ଦେଶ

୨୦୧୬ ଡୁଙ୍ଗରପୁର ମାମଲା; ଆଜମ୍ ଖାନ୍‌ଙ୍କୁ ୭ବର୍ଷ ଜେଲ୍‌ଦଣ୍ଡ – Ibnodisha

[ad_1]

ରାମପୁର: ଡୁଙ୍ଗରପୁର ମାମଲାରେ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ୍ ଖାନ୍‌ଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ରାମପୁରର ଏକ କୋର୍ଟ, ଆଇପିସି ଧାରା ୪୨୭, ୫୦୪, ୫୦୬, ୪୪୭, ଏବଂ ୧୨୦ ବି ଅନୁଯାୟୀ ଆଜମ୍ ଖାନ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୭ ବର୍ଷର ଜେଲ୍‌ଦଣ୍ଡ ସହ ୫ ଲକ୍ଷର ଜେରିମାନା ଦଣ୍ଡ ମଧ୍ୟ ଲାଗୁ କରିଛନ୍ତି । ସେହିପରି ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଦୋଷୀମାନଙ୍କୁ ୫ବର୍ଷ ଲେଖାଏ ଜେଲ୍‌ଦଣ୍ଡ ଦେଇଛନ୍ତି କୋର୍ଟ । ଆଜମ୍ ଖାନ୍‌ଙ୍କ ବ୍ୟତୀତ ଏହି ମାମଲାର ଅନ୍ୟତମ ଦୋଷୀମାନେ ହେଲେ ପୂର୍ବତନ ପୌର ଅଧ୍ୟକ୍ଷ ଆଝାର ଅହମ୍ମଦ୍ ଖାନ୍‌, ଠିକାଦାର ବରକତ୍ ଅଲ୍ଳୀ ଏବଂ ଅବସରପ୍ରାପ୍ତ ସିଓ ଆଲେ ହସନ୍ ପ୍ରମୁଖ । ଏମାନଙ୍କୁ ୫ବର୍ଷ ଲେଖାଏ ଜେଲ୍‌ଦଣ୍ଡ ଦେଇଛନ୍ତି କୋର୍ଟ । ସମ୍ପ୍ରତି ସୀତାପୁର ଜେଲ୍‌ରେ କଏଦୀ ଜୀବନ କାଟୁଥିବା ଆଜମ୍ ଖାନ୍ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହୋଇଥିଲେ ।

୨୦୧୬ରେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ସରକାର ରହିଥିବା ବେଳେ ଡୁଙ୍ଗରପୁର ଠାରେ ଆସରା ଆବାସ ଯୋଜନା ଅନ୍ତର୍ଗତ କିଛି ବାସଗୃହ ନିର୍ମାଣ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ସେସମୟ ବେଳକୁ ଏଠାରେ କିଛି ଲୋକ ଘର ନିର୍ମାଣ କରିସାରିଥିଲେ, ଯାହାକୁ ପରବର୍ତ୍ତୀ ସମୟରେ ଭାଙ୍ଗି ଦିଆଯାଇଥିଲା । ସରକାରୀ ଜମିରେ ସେମାନେ ଘର କରିଥିବା ଦର୍ଶାଇ ସେମାନଙ୍କ ଘରକୁ ମାଟିରେ ମିଶାଇ ଦିଆଯାଇଥିଲା । ତେବେ ୨୦୧୯ରେ ଉତ୍ତରପ୍ରଦେଶରେ ବିଜେପି କ୍ଷମତାକୁ ଆସିବା ପରେ ରାମପୁର ଗଞ୍ଜ ଥାନାରେ ଏହି ମାମଲା ସହ ଜଡିତ ପ୍ରାୟ ୧ଡଜନରୁ ଅଧିକ ଭିନ୍ନ ଭିନ୍ନ ମାମଲା ରୁଜୁ ହୋଇଥିଲା । ଆଜମ୍ ଖାନ୍ ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଏସବୁ ମାମଲା ରୁଜୁ ହୋଇଥିଲା, ଯାହାକି ପରବର୍ତ୍ତୀ ସମୟରେ ପ୍ରମାଣିତ ହୋଇଥିଲା । କେବଳ ବ୍ୟକ୍ତିଗତ ସ୍ୱାର୍ଥ ସାଧନ ଉଦ୍ଦେଶ୍ୟରେ ଆଜମ୍ ଖାନ୍ ଏସବୁ କରାଇଥିବା ଜାଣିବାକୁ ମିଳିଥିଲା । ଏକାଧିକ ଅପରାଧିକ ମାମଲାରେ ଜେଲ୍‌ଦଣ୍ଡ ଭୋଗୁଥିବା ଆଜମ୍ ଖାନ୍‌ଙ୍କ ପାଇଁ ଏବେ ଏହି ମାମଲାରେ ମଧ୍ୟ ଦୋଷୀ ସାବ୍ୟସ୍ତ ହେବା ଚିନ୍ତା ବଢ଼ାଇଦେଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button