IBN ଓଡ଼ିଶା ବ୍ୟୁରୋ

ସ୍ୱାମୀଙ୍କୁ ନିଜ ଅଧୀନରେ କରିବାର ଚମତ୍କାରୀ ଉପାୟ ?

ଆପଣ ବହୁତଥର ଶୁଣିଥିବେ ଓ ଦେଖିଥିବେ କାହାର ସ୍ୱାମୀ ତାଙ୍କ ସ୍ତ୍ରୀକୁ ଛାଡି ଅନ୍ୟ କେଉଁ ନାରୀଙ୍କ ସହ ସମ୍ବନ୍ଧ ରଖିଥିବେ । କେବଳ ଏତିକି ନୁହେଁ ବରଂ ବହୁତ ଥର ଅନେକ ସ୍ୱାମୀ ନିଜ ସ୍ତ୍ରୀ ସହ ମାରପିଟ ମଧ୍ୟ କରିଥାନ୍ତି । ନିଜ ସ୍ତ୍ରୀର କଥା ଶୁଣେ ନାହିଁ ଏବଂ ଖରାପ ରାସ୍ତା ବାଛିନିଏ । ଜୁଆ ଖେଳି ଥାଏ । ଘର ପ୍ରତି ଧ୍ୟାନ ଦେଇନଥାଏ । ସ୍ତ୍ରୀକୁ ମିଛ କହିଥାଏ । ଏମିତିରେ ସ୍ତ୍ରୀ କଣ କରିବ କଣ ନକରିବ ସମସ୍ୟାରେ ପଡ଼ିଯାଏ ।

କାହାକୁ କହିବା କାହାକୁ କହିବା ନାହିଁ ଏମିତି ପ୍ରଶ୍ନରେ ଛନ୍ଦି ହୋଇଯାଏ । ଆଜି ଆପଣଙ୍କ ଏହି ସମସ୍ୟାର ସମାଧାନ ମୁଁ ଆଜି ମୋ ଭିଡ଼ିଓ ମାଧ୍ୟମରେ ଆଲୋଚନା କରିବି ।

୧ । ଯଦି ଆପଣଙ୍କ ସ୍ୱାମୀର କୌଣସି ପର ସ୍ତ୍ରୀ ସହ ସମ୍ବନ୍ଧ ଅଛି, ଅବା ସମ୍ବନ୍ଧ ବହୁତ ଲମ୍ବା ସମୟରୁ ଅଛି ତେବେ ହୋଲି ସମୟରେ ୩ଟି ଗୋମତୀ ଚକ୍ର ନେଇ ସେଥିରେ ଅଳ୍ପ ସିନ୍ଦୁର ଲଗାନ୍ତୁ ଓ ସେହି ମହିଳାର ନାମ ନେଇ ହୋଲିର ଅଗ୍ନିକୁ ଫିଙ୍ଗି ଦିଅନ୍ତୁ । ସ୍ୱାମୀ ସେହି ମହିଳାଠୁ ଦୂରେଇଯିବ ।

୨ । ଜ୍ୟୋତିଷ ଶାସ୍ତ୍ରରେ ଜାତକର ସପ୍ତମ କ୍ଷେତ୍ରକୁ ବିବାହ ଓ ବୈବାହିକ ସୁଖ ମାନାଯାଇଥାଏ । ଯାହାର ଜାତକରେ ଏହି କ୍ଷେତ୍ରରେ ରାହୁର ବାସ ହୋଇଥାଏ ସେମାନଙ୍କ ବୈବାହିକ ଜୀବନରେ ସମସ୍ୟା ଦେଖାଯାଇଥାଏ । ଏମିତି ଲୋକଙ୍କୁ ୪୦ ଦିନ ପର୍ଯ୍ୟନ୍ତ ବାଦାମ ଅବା ନଡ଼ିଆ ପ୍ରବାହିତ ପାଣିରେ ବିସର୍ଜନ କରିବା ଆବଶ୍ୟକ । ଏମିତି କରିବା ଦ୍ୱାରା ସ୍ୱାମୀ ସ୍ତ୍ରୀଙ୍କ ସମ୍ବନ୍ଧରେ ପ୍ରେମ ବଢିଥାଏ ।

 

୩ । ସ୍ୱାମୀଙ୍କୁ ନିଜ ବସରେ କରିବା ପାଇଁ ଆପଣ ଏହି ସାମାନ୍ୟ ଉପାୟକୁବି କରିପାରିବେ । ଯଦି ସ୍ୱାମୀ ସ୍ତ୍ରୀ ମିଶିକରି ଖାଉଥାନ୍ତି ତେବେ ସ୍ତ୍ରୀ ପ୍ରଥମେ ଖାଦ୍ୟରୁ ଅଳ୍ପ ଖାଇନିଅନ୍ତୁ ତା ପରେ ବଞ୍ଚିଥିବା ଖାଦ୍ୟକୁ ସ୍ୱାମୀ ଖାଦ୍ୟରେ ମିଶାଇ ଦିଅନ୍ତୁ । ଧ୍ୟାନ ରଖିବେ ସେହି ଖାଦ୍ୟ ଯେମିତି ଆପଣଙ୍କ ସ୍ୱାମୀହିଁ କେବଳ ଖାଇବେ । ଏମିତି କିଛିଦିନ କରିବା ଦ୍ୱାରା ଆପଣଙ୍କ ସ୍ୱାମୀ ଆପଣଙ୍କ ବସରେ ହୋଇଯିବ । ଏଥିରେ କୌଣସି ପାପ ନାହିଁ ।

 

୪ । ଯଦି କୌଣସି ସ୍ତ୍ରୀକୁ ଲାଗେ କି ତାହାର ସ୍ୱାମୀ କେହି ଅନ୍ୟ ନାରୀ ସହ ସମ୍ବନ୍ଧ ରଖିଛି ଅବା ଅନ୍ୟ କୌଣସି ସ୍ତ୍ରୀ କଥା ସବୁବେଳେ ଭାବୁଛି ତେବେ ଗୁରୁବାର ଦିନ ଠିକ ରାତି ୧୨ଟା ବେଳେ ଶୋଇଥିବା ନିଜ ସ୍ୱାମୀର କିଛି କେଶ କାଟି ନିଅନ୍ତୁ । ଆପଣ ଏହି କେଶକୁ ନେଇ ଜଳେଇ ଦିଅନ୍ତୁ ଓ ନିଜ ପାଦରେ ଦଳି ଦିଅନ୍ତୁ । ସେହିଦିନଠୁ ଆପଣଙ୍କୁ ଫରକ ଜଣାପଡିବ । ଆପଣଙ୍କ ସ୍ୱାମୀ କେବଳ ଆପଣଙ୍କ ଆଡକୁ ଆକୃଷ୍ଟ ହେବେ ।

 

Related Articles

Leave a Reply

Your email address will not be published. Required fields are marked *

Back to top button