କରୀନାଙ୍କ ପ୍ରିୟ ଖାଦ୍ୟରେ ଡ୍ରେସ୍ କରି ପିନ୍ଧି ପକାଇଲେ ‘ବିଗ୍ବସ୍’ ଫେମ୍ ଉର୍ଫି ଜଭେଦ୍ – Ibnodisha
[ad_1]
ମୁମ୍ବାଇ: କିଛି ଦିନ ଅନ୍ତରରେ କୌଣସି ନା କୌଣସି କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ‘ବିଗ୍ବସ୍’ ଫେମ୍ ଉର୍ଫି ଜଭେଦ୍। ସେ ଅଧିକାଂଶ ସମୟରେ ନିଜର ବୋଲ୍ଡ କଥାବାର୍ତ୍ତା ଏବଂ ପୋଷାକ ପାଇଁ ଚର୍ଚ୍ଚା ପାଲଟିଥାନ୍ତି। ନିକଟରେ ସେ ପୁଣି ଥରେ ନିଜର ପୋଷାକ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି।
ଉର୍ଫି ଜାଭେଦ ଆଉ ଏକ ନୂଆ ପୋଷାକର ଉଦ୍ଭାବନ କରିଛନ୍ତି ବୋଲି କହିଲେ ଭୁଲ୍ ହେବ ନାହିଁ। ଆଜ୍ଞା ହଁ, ଏହାକୁ ଏକ ଉଦ୍ଭାବନ ବୋଲି କୁହାଯିବ। କାରଣ ସେ ଡିଜାଇନ୍ କରିଥିବା ପୋଷାକ ଏହି ପୃଥିବୀର ଅନ୍ୟ କୌଣସି ବି ସ୍ଥାନରେ ପାଇବା କଷ୍ଟକର।
କେତେବେଳେ ସେ ବୁଦାରେ ତିଆରି ପୋଷାକ ପିନ୍ଧିଲେଣି ତ ଆଉ କେତେବେଳେ ସେ ହ୍ୟାଣ୍ଡବ୍ୟାଗରେ ତିଆରି ହୋଇଥିବା ପୋଷାକରେ ନଜର ଆସିଛନ୍ତି। ନିକଟରେ ସେ ଫ୍ରେଞ୍ଚ୍ ରୋଲ୍ରେ ପୋଷାକ ତିଆରି କାରି ପରିଧାନ କରିଛନ୍ତି, ଯାହାକି ଅଭିନେତ୍ରୀ କରୀନା କପୁରଙ୍କ ପ୍ରିୟ ଖାଦ୍ୟ ବୋଲି କୁହାଯାଉଛି। ଉର୍ଫି ଜାଭେଦ ଏପରି ପୋଷାକ ପିନ୍ଧି ଫଟୋ ବି ଉଠାଇଛନ୍ତି। ସେ ତାଙ୍କର ଏହି ଫଟୋକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।
ଫ୍ରେଞ୍ଚ୍ ରୋଲ୍କୁ ଉର୍ଫି ବିକିନି ଶୈଳୀରେ ତିଆରି କରିଛନ୍ତି। ଉର୍ଫିଙ୍କର ଏହି ପୋଷ୍ଟକୁ ହଜାର ହଜାର ଲୋକ ପସନ୍ଦ କରିଛନ୍ତି। ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଉଛନ୍ତି।
ଜଣେ ଲେଖିଛନ୍ତି, ‘‘ବର୍ତ୍ତମାନ ଏହାକୁ ପିନ୍ଧିବାକୁ ବାକି ରହିଥିଲା। ଏହା ଖାଇବା ପାଇଁ, ପିନ୍ଧିବା ପାଇଁ ନୁହେଁ।’’ ଏହାପୂର୍ବରୁ ଯେତେବେଳେ ଉର୍ଫି ସ୍ୱାଧୀନତା ଦିନ ସାଲୱାର-ସୁଟ ପିନ୍ଧିଥିଲେ, ସେତେବେଳେ ଜନସାଧାରଣ ତାଙ୍କ ସାଧାପଣକୁ ଖୁବ୍ ପସନ୍ଦ କରିଥିଲେ।
[ad_2]