ରାଜ୍ୟ

ଚିକିତ୍ସାରେ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅର୍ନ୍ତଗତ ଡିଆଁଡେଇଁ ଗ୍ରାମର ସୁନେଲୀ ନାୟକ ନାମ୍ନୀ ଜଣେ ମହିଳା ପ୍ରସବ ବେଦନା ଯୋଗୁଁ ଛତ୍ରପୁର ଉପକଣ୍ଠ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ମହିଳାଙ୍କ ପରିସ୍ଥିତି ଗୁରୁତର ହେବାରୁ ଦାୟିତ୍ଵରେ ଥିବା ଡ଼ାକ୍ତର ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ।

 

ପୀଡିତା ମହିଳା ପ୍ରସବ ବେଦନାରେ ଛଟପଟ ହୋଇ ପ୍ରବଳ ରକ୍ତସ୍ରାବ ସହିତ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ପରବର୍ତ୍ତୀ ସମୟରେ ସୁନେଲୀଙ୍କ ରକ୍ତସ୍ରାବ ବନ୍ଦ ନହେବାରୁ ପରିବାର ଲୋକଙ୍କୁ ରକ୍ତ ଆଣିବା କହିଥିଲେ। ସୁନେଲୀଙ୍କ ସ୍ବାମୀ ପ୍ରଶାନ୍ତ ନାୟକ ଡାକ୍ତରଖାନା ପରିସରରେ ଥିବା ରକ୍ତ ଭଣ୍ଡାରରୁ ରକ୍ତ ଆଣି ଦେଇଥିଲେ ଓ ରକ୍ତ ଦେବାର କିଛି ସମୟପରେ ସୁନେଲୀଙ୍କ ମୃତ୍ୟୁ ଘଟିଥିଲା।

ଏହି ଭଳି ପରିସ୍ଥିତିରେ ଚିକିତ୍ସାରେ ଅବହେଳା ଓ ରକ୍ତ ବଦଳ ଯୋଗୁଁ ସୁନେଲୀଙ୍କ ମୃତ୍ୟୁ ଘଟିଛି ବୋଲି ପରିବାର ଲୋକେ ଓ ସ୍ବାମୀ ପ୍ରଶାନ୍ତ ଅଭିଯୋଗ କରିଥିଲେ। ଯାହା ଫଳରେ ଡ଼ାକ୍ତରଖାନା ପରିସରରେ କିଛି ସମୟ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଥିଲା। କିଛି ସମୟ ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ଅନ୍ୟପକ୍ଷରେ ରକ୍ତ ଠିକ ଦିଆଯାଇଛି ଓ ଅତ୍ୟଧିକ ରକ୍ତ ସ୍ରାବ ଯୋଗୁଁ ମହିଳାଙ୍କ ମୃତ୍ୟୁ ଘଟିଛି ବୋଲି ଡାକ୍ତରଖାନା ଅଧ୍ୟକ୍ଷ ଡ଼ଃ ସୁଚିତ୍ରା ଦାସ ବିବୃତ୍ତି ରଖିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button