ରାଜ୍ୟ

ଚିଙ୍ଗୁଡ଼ି ଗୋଦାମରେ ନିଆଁ: ଛାଡ଼ଖାଇ ପୂର୍ବରୁ ୩ଲକ୍ଷରୁ ଅଧିକ ଟଙ୍କାର କ୍ଷତି

ପୁରୀ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ଚିଲିକା କୂଳ ଯମୁନା ଗାଁରେ ଛାଡ଼ଖାଇ ପୂର୍ବରୁ ଅଘଟଣ ଘଟିଛି। ଏକ ଚିଙ୍ଗୁଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ଗୋଦାମରେ ଥିବା ମାଛ, ଚିଙ୍ଗୁଡ଼ି ଜଳି ପୋଡ଼ି ପାଉଁଶ ହୋଇଯାଇଛି।

ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୂ ଆୟତ୍ତ କରିଛନ୍ତି। ସଟ୍ସର୍କିଟ ଯୋଗୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

ହେଲେ ପ୍ରକୃତ କାରଣ ଜଣାପଡ଼ି ନାହିଁ।

ନୀତିକାନ୍ତି ଠୁ ଆରମ୍ଭ କରି ସବୁ କିଛି ସୁରୁଖୁରୁରେ ତୁଲାଇବା ପାଇଁ ଚେଷ୍ଟା କରୁଛୁ

ଆଗକୁ ଛାଡ଼ଖାଇ ଆସୁଥିବାରୁ ଗୋଦାମ ମାଲିକ ପବିତ୍ର ସାହୁ ୩ଲକ୍ଷ ଟଙ୍କାରୁ ଅଧିକ ମାଛ ଓ ଚିଙ୍ଗୁଡ଼ି ବିକ୍ରି ପାଇଁ ରଖିଥିଲେ। ଗୁରୁବାର ସକାଳେ ହଠାତ୍ ଗୋଦାମରେ ନିଆଁ ଲାଗିଯାଇଥିଲା।

ସ୍ଥାନୀୟ ଲୋକେ ଏହା ଦେଖି ମାଲିକଙ୍କୁ ଖବର ଦେବା ସହ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ଗୋଦାମରେ ଥିବା ମାଛ ଏବଂ ଚିଙ୍ଗୁଡ଼ି ଜଳିପୋଡ଼ି ପାଉଁଶ ହୋଇଯାଇଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button