IBN ଓଡ଼ିଶା ବ୍ୟୁରୋ

ଛିଡ଼ା ହୋଇଥିଲା ଟ୍ରକ୍‌, ପଛରେ ପିଟିହେଲା କାର୍‌, ୫ ମୃତ

ୟଙ୍କର ସଡ଼କ ଦୁର୍ଘଟଣା। ରାସ୍ତାରେ ଛିଡ଼ା ହୋଇଥିଲା ଟ୍ରକ୍। ପଛରେ ଆସୁ ପିଟା ହେଲା କାର୍। ଏଥିରେ ୫ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଏଭଳି କିଛି ଘଟଣା ଘଟିଛି ଗ୍ରେଟର ନୋଏଡା ଏକ୍ସପ୍ରେସଓ୍ୱରେ।

ସୂଚନା ମୁତାବକ, ଗ୍ରେଟର ନୋଏଡା ନଲେଜ ପାର୍କ ପୁଲିସ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ନୋଏଡା ଏକ୍ସପ୍ରେସ୍ଓ୍ୱେରେ ଏକ ଖରାପ ଟ୍ରକ୍ ଛିଡ଼ା ହୋଇଥିଲା।

ଏହି ସମୟରେ ପରିଚୌକ୍ ଯାଉଥିବା ଏକ କାର୍ ଦ୍ରୁତ ଗତିରେ ଆସି ଟ୍ରକ୍ର ପଛରେ ପିଟି ହୋଇଥିଲା।

ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଛି। ବହୁ ଚେଷ୍ଟା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଓ ଦୁଇ ଜଣ ପୁରୁଷ ଅଛନ୍ତି।

ଗ୍ରେଟର ନୋଏଡା ଅଶୋକ କୁମାର କହିଛନ୍ତି, ଆଜି ସକାଳେ ଏକ ଦ୍ରୁତ ଗତିରେ ଆସୁଥିବା କାର୍ ନଲେଜ ପାର୍କ ଥାନା ଅଞ୍ଚଳର ସେକ୍ଟର ୧୪୬ ନିକଟ ପଛରୁ ଏକ ଖରାପ ପାର୍କିଂ ଟ୍ରକ୍କୁ ଧକ୍କା ଦେଇଥିଲା। ଯେଉଁଥିରେ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଏବଂ ଅନ୍ୟ ଚାରି ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତରମାନେ ସେମାନଙ୍କୁ ମଧ୍ୟ ମୃତ ଘୋଷଣା କରିଥିଲେ।

ତେବେ ପରିବାର ସଦସ୍ୟଙ୍କ ଅଭିଯୋଗ ଉପରେ ଏକ ମାମଲା ରୁଜୁ ହୋଇଛି। କିଛି ସମୟ ପରେ କ୍ଷତିଗ୍ରସ୍ତ ଯାନଗୁଡ଼ିକୁ ରାଜପଥରୁ ହଟାଇ ଦିଆଯାଇଛି ଏବଂ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button