ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ଏହି ନାୟିକାଙ୍କୁ ମିଳିଲା ଅନୁଭବଙ୍କ ସାଥ୍ – Ibnodisha

[ad_1]

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟକ ଅନୁଭବ ଏବେ ତାଙ୍କର ନୂଆ ସିନେମାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏଠାରେ ଯେଉଁ ସିନେମା କଥା କୁହାଯାଉଛି, ତାର ଟାଇଟଲ ହେଲା ‘ଚାରିଧାମ’। ଏହି ଫିଲ୍ମର ଅନ୍ୟ ଏକ ଉଲ୍ଲେଖନୀୟ ପ୍ରସଙ୍ଗ ହେଲା ଯେ ଏଥିରେ ପ୍ରଥମ ଥର ପାଇଁ ଜଣେ ନାୟିକାଙ୍କୁ ମିଳିଛି ଅନୁଭବଙ୍କ ସାଥ୍। ଏହି ନାୟିକା ବି ଓଲିଉଡରେ ବେଶ ଜଣାଶୁଣା। ଖାଲି ସେତିକି ନୁହେଁ, ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବି ପାଇସାରିଛନ୍ତି। ହଁ ସେ ହେଲେ ସନମୀରା।
ନାୟକା ଭାବେ ସନମୀରାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘ସପନର ପଥେ ପଥେ’। ୨୦୧୭ରେ ମୁକ୍ତିଲାଭ କରିଥିବା ଏହି ସିନେମାରେ ତାଙ୍କର ନାୟକ ବନିଥିଲେ ଅମ୍ଳାନ। ସୁଶାନ୍ତ ମଣି ଏହାର ନିର୍ଦେଶନା ଦେଇଥିଲେ।
ଏହାପରେ ସନମୀରା ସ୍ୱରାଜଙ୍କ ବିପକ୍ଷରେ ‘ଲୈଲା ଓ ଲୈଲ’ରେ ନଜର ଆସିଥିଲେ। ଏହା ୨୦୧୮ରେ ରିଲିଜ୍ ହୋଇଥିଲା। ଏହି ସିନେମାରେ ଉଚ୍ଚକୋଟିର ଅଭିନୟ କରି ସନମୀରା ପାଇଥିଲେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ସୁଶାନ୍ତ ମଣି ଏହାର ନିର୍ଦେଶନା ଦେଇଥିଲେ। ସେହି ବର୍ଷ ସନମୀରାଙ୍କ ଆଉଏକ ସିନେମା ’ଲଭ୍ ଏକ୍ସପ୍ରେସ୍’ ବି ମୁକ୍ତିଲାଭ କରିଥିଲା। ଏଥିରେ ସ୍ବରାଜଙ୍କ ବିପକ୍ଷରେ ନଜର ଆସିଥିଲେ ସନମୀରା। ରମେଶ ରାଉତ ଏହାର ନିର୍ଦେଶକ।
ସନମୀରାଙ୍କ ଚତୁର୍ଥ ଓଡ଼ିଆ ସିନେମା ହେଲା ‘ଲୋକାଲ୍ ଟୋକା ଲଭ୍ ଚୋଖା’। ଏଥିରେ ବାବୁସାନଙ୍କ ବିପକ୍ଷରେ ନଜର ଆସିଥିଲେ ସନମୀରା। ଏହି ଓଡ଼ିଆ ସିନେମାର ନିର୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ ।
‘ଲୋକାଲ୍ ଟୋକା ଲଭ୍ ଚୋଖା’ପରେ ସନମୀରା ଆଉ ଏକ ଓଡ଼ିଆ ସିନେମା ‘ଗୁପଚୁପ୍’ରେ ନଜର ଆସିଥିଲେ। ୨୦୨୨ରେ ମୁକ୍ତିଲାଭ କରିଥିବା ଏହି ଛବିରେ ଅମ୍ଳାନ ନାୟକ ଭୂମିକା ନିଭାଇଥିଲେ। ପୃଥ୍ଵୀରାଜ ପଟ୍ଟନାୟକ ଏହାର ନିର୍ଦେଶକ।
‘ଚାରିଧାମ’ରେ ଅନୁଭବ-ସନମୀରା ଯୋଡ଼ିଙ୍କ ବ୍ୟତୀତ ମହାଶ୍ବେତା, ପ୍ରଦ୍ୟୁମ୍ନ ଲେଙ୍କା, ପୃଥ୍ବୀରାଜ ଓ ଗୁଲୁଆ ପ୍ରମୁଖ ବି ଅଭିନୟ କରୁଛନ୍ତି। ତାପସ ସରଘରିଆ ଏହାର ନିର୍ଦେଶକ। ଅଖିଳ ରାଉତରାୟ ଏହାର କାହାଣୀକାର। ସୁରେଶ ପଟ୍ଟନାୟକ ଚିତ୍ରନାଟ୍ୟ ଲେଖିଥିବା ବେଳେ ସଂଳାପ ରଚନା କରିଛନ୍ତି କୁମାର ଶ୍ରୀ। ବିଭୂତିଭୂଷଣ ଗଡ଼ନାୟକ ଓ ବୈଦ୍ୟନାଥ ଦାଶ ସଙ୍ଗୀତକାର।
[ad_2]