IBN ଓଡ଼ିଶା ବ୍ୟୁରୋ

ବିଳମ୍ବିତ ରାତିରେ ଖାଉଥିବା ଲୋକ ହୋଇଯାଆନ୍ତୁ ସାବଧାନ ! ନହେଲେ ବହୁତ ବଡ କ୍ଷତି ହୋଇପାରେ !

ଡେରିରେ ଖାଇବା ଦ୍ଵାରା ଖାଦ୍ୟ ହଜମ ନ ହେବା କାରଣରୁ ଅନେକ ଲୋକଙ୍କର ମେଟାବୋଲିଜିମ ସ୍ତରରେ ଅନିୟନ୍ତ୍ରଣ ଦେଖାଯାଇଥାଏ । ଏଥିସହ ଶରୀରରେ ଅଧିକ କ୍ୟାଲୋରି ଜମା ହେବା କାରଣରୁ ମେଦ ବହୁଳତା ଦେଖା ଯାଇଥାଏ । ଯାହା ଆଗକୁ ଯାଇ ଡାଇବେଟିସ, ଉଚ୍ଚ ରକ୍ତଚାପ ଆଦି ସମସ୍ୟାର କାରଣ ହୋଇଥାଏ । ସେହିପରି ରାତିରେ ଡେରିରେ ଖାଉଥିବା ଲୋକଙ୍କର ହଜମ କ୍ରିୟା ବାଧା ପ୍ରାପ୍ତ ହୋଇଥାଏ ।

ଯଦି ଖାଦ୍ୟ ଠିକ ଭାବେ ହଜମ ନ ହୁଏ ତେବେ ଛାତିରେ ଜଳାପୋଡା ହେବା, ଏସିଡିଟି ହେବା, ଆମ୍ବିଳା ହେକୁଟି ଭଳି ସମସ୍ଯା ଦେଖାଯାଏ । ଏକ ଗବେଷଣା ରିପୋର୍ଟ ଅନୁଯାୟୀ ରାତି ଭୋଜନ ବିଳମ୍ବରେ କରିବା ଦ୍ଵାରା ବଦ ହଜମି, ଗ୍ଯାସ ଭଳି ବିଭିନ୍ନ ସମସ୍ୟା ହୋଇପାରେ ।

ଏହାଛଡା ରାତ୍ରୀ ନିଦରେ ବାଧା ପ୍ରାପ୍ତ ହୋଇଥାଏ । କେବଳ ଏତିକି ନୁହେଁ ବରଂ ରାତିରେ ମସ୍ତିସ୍କ ଠିକ ଭାବେ ନିଦ ନ ପାଇବାରୁ କେତେକଙ୍କ ଠାରେ ଅଜବ ସ୍ଵପ୍ନ ମଧ୍ୟ ଆସିଥାଏ । ତେବେ ଠିକ ସମୟରେ ନ ଖାଇବା କାରଣରୁ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସହ ଜଡିତ ସମସ୍ଯା ଦେଖାଯାଇଥାଏ । ଏହାଛଡା ଠିକ ଭାବେ ନିଦ ନ ହେବା କାରଣରୁ ମାନସିକ ସ୍ତରରେ ନକାରାତ୍ମକ ପ୍ରଭାବ ପଡିଥାଏ ।

ବାରମ୍ବାର ଏପରି ହେଲେ ଚିଡିଚିଡା ଲାଗିବା ସହ ଡିପ୍ରେସନ ହୋଇ ମାନସିକ ସମସ୍ଯା ଦେଖା ଯାଇଥାଏ । ତେଣୁ ରାତିରେ ଡେରିରେ ଖାଦ୍ୟ ଖାଇବା ଦ୍ଵାରା ବହୁତ ସାରା ସମସ୍ଯା ଦେଖାଯାଇଥାଏ । ଯାହାକି ଆଗକୁ ଯାଇ କିଛି ବଡ ସ୍ଵାସ୍ଥ ଜନିତ ସମସ୍ଯାକୁ ମଧ୍ୟ ନେଇଆସିଥାଏ । ତେଣୁ ରାତ୍ରୀରେ ବିଳମ୍ବରେ ଖାଦ୍ୟ ଖାଇବାର ଅଭ୍ଯାସ ଥିଲେ ସେହି ଅଭ୍ଯାସକୁ ତୁରନ୍ତ ବଦଳାନ୍ତୁ ଏବଂ ରାତି ୮ଟା ରୁ ୧୦ ଟା ମଧ୍ୟରେ ଖାଦ୍ୟ ଖାଇବା ପାଇଁ ଚେଷ୍ଟା କରନ୍ତୁ ।

 

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ଭଲ ଭଲ ଅପଡେଟ ପାଇବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

 

Related Articles

Leave a Reply

Your email address will not be published. Required fields are marked *

Back to top button