IBN ଓଡ଼ିଶା ବ୍ୟୁରୋ

ସବୁଠୁ ଅଧିକ Romantic ହୋଇଥାନ୍ତି ଏହି ୫ ଟି ରାଶିର ଲୋକ – ନିଶ୍ଚୟ ଦେଖନ୍ତୁ ଆପଣଙ୍କ ରାଶି ବି ଥାଇପାରେ

ଯଦି କୌଣସି ଝିଅ କାହାକୁ ଭଲପାଏ ତେବେ ସେ ତା ସମ୍ପର୍କକୁ ନେଇ ବହୁତ ସିରିୟସ ଥାଏ ଓ ସେ ନିଜର ପାର୍ଟନର ସହିତ ବିବାହ କରିବାର ନିର୍ଣ୍ଣୟ ନିଏ ତେବେ ବିବାହ କରିବା ଆଗରୁ ନିଜ ପାର୍ଟନରଙ୍କ ରାଶି ନିଶ୍ଚୟ ଜାଣି ନେବା ଉଚିତ । କାହିଁକି ନା ଯଦି ଆପଣଙ୍କୁ ନିଜ ପାର୍ଟନର ର ରାଶି ଜଣା ଅଛି ତେବେ ଆପଣ ଏହି କଥାକୁ ଜାଣିପାରିବେ ଆପଣଙ୍କ ବୟପ୍ରେଣ୍ଡ୍ କେମିତି ଅଟେ ।

 

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେଖାଯାଏ ଏମିତି ୫ ଟି ରାଶି ଅଛି ଯେଉଁ ପୁଅ ମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି । ଯଦି ଆପଣ ମଧ୍ୟ ଚାହୁଁଛନ୍ତି ଆପଣଙ୍କ ପାର୍ଟନର ଆପଣଙ୍କୁ ସାରା ଜୀବନ ଭଲ ପାଉ ତେବେ ଏହି ୫ ଟି ରାଶିର ପୁଅମାନେ ଅଛନ୍ତି । ତେବେ ଏହି ପୁଅମାନେ ଆପଣଙ୍କ ପାଇଁ ଉତ୍ତମ ଅଟନ୍ତି । ଆସନ୍ତୁ ଜାଣିବା ଏହି 5 ଟି ରୋମାଣ୍ଟିକ ରାଶି ବିଷୟରେ

ବୃଷ ରାଶି

ବୃଷ ରାଶିର ପୁଅମାନେ ବହୁତ ବିଶ୍ଵାସୀ ଓ କେୟାରିଙ୍ଗ ହୋଇଥାନ୍ତି । ଏମାନେ ନିଜ ସ୍ତ୍ରୀ ଓ ପିଲାଙ୍କର ଯାହା ଦରକାର ସବୁ ପୂରଣ କରିଥାଆନ୍ତି । ଏହି ରାଶିର ପୁଅମାନେ କେବେ ବି ଧୋକା ଦିଅନ୍ତି ନାହିଁ ଓ ନା କେବେ ଦୁଃଖ ଦିଅନ୍ତି । ଯେଉଁ ପର୍ଯ୍ୟନ୍ତ ଏହି ପୁଅଙ୍କୁ ରଗା ନ ଯାଏ ସେ ପର୍ଯ୍ୟନ୍ତ ଶାନ୍ତ ରହିଥାନ୍ତି । ଏହି ରାଶିର ପୁଅମାନଙ୍କୁ ବହୁତ ସରଳ ଭାବରେ କାବୁରେ ଆଣିହେବ । ଯେଉଁ ଝିଅକୁ ଏହିଭଳି ସ୍ବାମୀ ମିଳିଯିବ ସେହି ଝିଅର ଜୀବନ ଖୁସିରେ କଟିବ ।

ସିଂହ ରାଶି

ଯେଉଁ ପୁରୁଷଙ୍କ ରାଶି ସିଂହ ହୋଇଥାଏ ସେମାନେ ସବୁଠୁ ଭଲ ସ୍ବାମୀ ବୋଲି ପ୍ରମାଣିତ ହୋଇଥାନ୍ତି । ଏହି ରାଶିଥିବା ପୁରୁଷ ସୁନ୍ଦରୀ ମହିଳା ଉପରେ ବହୁତ ଶୀଘ୍ର ଆକର୍ଷିତ ହୋଇଥାନ୍ତି । କିନ୍ତୁ ଏହି ରାଶିର ପୁରୁଷ ମାନେ ନିଜ ସ୍ତ୍ରୀର ଯତ୍ନ ଗୋଟେ ବାପା ଭଳି ନେଇଥାନ୍ତି । ଯେଉଁ ମହିଳାମାନଙ୍କର ସ୍ବାମୀଙ୍କ ରାଶି ସିଂହ ହୋଇଥାଏ ତାଙ୍କୁ ନିଜ ସ୍ବାମୀଙ୍କର ପ୍ରଶଂସା କରିବା ଦରକାର , କାହିଁକି ନା ଏହି ରାଶିର ପୁରୁଷଙ୍କୁ ନିଜର ପ୍ରଶଂସା ଶୁଣିବା ପାଇଁ ବହୁତ ଭଲ ଲାଗିଥାଏ । ଭଲପାଇବା ସମ୍ପର୍କରେ ଏହି ରାଶିର ପୁଅମାନେ ସବୁଠୁ ଆଗରେ ଥାଆନ୍ତି ।

ତୁଳା ରାଶି

ତୁଳା ରାଶି ଥିବା ପୁଅମାନେ ଅଧିକ ରୋମାଣ୍ଟିକ ସ୍ଵଭାବର ହୋଇଥାନ୍ତି । ବିବାହର ବର୍ଷ ବର୍ଷ ପରେ ମଧ୍ୟ ସମ୍ପର୍କରେ ପ୍ରେମ ଓ ବିଶ୍ଵାସ ରଖିବା ତାଙ୍କୁ ବହୁତ ଭଲ ସେ ଜଣାଥାଏ । ଏମାନେ ନିଜ ସ୍ତ୍ରୀକୁ କେତେବେଳେ ଗୋଲାପ ଦେଇ ଖୁସି କରିଥାନ୍ତି ତ କେବେ ବେଡ଼ ଟି ଦେଇ ସର୍ପ୍ରାଇଜ କରିଥାନ୍ତି । ଏହି ରାଶିର ପୁରୁଷ ନିଜ ସମ୍ପର୍କ ପ୍ରତି ବହୁତ ସଚ୍ଚୋଟ ହୋଇଥାନ୍ତି । ସେଥିପାଇଁ ସବୁ ଝିଅମାନଙ୍କୁ ଏହି ରାଶିର ପୁଅ ମାନେ ଅଧିକ ପସନ୍ଦ ହୋଇଥାନ୍ତି ।

ଧନୁ ରାଶି

 

ଧନୁ ରାଶିର ପୁରୁଷ ଜଣେ ଭଲ ସ୍ବାମୀ ପ୍ରମାଣିତ ହୋଇଥାନ୍ତି ଓ ଏହି ରାଶିର ପୁରୁଷ ଅଧିକ ରୋମାଣ୍ଟିକ ହୋଇଥାଆନ୍ତି । ଏମାନେ ଭଲ ପ୍ରେମୀ ଓ ଭଲ ଚିନ୍ତାଧାରା ରଖିଥିବା ପିତା ବି ହୋଇଥାନ୍ତି , କିନ୍ତୁ ଧନୁ ରାଶିର ପୁରୁଷଙ୍କ ବିଷୟରେ ଏହା ମଧ୍ୟ କୁହା ଯାଏ କି ଏମାନେ ସମ୍ପର୍କରେ ବହୁତ ଶୀଘ୍ର ଥକି ପଡନ୍ତି ଓ ନୂଆ ସାଥିର ଖୋଜରେ ଲାଗି ରହିଥାନ୍ତି , ସେଥିପାଇଁ ସ୍ତ୍ରୀଙ୍କୁ ସବୁବେଳେ ଏହା ଚେଷ୍ଟା କରିବା ଦରକାର କି ତାଙ୍କ ସମ୍ପର୍କରେ କୌଣସି ପ୍ରକାରର ଦୂରତା ନ ଆସୁ । ଏମାନେ ନିଜ ସ୍ୱାମୀକୁ ସବୁବେଳେ ଖୁସି ରଖନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button