କହିଁକି ବଦଳୁଛି ମହାବଳ ବାଘଙ୍କ ରଙ୍ଗ ? – Ibnodisha
[ad_1]
ବ୍ୟୁରୋ : ଧୀରେ ଧୀରେ ମହାବଳ ବାଘଙ୍କ ସଂଖ୍ୟା କମିବାରେ ଲାଗିଛି। ସାଧାରଣତଃ ମହାବଳର ରଙ୍ଗ ହଳଦିଆ ସହ କଳା ରଙ୍ଗର ପଟାପଟା ଦାଗ ଥାଏ। କିନ୍ତୁ ଆପଣ କେବେ କଳା ରଙ୍ଗର ବାଘ ଦେଖିଛନ୍ତି କି? ବିଶ୍ଵ ପ୍ରସିଦ୍ଧ ଅଭୟାରଣ୍ୟ ଭିତରୁ ଶିମିଳିପାଳ ଅନ୍ୟତମ, ଏଠି ଅଛନ୍ତି ୨୦ରୁ ଅଧିକ ମହାବଳ ବାଘ। ହେଲେ ଏଠାରେ ବାଘଙ୍କ ରଙ୍ଗ ହଳଦିଆ ବଦଳରେ କଳା ହେବାରେ ଲାଗିଛି। ସିସିଟିଭି ଫୁଟେଜରୁଏମିତି କିଛି ଆଶ୍ଚର୍ଯ୍ୟ କଲାଭଶି ତଥ୍ୟ ଦେଇଛନ୍ତି ଅଭୟାରଣ୍ୟ କର୍ତ୍ତୃପକ୍ଷ। ତୁରନ୍ତ ଏହାର କାରଣ ଖୋଜିବାକୁ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ସହାୟତା ଲୋଡ଼ିଛନ୍ତି। ଜାତୀୟ ବାଘ ଗଣନା ରିପୋର୍ଟରୁ ଜଣାଯାଇଛି ବର୍ତ୍ତମାନ ଅଭୟାରଣ୍ୟରେ ୨୦ଟି ବାଘ ଅଛନ୍ତି। ଆଗରୁ ଏଠି ୧୮ଟି ବାଘ ଥିଲେ କିନ୍ତୁ ଏଥିରେ ବୃଦ୍ଧି ହୋଇଛି ବୋଲି ଖୁସି ବ୍ୟକ୍ତ କରିଛନ୍ତି ବନବିଭାଗ। କିନ୍ତୁ ଚିନ୍ତାର ବିଷୟ ଯେ, ବାଘମାନେ ଧୀରେ ଧୀରେ କଳା ରଙ୍ଗର ହୋଇଯାଉଛନ୍ତି। କାରଣ ଶିମିଳିପାଳରେ ବିରଳ କଳାବାଘ ଥିବା ନେଇ ପ୍ରଥମେ ୧୯୮୭ ମସିହାରେ ରିପୋର୍ଟ ପ୍ରକାଶ ପାଇଥିଲା। ଏବର୍ଷ ଶିମିଳିପାଳରୁ ଏକ କଳାବାଘର ମୃତଦେହ ବି ଠାବ ହୋଇଥିଲା। କଳାବାଘ ବିଶ୍ଵରେ ବହୁତ କମ ସଂଖ୍ୟାରେ ରହିଛି,କିନ୍ତୁ କେତେ ସଂଖ୍ୟାରେ ଅଛନ୍ତି ଆଜି ଯାଏ କିଛି ସ୍ପଷ୍ଟ ହୋଇ ପାରିନାହିଁ। ଏକ ତଥ୍ୟରୁ ଜଣା ପଡିଛି ୩୭ ପ୍ରତିଶତ ବାଘଙ୍କ ରଙ୍ଗ ହଳଦିଆ ବଦଳରେ ଟିକେ କଳା ଥାଏ। ଶିମିଳିପାଳ ଅଭୟାରଣ୍ୟକର ନିର୍ଦ୍ଦେଶକ ପ୍ରକାଶଚାନ୍ଦ ଗୋଗିନାନୀ ମଧ୍ୟ କହିଛନ୍ତି ଯେ, ଏଠାରେ ୧୫ରୁ ଅଧିକ ବାଘ ଠାବ ହୋଇଛନ୍ତି, ଯାହାଙ୍କର ରଙ୍ଗ ଈଷତ୍ ହଳଦିଆ ପରବର୍ତ୍ତେ କଳା ଦିଶୁଛି। ଏ ନେଇ ଅଧିକ ଗବେଷଣାର ଆବଶ୍ୟକତା ରହିଛି। ତେଣୁ ବେଙ୍ଗାଲୁରୁର ଏକ ବିଶେଷଜ୍ଞ ଦଳ ଶିମିଳିପାଳକୁ ଡାକି ମହାବଳ ବାଘଙ୍କ ମଳ, ଆମ୍ପୁଡ଼ା ଦାଗ, ବାନ୍ତି ଆଦି ବିଭିନ୍ନ ନମୁନାକୁ ନେଇ ଅନୁଧ୍ୟାନ କରାଯାଉଛି। ଅସ୍ୱାଭାବିକ ପ୍ରଜନନ ଓ କୌଣସି କାରଣରୁ ବାଘଙ୍କ ରଙ୍ଗ ପରିବର୍ତ୍ତନ ହୋଇଥିବାର ପୂର୍ବରୁ ଦେଖିବାକୁ ମିଳିଛି। ନନ୍ଦନକାନନରେ ମଧ୍ୟ ସେମିତି ଧଳାବାଘ ଜନ୍ମ ହୋଇଥିଲେ ବୋଲି କୁହାଯାଉଛି। ବିଶେଷଜ୍ଞମାନଙ୍କ ଅଧିକ ଗବେଷଣାରୁ ଜଣାପଡିବ ଯେ, ବାଘଙ୍କ ରଙ୍ଗ ପରିବର୍ତ୍ତନର ପ୍ରକୃତ କାରଣ ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକ ଗୋଗିନାନୀ।
[ad_2]