ରାଜ୍ୟ

ଜାନୁଆରି ପହିଲାରୁ ଝାରସୁଗୁଡ଼ା-ହାଇଦ୍ରାବାଦ ବିମାନ ସେବା

ଝାରସୁଗୁଡ଼ା: ଜାନୁଆରି ପହିଲାରୁ ଷ୍ଟାର୍‌ ଏୟାର ଏୟାରଲାଇନ୍ସ ଝାରସୁଗୁଡ଼ା ବିମାନ ବନ୍ଦରରୁ ବିମାନ ସେବା ଆରମ୍ଭ କରିବାକୁ ଯାଉଥିବା ନେଇ ଗତ ୩ ତାରିଖରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଘୋଷଣା କରିଥିଲେ। ଆଜି ଏୟାରଲାଇନ୍ସ ନିଜ ୱେବ୍‌ସାଇଟ୍‌ରେ ଏ‌ହି ବିମାନ ଚଳାଚଳର ସମୟସାରଣୀ ସମ୍ପର୍କରେ ସୂଚନା ପ୍ରଦାନ କରିବା ପରେ ବିମାନ ବନ୍ଦର କର୍ତ୍ତୃପକ୍ଷ ମଧ୍ୟ ଏହାକୁ ସ୍ପଷ୍ଟ କରିଛନ୍ତି। ରବିବାର, ସୋମବାର ହାଇଦ୍ରାବାଦରୁ ଅପରାହ୍ଣ ୪ଟା ୩୫ରେ ଏହି ବିମାନ ଉଡ଼ାଣ ଭରିବ। ପରେ ସନ୍ଧ୍ୟା ୬ଟା ୨୦ ମିନିଟ୍‌ରେ ଝାରସୁଗୁଡ଼ାରେ ଅବତରଣ କରିବ। ସପ୍ତାହର ଅନ୍ୟ ୫ ଦିନ ଏହି ବିମାନ ସନ୍ଧ୍ୟା ୭ଟାରେ ହାଇଦ୍ରାବାଦରୁ ଉଡ଼ାଣ ଭରି ରାତି ୮ଟା ୪୫ ମିନିଟ୍‌ରେ ଝାରସୁଗୁଡ଼ାରେ ଅବତରଣ କରିବ। ସେହିଭଳି ରବିବାର, ସୋମବାର ଏହି ବିମାନ ସନ୍ଧ୍ୟା ୬ଟା ୫୦ ମିନିଟ୍‌ରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ଉଡ଼ାଣ ଭରି ରାତି ୮ଟା ୩୫ ମିନିଟ୍‌ରେ ହାଇଦ୍ରାବାଦରେ ପହଞ୍ଚିବ।

ଫେବ୍ରୁଆରିରୁ ରାୟପୁର ଓ ଲକ୍ଷ୍ନୌକୁ ବିମାନ ଚଳାଚଳ

ସପ୍ତାହର ଅନ୍ୟ ୫ ଦିନ ଏହି ବିମାନ ସନ୍ଧ୍ୟା ୯ଟା ୧୫ ମିନିଟ୍‌ରେ ଝାରସୁଗୁଡ଼ାରୁ ଉଡ଼ାଣ ଭରି ରାତି ୧୧ଟାରେ ହାଇଦ୍ରାବାଦରେ ଅବତରଣ କରିବ। ଫେବ୍ରୁଆରି ପହିଲାରୁ ଲକ୍ଷ୍ନୌକୁ ଓ ଫେବ୍ରୁଆରି ୨ ତାରିଖରୁ ରାୟପୁରକୁ ମଧ୍ୟ ଷ୍ଟାର୍‌ ଏୟାର ଉଡ଼ାଣ କରିବ। ସପ୍ତାହର ୩ ଦିନ ଅର୍ଥାତ ମଙ୍ଗଳବାର, ଗୁରୁବାର ଓ ଶନିବାର ସନ୍ଧ୍ୟା ୫ଟା ୩୫ ମିନିଟ୍‌ରେ ଝାରସୁଗୁଡ଼ାରୁ ଲକ୍ଷ୍ନୌ ପାଇଁ ବିମାନ ଉଡ଼ାଣ ଭରିବ ଓ ସେଠାରେ ସନ୍ଧ୍ୟା ୬ଟା ୫୫ ମିନିଟ୍‌ରେ ଅବତରଣ କରିବ। ଏହି ୩ ଦିନ ହିଁ ସନ୍ଧ୍ୟା ୭ଟା ୨୫ରେ ଲକ୍ଷ୍ନୌରୁ ଝାରସୁଗୁଡ଼ା ପାଇଁ ବିମାନ ଉଡ଼ାଣ ଭରି ରାତି ୮ଟା ୪୫ ମିନିଟ୍‌ରେ ଏଠାରେ ଅବତରଣ କରିବ। ସପ୍ତାହକୁ ୪ ଦିନ ଅର୍ଥାତ୍‌ ସୋମବାର, ବୁଧବ‌ାର, ଶୁକ୍ରବାର ଓ ରବିବାର ସନ୍ଧ୍ୟା ୬ଟା ୩୫ ମିନିଟ୍‌ରେ ଝାରସୁଗୁଡ଼ାରୁ ରାୟପୁର ଅଭିମୁଖେ ବିମାନ ଉଡ଼ାଣ ଭରି ସେଠାରେ ସନ୍ଧ୍ୟା ୭ଟା ୨୫ ମିନିଟ୍‌ରେ ଅବତରଣ କରିବ। ସେଠାରୁ ପୁଣି ସନ୍ଧ୍ୟା ୭ଟା ୫୫ ମିନିଟ୍‌ରେ ଉଡ଼ାଣ ଭରି ଝାରସୁଗୁଡ଼ାରେ ରାତି ୮ଟା ୪୫ ମିନିଟ୍‌ରେ ଅବତରଣ କରିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button