IBN ଓଡ଼ିଶା ବ୍ୟୁରୋ

ଗୋରୁ ଗାଡି ସହ ୨ ମାଫିଆ ଜବତ !

 

IBN ଓଡିଶା(ବ୍ୟୁରୋ)-ଆଜି ବାଲିଆପାଳ ବ୍ଲକ ବଡ଼ାଶ ପଞ୍ଚାୟତର କଚୁଆ ପୋଲ ପାଖରୁ ଅଳ୍ପ ଦୂର ପଞ୍ଚୁରୁଖି ରାସ୍ତାରେ ଏକ ଗୋରୁ ଗାଡ଼ି ତାରପୋଲିନ ଘୋଡ଼େଇ ଯାଉଥିଲା କିନ୍ତୁ ଉପରକୁ ଶିଙ୍ଗ ଯୋଡଡିଏ ଦେଖାଯାଉଥିବାରୁ ସନ୍ଦେହ କରି ତାକୁ ଅଟକାଇ ସେଠିକାର ଲୋକେ ଦେଖିଥିଲେ।ଆଉ ତାହା ହୃଦୟ ବିଦାରକ ଥିଲା । ଛୋଟିଆ ଗାଡ଼ିଟିରେ ଦୁଇଟି ହୃଷ୍ଟପୁଷ୍ଟ ବଳଦଙ୍କ ପାଦତଳେ ଗାଈଟିଏ ପଡ଼ିରହି ଛଟପଟ ହେଉଥିଲା । ମୁର୍ମୁଷୁ ଅବସ୍ଥାରେ ଗାଈଟିକୁ ଦେଖି ସମସ୍ତଙ୍କୁ ଗାଡିରୁ ଖୋଲି ଦେଇଥିଲେ ସେଠାକାର ଲୋକେ। ବାଲିଆପାଳ ଥାନା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଜାମୁକୁଣ୍ଡା ଫାଣ୍ଡି ଅଧିକାରୀ ଏବଂ ଏସ୍.ଡି.ପି.ଓ.ଙ୍କୁ ଫୋନ କରି ଉପଯୁକ୍ତ ପଦକ୍ଷେପ ନେବାକୁ ନିବେଦନ କରିଥିଲେ ମଧ୍ୟ ଲୋକେ। ଏସ୍.ଡି.ପି.ଓ.ଙ୍କ ନିର୍ଦ୍ଦେଶ କ୍ରମେ ଫାଣ୍ଡିରୁ ପୋଲିସ ଆସି ଗାଡ଼ି ଏବଂ ୨ଟି ବଳଦ ସହିତ ଗୋଟିଏ ଗାଈକୁ ଜବତ କରିଛନ୍ତି । ଗାଡ଼ି ଚାଳକ ଗାଡ଼ିସହିତ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଗାଡ଼ି ଚାଳକ ସହିତ ବେପାରୀକୁ ନେଇ ଥାନାରେ ଅଟକ ରଖିଛନ୍ତି ।ଏ ଫୋଟୋ ରୁ ସ୍ପଷ୍ଟ ଭାବରେ ଗୋଚାଲାଣର ନିର୍ମମ ସତ୍ୟତାକୁ ଜନତା ଅନୁଭବ କରିପାରିବେ ।ବାଲିଆପାଳରେ ଗୋରୁଗାଈ ମାନଙ୍କୁ ଏମିତି ନିର୍ଦୟ ଭାବରେ ଚାଲାଣ କରିବା ସାଧାରଣ ଘଟଣା ହୋଇଗଲାଣି।ତେବେ ତୁରନ୍ତ ଏହାର ଏକ ସମାଧାନ ନିମନ୍ତେ ପୋଲିସ ପ୍ରଶାସନ କୁ ଲୋକେ ନିବେଦନ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button