ଦେଶ

ମହାରାଷ୍ଟ୍ରରେ ମହିଳା ପୁଲିସ ଏବଂ ଝିଅକୁ ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା – Ibnodisha

[ad_1]

ମୁମ୍ବାଇ : ମହାରାଷ୍ଟ୍ରର ବୁଲ୍‌ଧନା ଜିଲ୍ଲାରେ ଆଜି ଜଣେ ମହିଳା ପୁଲିସ ଅଫିସର ଏବଂ ତାଙ୍କ ୩ ବର୍ଷ ଝିଅର ମୃତଦେହ ତାଙ୍କ ବାସଭବନରୁ ମିଳିଛି। ଅନ୍ୟପକ୍ଷେ ମହିଳା ପୁଲିସ ଅଫିସରଙ୍କ ସ୍ବାମୀଙ୍କ ମୃତଦେହ ତାଙ୍କ ଘରଠାରୁ ୧୫ କିମି ଦୂରରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଛି। ପୁଲିସ ଅନୁଯାୟୀ ମହିଳା ପୁଲିସଙ୍କ ସ୍ବାମୀ ପ୍ରଥମେ ତାଙ୍କୁ ଏବଂ ତାଙ୍କ ଝିଅକୁ ହତ୍ୟା କରିବାପରେ ନିଜେ ଆତ୍ମହତ୍ୟା କରିଦେଇଛନ୍ତି। ମହିଳା ପୁଲିସଙ୍କ ଘର ଚିଖଲି ସହରର ପଞ୍ଚମୁଖି ମହାଦେବ ମନ୍ଦିର ନିକଟରେ। ତାଙ୍କ ନାଁ ବର୍ଷା କୁଟେ ଏବଂ ତାଙ୍କ ସ୍ବାମୀଙ୍କ ନାଁ କିଶୋର କୁଟେ। ତେବେ ହତ୍ୟାର ପ୍ରକୃତ କାରଣ କ’ଣ ଜଣାପଡ଼ିନି। କିଶୋର ଏବଂ ବର୍ଷାଙ୍କ ମଧ୍ୟରେ ସମ୍ପର୍କ ବେଶ୍‌ ଭଲ ଥିଲା। କେଉଁ କାରଣ ପାଇଁ ଏହି ଘଟଣା ଘଟିଛି ତାହା ଜଣାପଡ଼ିନି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button