ରାଜ୍ୟ

ବୈକୁଣ୍ଠଧାମ ଆଶ୍ରମ ଉଚ୍ଛେଦ ନେଇ ଆଶଙ୍କା

ଖଣ୍ଡଗିରି: ବିବାଦୀୟ ଶ୍ରୀବୈକୁଣ୍ଠଧାମ ଆଶ୍ରମ ଉଚ୍ଛେଦ ନେଇ ହାଇକୋର୍ଟରେ ଥିବା ମାମଲାର ଶୁଣାଣି ଆଜି ହୋଇ ପାରିନାହିଁ। ଫଳରେ ଆଜି ପର୍ଯ୍ୟନ୍ତ ଥିବା ରହିତାଦେଶ ପୁଣି ବଳବତ୍ତର ରହିଛି। ପରବର୍ତ୍ତୀ ଶୁଣାଣି ତାରିଖ ଧାର୍ଯ୍ୟ ହୋଇ ନଥିବାରୁ କେବେ କଟକଣା ହଟିବ ଓ ଆଶ୍ରମ ଉଚ୍ଛେଦ ହେବ ସେନେଇ ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟପଟେ ଆଶ୍ରମ ବିପକ୍ଷରେ ରାୟ ଆସିଲେ ବି ଉଚ୍ଛେଦ ସମ୍ଭବ ହେବନାହିଁ। କାରଣ ଏହି ଜମିର ମାଲିକାନା ବିଡିଏ ହାତରେ ରହିଛି। ବିଡିଏର ଏହି ଜମିକୁ ନେଇ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ଏକ ପିଟିସନ ବିଚାରାଧୀନ ରହିଛି। ଏହାର ବିଚାର ସରିବା ପରେ ଯାଇ ନିଷ୍ପତ୍ତି ଚୂଡ଼ାନ୍ତ ହେବ। ଫଳରେ ନିକଟ ଭବିଷ୍ୟତରେ ଏହି ଆଶ୍ରମ ଉଚ୍ଛେଦ ସମ୍ଭବ ନୁହେଁ ବୋଲି କୁହାଯାଉଛି।

ପୂର୍ବରୁ ଏହି ଜମିରେ ଯୋଗ ଶିକ୍ଷାକେନ୍ଦ୍ର ନିର୍ମାଣ ପାଇଁ ଗଣଶିକ୍ଷା ବିଭାଗକୁ ଆଶ୍ରମ ପକ୍ଷରୁ ଆବେଦନ କରାଯାଇଥିବା ଦର୍ଶାଯାଇଥିଲା। ଗଣଶିକ୍ଷା ବିଭାଗ ଏ ନେଇ ସାଧାରଣ ପ୍ରଶାସନକୁ ଚିଠି ଲେଖିଥିବା କୁହାଯାଇଥିଲା। ହେଲେ ଏହି ଚିଠିକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଚିଠିି ନକଲ କରାଯାଇଥିବା ଅଭିଯୋଗ ହୋଇଛି। ଏହା ଯଦି ସତ୍ୟ ହୁଏ ତେବେ ରାୟ ଆଶ୍ରମ ବିପକ୍ଷରେ ଯିବ। କିନ୍ତୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ପଡ଼ିଥିବା ମାମଲା କେବେ ସମାଧାନ ହେବ ଓ ତାହାର ରାୟ କାହା ସପକ୍ଷରେ ଯିବ ସେନେଇ ଅନିଶ୍ଚିତତା ରହିଛି। ବିଡିଏକୁ ଜମି ମିଳିଥିଲେ ମଧ୍ୟ ସୁରକ୍ଷା ଯୋଗାଇ ନ ପାରିବାରୁ ଏଭଳି ସମସ୍ୟା ହୋଇଛି। ମୂଲ୍ୟବାନ ଜମୀ ହଡ଼ପ ପାଇଁ ‌କେବଳ ବିଡିଏ ହିଁ ଦାୟୀ ବୋଲି କୁହାଯାଉଛି। ଜିଏ ଲେଖିଥିବା ଚିଠିରେ ଏହା ସ୍ପଷ୍ଟ କରାଯାଇଛି। ତୁରନ୍ତ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button