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ପିଏମ୍ଏନ୍ଆର୍ଏଫ୍ ପକ୍ଷରୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button