IBN ଓଡ଼ିଶା ବ୍ୟୁରୋ
ବଜ୍ରକାପ୍ତ ଉଦ୍ଧାର !
BN,ଓଡିଶା(ବ୍ୟୁରୋ)-ଢେଙ୍କାନାଳ ବନଖଣ୍ଡର ଭୁବନ ବନାଚଂଳ ଅନ୍ତର୍ଗତ ଧଳପଡା ପଚାଂୟତର ଅନଳ ଗ୍ରାମ ରେ ଏକ ମାଇ ବଜ୍ରକାପ୍ତ କୁ ଉଦ୍ଧାର କରାଯାଇଛି । ଧଳପଡା ର ପୂର୍ବତନ ସରପଞ୍ଚ ରମେଶ ସାହୁ ଙ୍କ ଠାରୁ ଖବର ପାଇ ବନପାଳ କବିତା ବିଶ୍ବାଳ ଙ୍କ ନେତୃତ୍ଵରେ ଏକ ଟିମ ଭୁବନ ବିଟି ଅନ୍ତର୍ଗତ ଧଳପଡା ପଚାଂୟତର ଅନଳ ଗ୍ରାମ ଯାଇଥିଲେ ।ଦୁଃଖ ବନ୍ଧୁ ସେଠୀ ଙ୍କ ବାଡିରେ ଥିବା ପ୍ଲାଷ୍ଟିକ ବାଡକୁ ଡେଇଁ ଯାଇପାରିନଥିଲା ଏହିଫ ବଜ୍ରକାପ୍ତ । ବନକର୍ମଚାରୀ କପିଳାସ ଅଭୟାରଣ୍ୟକୁ ନିଆଯାଇଥିଲେ । ଏହି ଜନ୍ତୁଟି ର ଓଜନ ୬.୭କେଜି । ଅଭୟାରଣ୍ୟ ବନାଚଂଳ ଅଧିକାରୀ ପକ୍ଷରୁ ବଜ୍ରକାପ୍ତ ର କୋଭିଡି ଟେଷ୍ଟ ନିମନ୍ତେ ସ୍ବାବ ନମୁନା ସଂଗ୍ରହ କରାଯାଇଥିବା ସୂଚନା ଦିଆଯାଇଛି । ତେବେ ଅନଳ ଭଳି ଏକ ଉପାନ୍ତ ଅଚଂଳରେ ବଜ୍ରକାପ୍ତ ଆସିଲା କେଉଁଠୁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।ଏହା ପଛରେ କେଉଁ ଗ୍ୟାଙ୍ଗର ହାତ ରହିଛି ତାହା ତଦନ୍ତ ହେବା ଦରକାର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।