ମନୋରଞ୍ଜନ

ମରୁ ମରୁ ବଞ୍ଚିଗଲି; ଭୂସ୍ଖଳନ ବେଳେ ହିମାଚଳରେ ଫସିଥିଲେ ଅଭିନେତା, ବଖାଣିଲେ ହୃଦୟ ଥରା ଅନୁଭୂତି – Ibnodisha

[ad_1]

ମୁମ୍ବାଇ: ମରୁ ମରୁ ବଞ୍ଚିଗଲି। ଭୂସ୍ଖଳନ ବେଳେ ହିମାଚଳରେ ଫସିଥିଲେ ଅଭିନେତା ରାକେଶ ବେଦୀ। ବିପଦ ମୁକ୍ତ ହେବା ପରେ ବଖାଣିଲେ ହୃଦୟ ଥରା ଅନୁଭୂତି। ଟିଭି ତଥା ଅନେକ ବଲିଉଡ ଫିଲ୍ମରେ କାମ କରିଥିବା ଲୋକପ୍ରିୟ ଅଭିନେତା ରାକେଶ ବେଦୀ ହିମାଚଳରେ ତାଙ୍କ ସହ ଘଟିଥିବା ଘଟଣା ବିଷୟରେ ଜଣାଇଛନ୍ତି।

ସେ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି କହିଛନ୍ତି, “ଆପଣ ନିଶ୍ଚୟ ଶୁଣିଥିବେ ଯେ, ହିମାଚଳ ପ୍ରଦେଶର ଶିମଲା ଓ ଉତ୍ତରାଖଣ୍ଡ କିପରି ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହୋଇଥିଲା। ଲଗାଣ ବର୍ଷା ପାଇଁ ସେଠାରେ ବଡ଼ ବଡ଼ ପଥର ସବୁ ଉପରୁ ତଳକୁ ଖସୁଥିଲା। ରାସ୍ତା ଓ ଗାଡ଼ି ନଷ୍ଟ ହେବା ସହ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ଅଭିନୟ ଉପରେ ଏକ ବକ୍ତୃତା ପ୍ରଦାନ କରିବାକୁ ମୁଁ ଦୁଇ ସପ୍ତାହ ପୂର୍ବରୁ ହିମାଚଳର ସୋଲାନକୁ ଯାଇଥିଲି। ଯେତେବେଳେ ମୁଁ ଫେରୁଥିଲି ମୋତେ କୁହାଯାଇଥିଲା ଯେ ଭୂସ୍ଖଳନ ହେତୁ ମୁଖ୍ୟ ରାଜପଥ ଅବରୋଧ ହୋଇଛି ଏବଂ ମୋତେ ସର୍ଟକଟ୍ ନେବା ଉଚିତ୍। ମୁଁ ସର୍ଟକଟ୍ ନେଇଥିବା ଛୋଟ ରାସ୍ତାରେ ବି ଭୂସ୍ଖଳନ ହେବାରୁ ମୋ ଗାଡ଼ି ଆଗରେ ଆସି ଏକ ବଡ଼ ପଥର ପଡ଼ିଥିଲା। ମୋ ଗାଡ଼ି ଉପରେ ପଡ଼ିଥିଲେ ମୁଁ ଆଜି ଆଉ ନଥାନ୍ତି। ତେବେ ପଥର ପଡ଼ିବା ପରେ ମୁଁ ଏହାକୁ ହଟାଇବା ପାଇଁ ଚେଷ୍ଟା କଲି, ଯାହା ଦ୍ବାରା ମୋ ଆଙ୍ଗୁଠି ଭ‌ାଙ୍ଗିଯାଇଥିଲା।”



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button