IBN ଓଡ଼ିଶା ବ୍ୟୁରୋ

କଙ୍ଗୋ : ମଝି ନଦୀରେ ଓଲଟିଲା ଡଙ୍ଗା, ୨୫ ମୃତ, ଆଗକୁ ବଢିପାରେ ମୃତକଙ୍କ ସଂଖ୍ୟା

ଣି ମଝି ନଦୀରେ ଓଲଟି ପଡ଼ିଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗା ଓଲଟିବାରୁ ୨୫ ଜଣଙ୍କର ଜୀବନ ଚାଲିଯାଇଛି । ସେହିପରି ୧୨ରୁ ଅଧିକ ଯାତ୍ରୀ ନିଖୋଜ ଅଛନ୍ତି । ଏମାନଙ୍କ ମଧ୍ୟରେ ପିଲା ମଧ୍ୟ ରହିଛନ୍ତି । ତେବେ ଡଙ୍ଗାରେ ୧୦୦ରୁ ଅଧିକ ଯାତ୍ରୀ ଥିଲେ । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା ରହିଛି। ଆଫ୍ରିକାର କଙ୍ଗୋରେ ଘଟିଛି ଏଭଳି କିଛି ଦୁର୍ଘଟଣା ।

ସୂଚନା ମୁତାବକ, ମଧ୍ୟ କଙ୍ଗୋର ଫିମି ନଦୀ କୂଳରେ ୧୦୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡିଯାଇଥିଲା । ଏଥିରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୧୨ ଜଣ ଏବେ ବି ନିଖୋଜ ଅଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଓ ମହିଳା ଅଛନ୍ତି । କିନ୍ସାସାର ରାଜଧାନୀ ଉତ୍ତର-ପୂର୍ବରେ ଥିବା ଇନୋଙ୍ଗୋ ସହରରୁ ବାହାରିବା ପରେ ୧୦୦ରୁ ଅଧିକ ଯାତ୍ରୀ ଡଙ୍ଗାରେ ଚଢ଼ିଥିଲେ । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା ରହିଛି।

ଅଧିକାରୀଙ୍କ କହିବା ମୁତାବକ ଓଭରଲୋଡିଂ ଯୋଗୁ ଏହି ଯାତ୍ରୀବାହୀ ଡ଼ଙ୍ଗାଟି ବୁଡିଯାଇଛି । ଡଙ୍ଗାରେ ଯାତ୍ରୀଙ୍କ ସମେତ ଜିନିଷ ପତ୍ର ମଧ୍ୟ ଲଦା ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୨୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଅନ୍ୟମାନଙ୍କୁ ଖୋଜାଖୋଜି ଚାଲିଛି ।

କଙ୍ଗୋର ମାଇ-ଏନ୍‌ଡୋମ୍ବେ ଅଞ୍ଚଳ ଚାରିପଡେ ନଦୀ ଘେରି ରହିଛି । ଏଠାକାର ଲୋକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଡଙ୍ଗା ଉପରେ ନିର୍ଭର କରନ୍ତି । ଡଙ୍ଗାରେ ଓଭରଲୋଡିଂକୁ ନେଇ ବାରମ୍ବାର କଙ୍ଗୋ କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି । ହେଲେ ଲୋକମାନେ ଏହାକୁ ନ ମାନି ବିପଦସଙ୍କୁଳ ଭାବେ ଯାତ୍ରା କରନ୍ତି ।

ସୂଚନାଯୋଗ୍ୟ, ଅକ୍ଟୋବରରେ ଦେଶର ପୂର୍ବ ଭାଗରେ ଓଭରଲୋଡ ଯୋଗୁଁ ଡଙ୍ଗା ବୁଡିବାରୁ ୭୮ ଜଣ ବୁଡି ଯାଇଥିଲେ । ସେହିପରି ଜୁନରେ କିଶାସା ପାଖରେ ଦୁର୍ଘଟଣା ଯୋଗୁଁ ୮୦ ଜଣଙ୍କ ଜୀବନ ଚାଲିଯାଇଥିଲା ।

ପଶ୍ଚିମ ଆଫ୍ରିକା ଦେଶରେ ଡଙ୍ଗା ଓଲଟିବା ଘଟଣା ସବୁବେଳେ ହେଉଛି । ଏଭଳି ଘଟଣା ଡଙ୍ଗାରେ ଅତ୍ୟଧିକ ଲୋକ, ପ୍ରତିକୂଳ ପାଣିପାଗ ଏବଂ ପରିଚାଳନା ତ୍ରୁଟି ଯୋଗୁଁ ହେଉଛି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆଫ୍ରିକାର ସବୁଠୁ ଅଧିକ ଜନବହୁଳ ଦେଶରେ ବାରମ୍ବାର ଏଭଳି ଡଙ୍ଗା ଦୁର୍ଘଟଣାର ଦୁଃଖଦ ଖବର ସମ୍ନାକୁ ଆସିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button