ରାଜ୍ୟ

ବଂଶଧାରା ନଦୀରେ ନିଖୋଜ ୨ ଶିଶୁଙ୍କର ମୃତଦେହ ଉଦ୍ଧାର – Ibnodisha

[ad_1]

ରାୟଗଡ଼ା: ରାୟଗଡା ଜିଲ୍ଲାର ପ୍ରସିଦ୍ଧ ମୀନାଝୋଲା ଶୈବ ପୀଠର ବଂଶଧାରା ନଦୀରେ ସୋମବାର ଭାସି ଯାଇ ନିଖୋଜ ଥିବା ଦୁଇ ଜଣ ଶିଶୁଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି। ନାବାଳକ ରତ୍ନାକରର ମୃତଦେହ ପାଲକାପଦାର ନଦୀ ତଟରେ ଆଜି ମଧ୍ୟାହ୍ନରେ ଉଦ୍ଧାର ହୋଇଥିବା ବେଳେ ମିନାଝୋଲା ଘଟଣାସ୍ଥଳରୁ ଅଳ୍ପ ଦୂରରେ ନାବାଳିକା ସ୍ମୁତିର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି।

ସୂଚନାଯୋଗ୍ୟ, ସୋମବାର ସନ୍ଧ୍ୟା ହୋଇ ଯାଇଥିବାରୁ ଅନ୍ଧାରରେ ଉଦ୍ଧାର କାର୍ଯ୍ୟ ବନ୍ଦ କରାଯାଇଥିବା ବେଳେ ଆଜି ସକାଳୁ ପୁଣି ଥରେ ନଦୀରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଶ୍ରାବଣ ଶେଷ ସୋମବାରରେ ଶିବ ଦର୍ଶନ ପାଇଁ ଓ ଜଳାଭିଷେକ ପାଇଁ ଜିଲ୍ଲାର ବିଭିନ୍ନ ଶୈବ ପୀଠରେ ପ୍ରବଳ ଗହଳି ଦେଖିବାକୁ ମିଳିଥିବା ବେଳେ ମିନାଝୋଲାକୁ ଦର୍ଶନ ପାଇଁ ଆସିଥିବା ଏହି ଦୁଇ ଶିଶୁ ବଂଶଧାରା ନଦୀରେ ଗାଧୋଇବାକୁ ଯାଇ ଭାସି ନିଖୋଜ ହୋଇଯାଇଥିଲେ। ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ବଂଶଧାରା ନଦୀ ମଝିରେ ମିନାଝୋଲା ଶିବ ଲିଙ୍ଗ ରହିଥିବା ବେଳେ କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଶ୍ରୀରାମପୁର ଗ୍ରାମରୁ ନିଜ ନିଜ ପରିବାର ସହ ଶିବ ଦର୍ଶନ କରିବାକୁ ଆସିଥିବା ବେଳେ ଏଭଳି ଅଘଟଣ ଘଟିଥିଲା। ସ୍ଥାନୀୟ ପୁଲିସ, ଚନ୍ଦ୍ରପୁର ଦମକଳ ବାହିନୀ ଓ ଭାମିନିର ଦ୍ବିତୀୟ ଆଇଆରବିଏନ୍ କ୍ୟାମ୍ପ୍ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button