ଦେଶ

କରୋନାର ନୂଆ ଭାରିଆଣ୍ଟ ପାଇଁ ସତର୍କ ହେଲେ ସରକାର, ଡାକିଲେ ଜରୁରୀ ବୈଠକ – Ibnodisha

[ad_1]

ନୂଆଦିଲ୍ଲୀ : କରୋନା ଭୁତାଣୁର ଏକ ନୂଆ ଭାରିଆଣ୍ଟ ଆସିବା ପରେ ସାରା ବିଶ୍ବରେ ପୁଣି ଥରେ ଚିନ୍ତା ପ୍ରକାଶ ପାଇଛି । ବ୍ରିଟେନ ଓ ୟୁରୋପର କେତେକ ଦେଶରେ ଏହି ଭାରିଆଣ୍ଟ ବ୍ୟାପିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ସତର୍କ ହୋଇଉଠିଛନ୍ତି ।

କେନ୍ଦ୍ର ସରକାର ଦେଶରେ କରୋନା ସ୍ଥିତି ର ସମୀକ୍ଷା ପାଇଁ ସୋମବାର ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାମ୍ପ୍ରତିକ କୋଭିଡ୍-୧୯ ସ୍ଥିତି ଓ ପ୍ରସ୍ତୁତି ର ସମୀକ୍ଷା କରାଯାଇଥିଲା। ଏହି ଉଚ୍ଚସ୍ତରୀୟ ବୈଠକରେ ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ. ପଲ୍, କ୍ୟାବିନେଟ୍ ସଚିବ ରାଜୀବ ଗୌବା, ପିଏମଓ ପରାମର୍ଶଦାତା ଅମିତ ଖରେ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ସମୟରେ ରାଜ୍ୟଗୁଡ଼ିକୁ ଟେଷ୍ଟିଂ, ଜିନୋମ ସିକ୍ୱେନ୍ସିଂ ବଢ଼ାଇବା ସହ କରୋନା ଭୂତାଣୁର ନୂଆ  ଭାରିଆଣ୍ଟ ଉପରେ ସତର୍କ ନଜର ରଖିବାକୁ କୁହାଯାଇଛି। ନିକଟରେ କରୋନାର ନୂଆ ଭାରିଏଣ୍ଟ ବିଏ.୨.୮୬ ଯୋଗୁଁ ଅନେକ ଦେଶରେ କରୋନା ମାମଲା ବୃଦ୍ଧି ପାଇଛି।

ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ବିଶ୍ୱରେ ବଢୁଥିବା କରୋନା ଆକ୍ରାନ୍ତଙ୍କ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଅନୁଯାୟୀ, ୫୦ରୁ ଅଧିକ ଦେଶରେ ଇଜି.୫ (ଏରିସ୍) ଚିହ୍ନଟ ହୋଇଥିବା ବେଳେ ୪ଟି ଦେଶରେ ବିଏ.୨.୮୬ (ପିରୋଲା) ଭାରିଏଣ୍ଟର ମାମଲା ଚିହ୍ନଟ ହୋଇଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button