ମନୋରଞ୍ଜନ

ଫିଲ୍ମ ମଝିରେ ସାମନ୍ଥାଙ୍କ ଫିଲ୍ମ ଖୁସୀର ‌ଟ୍ରେଲର ଚାଲିବାରୁ ଥିଏଟର ବାହାରକୁ ଚାଲିଗଲେ ନାଗା – Ibnodisha

[ad_1]

ଚେନ୍ନାଇ: ଚାରି ବର୍ଷର ବ‌ୈବାହିକ ଜୀବନ ପରେ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଦମ୍ପତି ଅଭିନେତ୍ରୀ ସାମନ୍ଥା ଓ ନାଗା ଚୈତନ୍ୟ ପରସ୍ପରକୁ ଛାଡ଼ପତ୍ର ଦେବେ ବୋଲି ଅକ୍ଟୋବର ୨, ୨୦୨୧ରେ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିଲେ। ଏହି ଘୋଷଣା ଉଭୟଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା। ଦୁହେଁ ଅଲଗା ହେବା ପରେ ଏବେ ନିଜ ନିଜ କାମକୁ ନେଇ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି। ଏବେ ନାଗା, ସାମନ୍ଥାଙ୍କ ଫିଲ୍ମର ଟ୍ରେଲର ଦେଖି ଥିଏଟର ବାହାରକୁ ଚାଲିଯାଇଥିବା ଚର୍ଚ୍ଚା ହେଉଛି।

କୁହାଯାଉଛି ଯେ, ନାଗା କନ୍ନଡ଼ ଫିଲ୍ମ ‘ବଏଜ ହଷ୍ଟେଲ’ ଦେଖିବାକୁ ଯାଇଥିବା ବେଳେ ପ୍ରେକ୍ଷାଳୟରେ ସାମନ୍ଥାଙ୍କ ଆଗାମୀ ରୋମାଣ୍ଟିକ ଫିଲ୍ମ ‘ଖୁସୀ’ର ଟ୍ରେଲର ଚାଲିଥିଲା। ଏହା ଦେଖି ନାଗ‌ା ଥିଏଟରରୁ ବାହାରକୁ ଚାଲିଯାଇଥିଲେ। ମନୋରଞ୍ଜନ ପୋର୍ଟାଲ ଏମ୯ ଏହି ଦାବି କରିଛି। ଏମ୯ ଦାବି କରିଛି ଯେ, ଚୈତନ୍ୟ ଫିଲ୍ମ ‘ବଏଜ ହଷ୍ଟେଲ’ର ପ୍ରଥମ ଭାଗକୁ ଉପଭୋଗ କରିଥିଲେ। ମଧ୍ୟାନ୍ତର ବେ‌ଳେ ସାମନ୍ଥାଙ୍କ ଅଭିନୀତ ଫିଲ୍ମ ‘ଖୁସୀ’ର ଟ୍ରେଲର ସ୍କ୍ରିନରେ ଚାଲିଥିଲା। ପ୍ରେକ୍ଷାଳୟର ଅପରେଟର ଏହାକୁ ବନ୍ଦ କରିଦେଇଥିଲେ ବି ନାଗା ଥିଏଟରରୁ ଚାଲିଯାଇଥିଲେ। ତେବେ ଏହି ଦାବିରେ କେତେ ସତ୍ୟତା ରହିଛି, ତାହା ସାମ୍ନାକୁ ଆସିନାହିଁ।

ଛାଡ଼ପତ୍ର ପରେ ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କ ସହ ନାମ ଯୋଡାଯିବାରୁ ନାଗା କହିଥିଲେ,“ମୋର ବ୍ୟକ୍ତିଗତ ଜୀବନ ତଥା ମୋର ବିବାହ ସହିତ ଯାହା ଘଟିଲା, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କିନ୍ତୁ ଜୀବନର ସେହି ପର୍ଯ୍ୟାୟ ପାଇଁ ମୋ ମନରେ ଅପାର ସମ୍ମାନ ଅଛି। ହେଲେ ଛାଡ଼ପତ୍ର ଯେତିକି କଷ୍ଟ ଦେଇନି, ତା’ଠାରୁ ଅଧିକ କଷ୍ଟ ଦେଇଛି ଗଣମାଧ୍ୟମରେ ମୋତେ ନେଇ ପ୍ରଚାର କରାଯାଇଥିବା ଗୁଜବ। କେବଳ ହେଡଲାଇନ୍ ପାଇଁ, ସେମାନେ ମୋର ନାମକୁ ଜଣେ ତୃତୀୟ ବ୍ୟକ୍ତିଙ୍କ ସହିତ ଲିଙ୍କ୍ କରୁଛନ୍ତି ଏବଂ ଅଧିକ କଳ୍ପନା କରୁଛନ୍ତି। ଏହା ପ୍ରକୃତରେ ମୋତେ ବହୁତ ଆଘାତ ଦେଇଛି। ସେହି ତୃତୀୟ ପକ୍ଷର କୌଣସି ଦୋଷ ନଥାଇ ମଧ୍ୟ ତାଙ୍କୁ ଏହି ସମଗ୍ର ପ୍ରସଙ୍ଗକୁ ଟଣାଯାଉଛି। ଯାହା ଘଟିବାର ଥିଲା ଘଟିଲା, ସେମାନଙ୍କୁ ଏବିଷୟରେ ଚିନ୍ତା କରିବା ଛାଡ଼ିଦେବା ଉଚିତ୍।”



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button