ରାଜ୍ୟ

ବିସ୍ଫୋରଣରେ ୫ ପିଲାଙ୍କ ସମେତ ୯ ଜଣଙ୍କ ମୃତ୍ୟୁ – Ibnodisha

[ad_1]

ପାକିସ୍ତାନ: ପାକିସ୍ତାନର ସିନ୍ଧ୍‌ ପ୍ରଦେଶରେ ଏକ ଦୁଃଖଦାୟକ ଘଟଣା ଘଟିଛି। ବୁଧବାର ଏଠାରେ ଏକ ଭୟଙ୍କର ବିସ୍ଫୋରଣରେ ଗୋଟିଏ ପରିବାରର ୫ ପିଲାଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ମୁତାବକ, ପିଲାମାନେ ଘର ବାହାରେ ଏକ ରକେଟ୍‌ ସେଲ୍‌ ପାଇଥିଲେ, ଯାହାକୁ ସେମାନେ ଖେଳଣା ଭାବି ଘର ଭିତରକୁ ନେଇଯାଇଥିଲେ। ଖେଳିବା ସମୟରେ ର୍ହି ଏଥିରେ ଜୋର୍‌ଦାର ବିସ୍ଫୋରଣ ହୋଇଥିଲା।

ବରିଷ୍ଠ ପୋଲିସ ଅଧିକାରୀଙ୍କ ମୁତାବକ, ଏହି ବିସ୍ଫୋରଣରେ ୫ ପିଲାଙ୍କ ସହ ଦୁଇ ମହିଳା ଏବଂ ଦୁଇ ପୁରୁଷଙ୍କର ମଧ୍ୟ ମୃତ୍ୟୁ ଘଟିଛି। ମୃତକଙ୍କ ବ୍ୟତୀତ ପରିବାରର ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଘଟଣାସ୍ଥଳ ହେଉଛି ଏକ ନଦୀ ଅଞ୍ଚଳ। ନଦୀ ଅଞ୍ଚଳରେ ଲୁଚି ରହିଥିବା କୌଣସି ଅପରାଧୀ ଗ୍ୟାଙ୍ଗ୍‌ ଏଠାରେ ରକେଟ୍‌ ସେଲ୍‌ ଛାଡ଼ି ଯାଇଥିବା ଅନୁମାନ କରାଯାଉଛି। ବିସ୍ଫୋରଣ ସମ୍ପର୍କରେ ସୂଚନା ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ରିପୋର୍ଟ ଅନୁସାରେ, ସିନ୍ଧ୍‌ର ମୁଖ୍ୟମନ୍ତ୍ରୀ ଜଷ୍ଟିସ୍‌ ମକବୁଲ୍‌ ବକର ପ୍ରାଦେଶିକ ମହାନିରୀକ୍ଷକଙ୍କୁ ଏହି ମାମଲାର ରିପୋର୍ଟ ମାଗିଛନ୍ତି। ଏହାସହ ରକେଟ୍‌ ଲଞ୍ଚର୍‌ ଜାଙ୍ଗି ସୁବଜଓ୍ଵାଇ ଗୋଥ୍‌ ଗାଁ ପର୍ଯ୍ୟନ୍ତ କିପରି ଆସିଲା, ସେ ନେଇ ପ୍ରଶ୍ନ ପଚାରିଛନ୍ତି। ସେହିପରି ଅସ୍ତ୍ରଶସ୍ତ୍ର କିପରି ଚାଲାଣ କରାଯାଉଥିଲା, ତାହା ମଧ୍ୟ ପଚାରିଛନ୍ତି। ଏହି ବିସ୍ଫୋରଣରେ ୯ ଜଣଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ମହାନିରୀକ୍ଷକଙ୍କୁ ବିସ୍ତତ ରିପୋର୍ଟ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button