IBN ଓଡ଼ିଶା ବ୍ୟୁରୋ

‘ମାଫିଆ ଓ ଅପରାଧୀଙ୍କ ବିରୋଧରେ ଲଢିବାର ମଜା ଅଲଗା’

ପାଟ୍‌ନା: ବିହାର ପୁର୍ଣ୍ଣିୟାର ସାଂସଦ ପପୁ ଯାଦବଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ରୁ ମିଳିଛି ଧମକ। ଏହାକୁ ନେଇ ଏବେ ନିଜର ମତ ରଖିଛନ୍ତି ପପୁ। ସେ ଏହି ଧମକକୁ ଅତି ହାଲୁକାର ସହ ନେଇ କହିଛନ୍ତି କି ‘ଶତ୍ରୁକୁ ପାଳିବାରେ ଅନନ୍ଦ ଅଛନ୍ତି’।

ପପ୍ପୁଙ୍କ ଏପରି ପ୍ରତିକ୍ରିୟା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଗଣମାଧ୍ୟମରେ ପ୍ରତିକ୍ରିୟା ଦେବାକୁ ଯାଇ ପପ୍ପୁ ଯାଦବ କହିଛନ୍ତି,‘‘ମୋତେ କେବଳ ଦେଶ ଭିତରୁ ନୁହେଁ; ଲରେନ୍ସ ଗ୍ୟାଙ୍ଗରୁ ବିଦେଶରୁ ବି ହତ୍ୟା ଧମକ ମିଳିସାରିଛି। ହେଲେ ମୋର କିଛି ଡରିବାର ନାହିଁ । ମୁଁ ଧମକ ମିଳିଥିବା ସବୁ ତଥ୍ୟ ପୁଲିସକୁ ଦେଇସାରିଛି । ହେଲେ ସବୁ ପରେ ପୁଲିସ ଏପରି ଜଣକୁ ଧରିଛି ଯିଏ ପୂର୍ବରୁ ଜଣେ ବିଜେପି ବିଧାୟକଙ୍କ ପିଏ ଥିଲା; ଏବେ ଲରେନ୍ସ ଗ୍ୟାଙ୍ଗରେ ମିଶିଛି । ’’

ଲରେନ୍ସ ବିଷ୍ଣୋୟୀକୁ ଟାର୍ଗେଟ କରି ପପ୍ପୁ ଯାଦବ କହିଛନ୍ତି, ‘‘ଏସବୁ ଅପରାଧୀଙ୍କୁ ମୁଁ ପାଦର ଧୂଳି ବି ଭାବେନି । ତା’ଛଡା କାହାକୁ କ୍ଷମା ମାଗିବା ମୋ ସ୍ୱଭାବରେ ନାହିଁ । ଆଉ ମାଫିଆ, ଅପରାଧୀଙ୍କୁ ଏଜନ୍ମରେ କଣ କୌଣସି ଜନ୍ମରେ ବି କ୍ଷମା ମାଗିବା ମୋ ଦ୍ୱାରା ସମ୍ଭବ ନୁହେଁ । ଜନତାଙ୍କ ସ୍ୱାର୍ଥରେ ଯଦି ଶତ୍ରୁକୁ ପାଳିବାକୁ ପଡେ ତାହେଲେ ଏହା ସବୁଠୁ ଖୁସିର କଥା । ଏହାଦ୍ୱାରା ମନେ ହୁଏ ,ଯେପରି ଜୀବନ ସବୁଠୁ ମଜାରେ ଚାଲିଛି। କାରଣ ମାଫିଆ ଓ ଅପରାଧୀଙ୍କ ବିରୋଧରେ ଲଢିବାକୁ ଭାରି ମଜା ଲାଗେ।’’

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button