ଦେଶ

ହିମାଚଳ ବନ୍ୟାରେ ଏପର୍ଯ୍ୟନ୍ତ ୩୩୮ ମୃତ; ଆଗାମୀ ୩ ଦିନ ପାଇଁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ – Ibnodisha

[ad_1]

ସିମଳା: ଜୁନ୍ ୨୪ରୁ ହିମାଚଳ ପ୍ରଦେଶରେ ଲାଗିରହିଥିବା ବନ୍ୟା ବିତ୍ପାତରେ ଏପର୍ଯ୍ୟନ୍ତ ମୋଟ ୩୩୮ ଜଣ ପ୍ରାଣ ହରାଇଥିବା ଜଣାପଡିଛି  ଏହାସତ୍ତ୍ୱେ ସେଠାରେ ପ୍ରକୃତିର ପ୍ରକୋପ ଥମିବାର ନାଁ ନେଉନାହିଁ । ଏଥିମଧ୍ୟରେ ଭୂସ୍ଖଳନ, ବର୍ଷା ଜନିତ ସଡକ ଦୁର୍ଘଟଣାରେ ଅଧିକାଂଶ ଲୋକଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି । ମୃତକଙ୍କ ମଧ୍ୟରୁ କେବଳ ସିମଳାରେ ଭୂସ୍ଖଳନ ଯୋଗୁଁ ୨୪ ଜଣଙ୍କର ମୃତ୍ୟୁ ଘଟିଛି । ଏବେମଧ୍ୟ କେତେକ ଲୋକ ଧ୍ୱଂସସ୍ତୂପ ତଳେ ପୋତି ହୋଇଥିବା ଆଶଙ୍କା କରାଯାଉଛି । ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଅଗଷ୍ଟ ୨୦ ଓ ୨୧, ଦୁଇଦିନ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବାବେଳେ ୨୨ ଓ ୨୩ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ପରିପ୍ରେକ୍ଷୀରେ ଏସ୍‌ଡିଆରଏଫ୍‌, ଏନ୍‌ଡିଆରଏଫ୍ ଯବାନଙ୍କ ସମେତ ଦମକଳ ବାହିନୀକୁ ସଜାଗ ରଖାଯାଇଛି । ଭୂସ୍ଖଳନ ଦୃଷ୍ଟିକୋଣରୁ ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥାନ ଉପରେ ନଜର ରଖିବାକୁ ଡ୍ରୋନ୍ ବ୍ୟବହାର କରାଯାଉଛି । ୧୧,୯୦୦ ବାସଗୃହ ଆଂଶିକ କିମ୍ବା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବାବେଳେ ୫୬୦ ସଡକ ଏପର୍ଯ୍ୟନ୍ତ ବନ୍ଦ ରହିଛି ।

୨୫୩ଟି ଟ୍ରାନ୍ସଫର୍ମର ଅକାମୀ ହୋଇପଡିଥିବାବେଳେ ୧୦୭ ଜଳଯୋଗାଣ ପ୍ରକଳ୍ପ ମଧ୍ୟ ଠପ୍ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରବିବାର କେନ୍ଦ୍ର ସରକାରଙ୍କ ତରଫରୁ ହିମାଚଳକୁ ୨୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ଇତିପୂର୍ବରୁ ଜୁଲାଇ ୧୦ ଓ ୧୭ରେ କେନ୍ଦ୍ର ସରକାର ଦୁଇଟି କିସ୍ତିରେ ରଜ୍ୟକୁ ୩୬୦ କୋଟି ଟଙ୍କାର ଅନୁଦାନ ରାଶିକୁ ମଞ୍ଜୁର କରିସାରିଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବାପରେ ହିମାଚଳ ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ କହିଛନ୍ତି ଯେ ବନ୍ୟା ଓ ବର୍ଷାଜନିତ ଘଟଣାରେ ପ୍ରାୟ ୧୦,୦୦୦ କୋଟିରର କ୍ଷତି ଘଟିସାରିଲାଣି । ନିଖୋଜ ୫୦ ଜଣଙ୍କୁ ଠାବ କରିବାକୁ ଉଦ୍ୟମ ଅବ୍ୟାହତ ରହିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହିଁ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମଗ୍ର ରାଜ୍ୟକୁ ‘ପ୍ରାକୃତିକ ବିପର୍ଯ୍ୟୟ ଅଞ୍ଚଳ’ ଘୋଷଣା କରାଯାଇଛି । ଏହାକୁ ଜାତୀୟ ବିପତ୍ତି ଘୋଷଣା କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଛି । ବିଗତ ୫୦ ବର୍ଷ ମଧ୍ୟରେ ରାଜ୍ୟରେ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଘଟିନଥିଲା ବୋଲି ଅଗ୍ନିହୋତ୍ରୀ କହିଛନ୍ତି । ବ୍ୟାସ୍ ନଦୀର ଜଳପତ୍ତନ ବୃଦ୍ଧି ପାଉଥିବାରୁ କାଙ୍ଗ୍ରା ଜିଲ୍ଲାର ଅଧିକାଂଶ ଅଞ୍ଚଳ ଏବେମଧ୍ୟ ଜଳମଗ୍ନ ରହିଛି । ବେଆଇନଭାବେ ଖଣି କାର୍ଯ୍ୟ ଜାରି ରହିଥିବାରୁ ବନ୍ୟା ପରିସ୍ଥିତି ଜଟିଳ ରୂପ ଧାରଣ କରିଥିବା ରାଜ୍ୟ ସରକାର କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button