ପିଲାପିଲି ହେବାରେ ଅସୁବିଧା ରହୁଛି କି ! ଗର୍ଭବତୀ ହେବା ପାଇଁ ବହୁ ସହଜ ତଥା ଚମତ୍କାରୀ ଉପାୟ !

ନମସ୍କାର, ଆଜି ଆମେ ଆପଣଂକୁ କହିବୁ ଶୀଘ୍ର ପ୍ରେଗନାଣ୍ଟ ହେବାର କିଛି ସହଜ ଉପାୟ । ଆପଣ ମାନେ ତ ଜାଣିଛନ୍ତି ଯେ, ପ୍ରେଗନାଣ୍ଟ ହେବା ପ୍ରତ୍ୟେକ ମହିଳା ପାଇଁ କେତେ ଆନନ୍ଦ ଦାୟକ ଏବଂ ଖୁସି ର କଥା । କିନ୍ତୁ ବର୍ତ୍ତମାନ ସମୟରେ ପ୍ରାୟତଃ ମହିଳା ଗର୍ଭ ଧାରଣ କରି ପାରୁ ନାହାନ୍ତି । ଯେତେ ଚେଷ୍ଟା କଲେ ମଧ୍ୟ ସେମାନେ ପ୍ରେଗନାଣ୍ଟ ହୋଇପାରୁ ନାହାନ୍ତି ଏବଂ ସବୁ ଦିଗରୁ ନିରାଶ ହେଉଛନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ସହଜ ଉପାୟ ସମ୍ବନ୍ଧରେ କହିବାକୁ ଯାଉଛୁ ଯାହାଦ୍ୱାରା ଆପଣ ଶୀଘ୍ର ପ୍ରେଗନାଣ୍ଟ ହୋଇପାରିବେ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ ।
୧. ପ୍ରଥମ ଉପାୟ ଟି ହେଉଛି, ଆପଣ ମାନେ ଗର୍ଭନିରୋଧକବଟିକା ସେବନ କରିବା ବନ୍ଦ କରନ୍ତୁ । ଏହି ବଟିକା ସେବନ କରିବା ଦ୍ୱାରା ଏହା ଗର୍ଭଧାରଣକୁ ନିରୋଧ କରିଥାଏ । ତେବେ ଆପଣ ଯେବେ ପ୍ରେଗନାଣ୍ଟ ହେବାପାଇଁ ଯୋଜନା କରୁଛନ୍ତି ତେବେ ତାର ୩ ମାସ ଆଗରୁ ଏହି ବଟିକାସେବନକୁ ବନ୍ଦ କରିବାକୁ ହେବ ।
ଗର୍ଭ ନିରୋଧକ ବଟିକା ଅଧିକ ସମୟ ଧରି ସେବନ କରିବା ଦ୍ୱାରା ଏହା ଗର୍ଭ ଧାରଣରେ ବିଭିନ୍ନତା ପ୍ରକାରର ସମସ୍ୟା ଦେଖାଇଥାଏ । ତେଣୁ ଯଦି ଆପଣ ଏହି ବଟିକା ର ସେବନ ବନ୍ଦ କରିଦେବେ ତେବେ ଆପଣ ଶୀଘ୍ର ପ୍ରେଗନାଣ୍ଟ ହୋଇପାରିବେ ।
୨. ଦ୍ଵିତୀୟ ଉପାୟଟି ହେଉଛି ସଠିକ ସମୟ ରେ ସହବାସ କରିବା । ଗର୍ଭ ଧାରଣ କରିବା ନିମନ୍ତେ ସଠିକ ସମୟରେ ସହବାସକରିବା ନିତ୍ୟାନ୍ତ ଜରୁରୀ ହୋଇଥାଏ । ଏହା ମହିଳା ମାନଙ୍କ ର ମାସିକଧର୍ମ ଉପରେ ନିର୍ଭର କରେ । ମହିଳା ମାନଙ୍କ ମାସିକଧର୍ମର ୧୧ ଦିନ ପରେ ଲଗାତର ୫ଦିନ ପର୍ଯ୍ୟନ୍ତ ସହବାସକରିବା ଦ୍ୱାରାଗର୍ଭଧାରଣ କରିବାର ସମ୍ଭାବନା ବହୁତ ଅଧିକ ଦେଖାଯାଏ ।
କିନ୍ତୁ ଯଦି ଆପଣ ମାସିକଧର୍ମର ୨୦ ଦିନ ପରେ ସହବାସକରିବେ ତେବେଗର୍ଭଧାରଣ କରିବାର ସମ୍ଭାବନା ବହୁତ ମାତ୍ରାରେ କମିଯାଏ । ତେଣୁ ଆପଣ ଯଦି ମାସିକଧର୍ମର ୧୧ଦିନ ପରେ ୫ଦିନ ଧରି ସହବାସକରିବେ ତେବେ ଆପଣ ଗର୍ଭଧାରଣ କରିପାରିବେ । ଏହି ସମୟରେ ପୁରୁଷ ମାନଙ୍କର ସ୍ପର୍ମ ମହିଳା ମାନଙ୍କ ଗର୍ଭାଶୟ ରେ ଥିବା ଅଣ୍ଡା ସହ ବହୁତ ଶୀଘ୍ର ମିଶିଥାଏ ଯାହାଦ୍ୱାରା ଗର୍ଭଧାରଣ କରିବା ସହଜ ହୋଇଥାଏ ।
୩. ଆପଣ ନିଜ ମାସିକ ଧର୍ମ ର ତାରିଖ କୁ ନୋଟ କରି ରଖନ୍ତୁ ଏବଂ ଏହାର ୧୧ଦିନ ପରେ ଲଗାତର ସହବାସ କରନ୍ତୁ । ଏହାଦ୍ବାରା ପୁରୁଷ ଙ୍କ ସ୍ପର୍ମ ମହିଳା ଙ୍କ ଗର୍ଭାଶୟ ରେ ପ୍ରବେଶ କରେ ଏବଂ ୨୪ ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଜୀବିତ ରୁହେ । ତେଣୁ ଏହି ସମୟରେ ଶରୀର ସୁସ୍ଥ ରହିବା ନିହାତି ଆବଶ୍ୟକ । ସହବାସ କରିବାର ୩୦ ମିନିଟ ପର୍ଯ୍ୟନ୍ତ ମହିଳା ମାନେ ଚିତ ହୋଇ ଶୋଇବା ଅତ୍ୟନ୍ତ ଆବଶ୍ୟକ । ଏହାଦ୍ୱାରା ପୁରୁଷ ମାନଙ୍କ ସ୍ପର୍ମ ମହିଳା ମାନଙ୍କ ଗର୍ଭାଶୟ ରେ ପ୍ରେବେଶ କରି ଡିମ୍ବକୁ ଫାର୍ଟିଲାଇଜ଼ କରିଥାଏ । ଯାହା ଫଳରେ ମହିଳା ମାନେ ଗର୍ଭ ଧାରଣ କରିଥାନ୍ତି ।




