ଦେଶ

ସାମାନ୍ୟ ବଚସାରୁ ରକ୍ତପାତ; ସ୍ତ୍ରୀ ଓ ଝିଅକୁ ନିର୍ମମ ହତ୍ୟା ପରେ ଜୀବନ ହାରିଲା ସ୍ୱାମୀ – Ibnodisha

[ad_1]

ମୁମ୍ବାଇ: ସାମାନ୍ୟ ବଚସାରୁ ରକ୍ତପାତ । ସ୍ୱାମୀ ପାଲଟିଗଲା ସଇତାନ । ସ୍ତ୍ରୀ ଓ ଝିଅକୁ ହତ୍ୟା କରିବା ପରେ ଜୀବନ ହାରିଲା ସ୍ୱାମୀ । ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ବୁଲଧାନା ଜିଲ୍ଲାରେ । ତିନି ମୃତକ ହେଉଛନ୍ତି ଚିଖଲି ଗ୍ରାମର କିଶୋର କୁଟେ, ତାଙ୍କ ପତ୍ନୀ ବର୍ଷା ଦାଣ୍ଡଡେ କୁଟେଲ ଓ ତାଙ୍କ ଦୁଇ ବର୍ଷର ଶିଶୁକନ୍ୟା । ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି । ବର୍ଷା ଚିଖିଲି ପୋଲିସ ଷ୍ଟେସନରେ କାର୍ଯ୍ୟରତ ଥିଲେ । ରବିବାର ରାତିରେ ଚିଖଲି ପୋଲିସ ଷ୍ଟେସନରେ ଡ୍ୟୁଟି ସରିବା ପରେ ବର୍ଷା ସକାଳେ ଘରକୁ ଆସିଥିଲେ । ଏହାପରେ ସ୍ୱାମୀ କିଶୋର ଓ ବର୍ଷାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଯାହା ପରମୁହୁର୍ତ୍ତରେ ଉଗ୍ରରୂପ ଧାରଣ କରିଥିଲା । କିଶୋର ଉତକ୍ଷିପ୍ତ ହୋଇ ସ୍ତ୍ରୀ ବର୍ଷାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ପରେ ଶିଶୁକନ୍ୟାକୁ ଛୁରୀ ଭୁସି ହତ୍ୟା କରିଥିଲେ ।

ଦୁଇ ଜଣଙ୍କୁ ହତ୍ୟା କରିବା ପରେ କିଶୋର ବାଇକ ଯୋଗେ ନିକଟ ଗଙ୍ଗାଲଗାଓଁ ଗ୍ରାମକୁ ଯାଇ ସେଠାରେ ଏକ କୂଅରେ ଝୁଲି ପଡି ଆତ୍ମହତ୍ୟା କରିଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି । ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ , “ଗଙ୍ଗାଲଗାଓଁ ଗ୍ରାମର ଏକ କୂଅରେ କେହି ଜଣେ ବ୍ୟକ୍ତି ଝୁଲି ପଡିଥିବା ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ବାଇକରୁ ଜାଣିବାକୁ ପାଇଥିଲା ଯେ ଏହା ବର୍ଷାଙ୍କ ନାମରେ ରହିଛି । ସଙ୍ଗେସଙ୍ଗେ ବର୍ଷାଙ୍କ ଭାଇଙ୍କୁ ଯୋଗାଯୋଗ କରିବାରୁ ସେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି କିଶୋରଙ୍କୁ ଚିହ୍ନଟ କରିଥିଲେ । ଏହା ପରେ ପୋଲିସ ଚିଖଲି ଗାଁକୁ ଯାଇ ଯାଞ୍ଚ କରିବା ସମୟରେ ବର୍ଷା ଓ ତାଙ୍କ ଝିଅ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ପୁରା ଘଟଣାର ତଦନ୍ତ ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଲାଇଛି । ହତ୍ୟାକାଣ୍ଡର କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି । ମୃତ ଦମ୍ପତିଙ୍କ ଆଉ ଏକ ୮ ବର୍ଷର ଝିଅ ଘଟଣା ସମୟରେ ସ୍କୁଲ ଯାଇଥିବାରୁ ଅଳ୍ପକେ ବର୍ତ୍ତିଯାଇଥିବା ପୋଲିସ କହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button