ମନୋରଞ୍ଜନ

ଲଞ୍ଚ ଡେଟରେ ଯାଇ ବ୍ରେକଅପ ଚର୍ଚ୍ଚା ଉପରେ ବିରାମ ଲଗାଇଲେ ଅର୍ଜୁନ-ମଲାଇକା – Ibnodisha

[ad_1]

ମୁମ୍ବାଇ: ଲଞ୍ଚ ଡେଟରେ ଯାଇ ବ୍ରେକଅପ ଚର୍ଚ୍ଚା ଉପରେ ବିରାମ ଲଗାଇଲେ ବଲିଉଡ ଅଭିନେତା ଅର୍ଜୁନ କପୁର ଓ ଅଭିନେତ୍ରୀ ମଲାଇକା ଅରୋରା। ଦୀର୍ଘ ବର୍ଷ ଧରି ପ୍ରେମ ସଂପର୍କରେ ଥିବା ଅଭିନେତା ଅର୍ଜୁନ କପୁର ଓ ଅଭିନେତ୍ରୀ ମଲାଇକା ଅରୋରାଙ୍କ ପ୍ରେମ ସଂପର୍କରେ ଫାଟ ପଡ଼ିଥିବା ଚର୍ଚ୍ଚା ହେଉଥିଲା। ମଲାଇକା ଇନଷ୍ଟାରେ ଅର୍ଜୁନଙ୍କ ଭଉଣୀ ଜାହ୍ନବୀ କପୁର୍‌, ଖୁସି କପୁର, ଅଂଶୁଳା କପୁର ଓ ତାଙ୍କ ବାପା ବୋନି କପୁରଙ୍କୁ ଅନଫଲୋ କରିବାରୁ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା। କୁହାଯାଉଥିଲା ଯେ, ଅର୍ଜୁନ ମଲାଇକାଙ୍କୁ ଛାଡ଼ି ଅଭିନେତ୍ରୀ ତଥା ଫ୍ୟାସନ ଡିଜାଇନର୍‌ କୁଶା କପିଲାଙ୍କୁ ଡେଟ୍ କରୁଛନ୍ତି।

ହେଲେ ଏବେ ଏସବୁ ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ଅର୍ଜୁନ-ମଲାଇକା। ଦୁହେଁ ସାଥିରେ ଲଞ୍ଚ ଡେଟରେ ଯାଇଥିବାର ଫଟୋ ଓ ଭିଡିଓ ଏବେ ସାମ୍ନାକୁ ଆସିଛି। ରବିବାର ଦୁହେଁ ଏକା ସାଙ୍ଗରେ ମଧ୍ୟାହ୍ନ ଭୋଜନ କରିବାକୁ ଯାଇଥିବାର ଫଟୋ ସାମ୍ନାକୁ ଆସିବା ପରେ ଏବେ ବ୍ରେକଅପ ହୋଇଥିବା ନେଇ ଚର୍ଚ୍ଚା କରୁଥିବା ଲୋକଙ୍କ ମୁହଁ ବନ୍ଦ ହୋଇଛି।

ଲଞ୍ଚ ଡେଟରେ ମଲାଇକା ଧଳା ରଙ୍ଗର ପୋଷାକ ପିନ୍ଧିଥିବା ବେଳେ ଅର୍ଜୁନ କଳା ରଙ୍ଗର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଭାଇରାଲ ହେଉଥିବା ‌ଭିଡିଓରେ ଦୁହେଁ ଏକ ରେ‌ସ୍ତୋରାଁରୁ ବାହାରି କାରରେ ବସୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସାମ୍ନାକୁ ଆସିବା ପ‌ରେ ଦୁହେଁ ଏବେ ବି ପ୍ରେମ ସମ୍ପର୍କରେ ଥିବା ସ୍ପଷ୍ଟ ହୋଇଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button