ରାଜନୀତି

ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି / ଜନଜାତି ବିଭାଗର ମିଳିତ କାର୍ଯ୍ୟକାରିଣୀ ବୈଠକ – Ibnodisha

[ad_1]

ଭୁବନେଶ୍ୱର – ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିିତ ଜାତି ଓ ଜନଜାତି ବିଭାଗର ଏକ ମିଳିତ କାର୍ଯ୍ୟକାରିଣୀ ବୈଠକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଅଖିଳ ଭାରତ କଂଗ୍ରେସ କମିଟି (ଏସ୍‌.ସି.,ଏସ୍‌.ଟି., ଓ.ବି.ସି ଓ ସଂଖ୍ୟାଲଘୁ) ବିଭାଗର ସଂଯୋଜକ ଶ୍ରୀ କେ. ରାଜୁ କହିଲେ ଯେ, ଓଡ଼ିଶାର ୧୪୭ ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ସଂରକ୍ଷିତ ଥିବା ୫୭ ଟି ଅନୁସୂଚୀତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ନେତୃତ୍ୱ ବିକାଶ ମିଶନ ଗଠନ କରାଯାଇଛି । ୩୩ ଗୋଟି କଂଗ୍ରେସ ସାଂଗଠାନିକ ଜିଲ୍ଲାର ସଭାପତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ନେତୃତ୍ୱ ବିକାଶ କମିଟି ଗଠନ କରାଯିବା ପାଇଁ ଶ୍ରୀ ରାଜୁ ପ୍ରକାଶ କରିଥିଲେ । ଏହି କମିଟି ଗୁଡ଼ିକ ସଂରକ୍ଷିତ ନିର୍ବାଚନ ମଣ୍ଡଳୀ ଗୁଡ଼ିକରେ ନୂତନ ନେତୃତ୍ୱ ସୃଷ୍ଟି ଏବଂ ଉକ୍ତ ବର୍ଗର କଂଗ୍ରେସ କର୍ମୀ ଓ ନେତାଙ୍କୁ ଦଳରେ ଯେପରି ଅଧିକ ପ୍ରାଧାନ୍ୟ ମିଳିବ ସେ ଦିଗରେ ଶ୍ରୀ ରାଜୁ ଆଲୋକପାତ କରିଥିଲେ । କଂଗ୍ରେସ ସାଂଗଠାନିକ ବ୍ୟବସ୍ଥାରେ ଅନୁସୂଚୀତ ଜାତି ଓ ଜନଜାତି ବର୍ଗର ନେତୃତ୍ୱମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ସହ କେନ୍ଦ୍ରରେ କଂଗ୍ରେସ ସରକାର ଥିବା ସମୟରେ ଏହି ବର୍ଗର ଉଦ୍ଦ୍ୟେଶରେ ଶିକ୍ଷା, ଅର୍ଥନୈତିକ ବିକାଶ ଓ ସାମାଜିକ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡ଼ିକୁ ସଂକଳିତ କରି ପ୍ରତ୍ୟେକ ଅନୁସୂଚୀତ ଜାତି ଓ ଜନଜାତି ବର୍ଗର ଭୋଟର ମାନଙ୍କ ପାଖକୁ ଯିବା ପାଇଁ ନେତୃତ୍ୱ ବିକାଶ କମିଟି କାର୍ଯ୍ୟ କରିବ ବୋଲି ସେ ମତବ୍ୟକ୍ତ କରିଥିଲେ ।

ଅଖିଳ ଭାରତ କଂଗ୍ରେସ କମିଟି ଅନୁସୂଚୀତ ଜାତି ବିଭାଗ ଅଧ୍ୟକ୍ଷ ଶ୍ରୀ ରାଜେଶ ଲିଲୋଠିଆ କହିଲେ ଯେ, ଅନୁସୂଚୀତ ଜାତିଙ୍କ ପାଇଁ ସଂରକ୍ଷିତ ଥିବା ୨୪ ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଚୟନବେଳେ ରାଜ୍ୟ ନିର୍ବାଚନ କମିଟି ପ୍ରକୃତ ନେତୃତ୍ୱ ଆବେଦନକୁ ଉପଯୁକ୍ତ ବିଚାର କରାଯିବାର ଆବଶ୍ୟକତା ବୋଲି କହିଥିଲେ । ସାଂପ୍ରତିକ ସ୍ଥିତିରେ ରାଜ୍ୟରେ ବିଜେଡ଼ି ସରକାର କେନ୍ଦ୍ର ବିଜେପି ପାଖରେ ଶରଣ ପଶିଥିଲାବେଳେ ସାଧାରଣ ଲୋକେ ରାଜ୍ୟ ସରକାରଙ୍କ ଉପରେ ଖପ୍ପା ଅଛନ୍ତି । ତେଣୁ କଂଗ୍ରେସ ନେତୃତ୍ୱ ଏ ସରକାର ର ଜନବିରୋଧି ନୀତିକୁ ଆଧାର କରି ସାଧାରଣ ଭୋଟରଙ୍କ ପାଖକୁ ଯିବା ପାଇଁ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି । ସରକାରୀ ଚାକିରୀରେ ନିଯୁକ୍ତି ଓ ଉଚ୍ଚ ଶିକ୍ଷାରେ ନାମ ଲେଖା ପାଇଁ ରହିଥିବା ସଂରକ୍ଷଣ ଆଇନ୍‌କୁ ବର୍ତମାନର ବିଜେଡ଼ି ସରକାର ମଧ୍ୟ ସଂଖ୍ୟାନୁପାତିକ ଭାବେ କାର୍ଯ୍ୟକାରୀ କରୁନାହାନ୍ତି ବୋଲି ଶ୍ରୀ ରାଜୁ କ୍ଷୋଭ ପ୍ରକାଶ କରିଥିଲେ । ଅନୁସୂଚୀତ ଜାତି ଓ ଜନଜାତି ବର୍ଗର ବିଭିନ୍ନ ସମସ୍ୟାର ସମାଧାନ ପାଇଁ କଂଗ୍ରେସ ନେତାମାନେ ଆନ୍ଦୋଳନାତ୍ମକ ପଦକ୍ଷେପ ନେଇ ଏହି ବର୍ଗର ଜନସାଧାରଣଙ୍କ ବିଶ୍ୱାସ ଭାଜନ ହେବା ଦରକାର ।
ଅଖିଳ ଭାରତ କଂଗ୍ରେସ ଆଦିବାସୀ ବିଭାଗ ଅଧ୍ୟକ୍ଷ ଶ୍ରୀ ଶିବାଜୀ ରାଓ ମୋଘେ ଆହ୍ୱାନ ଦେଇ କହିଥିଲେ ଯେ ଆଦିବାସୀ ଓ ଦଳୀତ ନେତାମାନଙ୍କୁ ଅନ୍ୟ ନେତା ଓ କର୍ମକର୍ତାମାନେ ଉପଯୁକ୍ତ ସମ୍ମାନ ଦେଲେ ସେମାନଙ୍କ ଅଧିକରୁ ଅଧିକ ଆଗ୍ରହ ପ୍ରକାଶ କରି ଦଳରେ ସାମିଲ ହେବେ ଏବଂ ଦଳରୁ ଅଭିମାନରେ ଚାଲିଯାଇଥିବା ନେତାମାନେ ମଧ୍ୟ ଆଉଥରେ ଆମ ସହ ସାମିଲ ହେବେ । କାରଣ ସ୍ୱର୍ଗତ ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କ ସମୟରୁ ଗତ ୟୁପିଏ-୧ ଓ ୟୁପିଏ-୨ ପର୍ଯ୍ୟନ୍ତ କଂଗ୍ରେସ ଦଳ ଅନୁସୂଚୀତ ଜନଜାତି ଓ ଜନଜାତି ବର୍ଗର ବିକାଶ ପାଇଁ ଯେଉଁ ସବୁ ଆଇନ ଯଥା ଜଙ୍ଗଲ ଅଧିକାର ଆଇନ୍ ଓ ପେଶା ଆଇନ୍‌କୁ ପରିବର୍ତନ କରି ଆଦିବାସୀମାନଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବା ପାଇଁ ବିଜେପି ସରକାର ଉଦ୍ୟମ ଚଳାଇଛି ତାହା ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବା ଉଚିତ୍ ।
ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନେତୃତ୍ୱ ବିକାଶ ଲକ୍ଷ କାର୍ଯ୍ୟକ୍ରମକୁ ବୁଥ୍‌ସ୍ତର ପର୍ଯ୍ୟନ୍ତ ନିଆଯିବ । ବିଶେଷ କରି ଗ୍ରାମାଂଚଳରେ ଥିବା ଉପରୋକ୍ତ ଭୋଟର ମାନଙ୍କୁ କଂଗ୍ରେସର ତ୍ୟାଗ ଓ ବଳିଦାନ ସଂପର୍କରେ ଅବଗତ କରାଯାଇ କଂଗ୍ରେସ ପ୍ରତି ସେମାନଙ୍କର ମନୋଭାବର ପରିବର୍ତନ କରାଯିବ । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଦୀର୍ଘ ୨୩ ବର୍ଷର ଶାସନ ଭିତରେ ଉଭୟ ବିଜେଡ଼ି ଓ ବିଜେପି ସରକାର ଆଦିବାସୀ ଓ ଦଳୀତ ଓ ଅନୁସୂଚୀତ ଜାତିଙ୍କ ଉପରେ ଅତ୍ୟନ୍ତ ଅକଥନୀୟ ଅମାନବୀୟ ଅତ୍ୟାଚାର କରିଛନ୍ତି । ଆଜି ପର୍ଯ୍ୟନ୍ତ କଳିଙ୍ଗନଗରର ମାଟିରୁ ଆଦିବାସୀ ମାନଙ୍କ ରକ୍ତର ଦାଗ ଲିଭିନାହିଁ, ମାଇକାଂଚ ଓ ରାଇଘର ଘଟଣା ମନରୁ ଲିଭିନାହିଁ । ଆଜିବି ମଧ୍ୟ ନିରୀହ ଆଦିବାସୀମାନେ ଫୁଲବାଣୀ, କୋରାଫୁଟ, କଳାହାଣ୍ଡି ଠାରୁ ଆରମ୍ଭ କରି ନବରଙ୍ଗପୁର, ମୟୁରଭଞ୍ଜ, ସୁନ୍ଦରଗଡ଼ ଓ କେନ୍ଦୁଝର ପର୍ଯ୍ୟନ୍ତ ଉତ୍କଟ ଦାରିଦ୍ର‌୍ୟ, ଅପପୁଷ୍ଟି, ରକ୍ତହୀନତା ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ଅଶିକ୍ଷା ଭିତରେ ଷଢ଼ୁଛନ୍ତି । ଯାଜପୁର ଜିଲ୍ଲାର ନଗଡ଼ା ହେଉଛି ଏ ସରକାରର ଆଦିବାସୀ ପ୍ରତି ଥିବା ନିଷ୍ଠା ଜ୍ୱଳନ୍ତ ଉଦାହାରଣ । ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ଦଳର ନେତା ନରସିଂହ ମିଶ୍ର, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ସୁଶିଳା ତିରିଆ, ଭୂଜବଳ ମାଝୀ, ଡଃ ରାମଚନ୍ଦ୍ର ଖୁଂଟିଆ, ଅନନ୍ତ ସେଠୀ, ନକୁଳ ନାୟକ, ତାରାବାହିନୀ ପତି, ସନ୍ତୋଷ ସିଂ ସାଲୁଜା, ସୁରେଶ କୁମାର ରାଉତରାୟ, ଦାଶରଥି ଗମାଙ୍ଗୋ, ଅଧିରାଜ ମୋହନ ପାଣିଗ୍ରାହି, ନିମାଇଁ ସରକାର, ସୁରେଶ ମହାପାତ୍ର, ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ବାଙ୍କନିଧି ବେହେରା, ହଳଧର ସେଠୀ, ଦୁର୍ଯ୍ୟଧନ ଗରଦିଆ, ରାଜନ ଏକ୍କା, ରମେଶ ଜେନା, ଅମୀର ଚାନ୍ଦ ନାୟକ, ଅମୀତା ବିଶ୍ୱାଳ, ପ୍ରତିମା ମଲ୍ଲୀକ, ମଧୁମିତା ପଣ୍ଡା, ରଞ୍ଜିତା ହେମ୍ବ୍ରମ୍‌, ମାନସ ମଲ୍ଲିକ, କନକଲତା ମଲ୍ଲିକ, ଜାନକୀ ମଲ୍ଲିକ ପ୍ରମୁଖ ଉଦ୍‌ବୋଧନ ଦେଇ ଅନୁସୂଚୀତ ଜାତି ଓ ଜନଜାତି ବର୍ଗ କଂଗ୍ରେସକୁ ଯେପରି ଆକୃଷ୍ଠ ହେବେ ସେ ସଂପର୍କରେ ପରାମର୍ଶ ଦେବେ । ବୈଠକରେ ପ୍ରାରମ୍ଭରେ ଆମ୍ବେଦକର ଓ ଅନ୍ୟ ମହାପୁରୁଷ ମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପରେ ସଭାଗୃହରେ ପ୍ରଦୀପ ପ୍ରଜ୍ଜେ୍ୱାଳ କରାଯାଇ ଆଜିର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରାଯାଇଥିଲା ।
ଏହାପରେ ଅନୁସୂଚୀତ ଜାତି ବିଭାଗ ଅଧ୍ୟକ୍ଷ ଶ୍ରୀ ବାଙ୍କନିଧି ବେହେରା ଅନୁସୂଚୀତ ଜାତିର ପରଲୋକ ଗମନ କରିଥିବା ନେତା ଶ୍ରୀ ରିପୁନାଥ ସେଠ୍‌, ସଂଗ୍ରାମ କେଶରୀ ଜେନା, ଅନାଦି ଦାସ, ଅର୍ଜ୍ଜୁନ ଦାସ, କହ୍ଲେଇ ଚରଣ ସେଠୀ ଓ ଅଭୟ ମଲ୍ଲିକ ଙ୍କ ଉଦ୍ଦ୍ୟେଶରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ବୈଠକରେ ଗଭୀର ଶୋକ ପ୍ରକଟ କରାଯିବା ସହ ସ୍ୱର୍ଗତ ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ଶ୍ରୀ ଲିଲୋଠିଆ ଉପସ୍ଥିତ ସମସ୍ତଙ୍କୁ ଭାରତର ସମ୍ବିଧାନର ମୁଖବନ୍ଧ ପାଠ କରାଇଥିଲେ ।
ଶେଷରେ ପ୍ରଦେଶ କଂଗ୍ରେସ, ଆଦିବାସୀ ବିଭାଗ ଅଧ୍ୟକ୍ଷ ଶ୍ରୀ ଭୁଜବଳ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button