ସ୍ୱାସ୍ଥ୍ୟ

ସକାଳୁ ଖାଲି ପେଟରେ ପ୍ରତିଦିନ ଖାଆନ୍ତୁ 2 ଟି ପିଜୁଳି ପତ୍ର ଓ ତା ପରେ ଦେଖନ୍ତୁ ଚମତ୍କାର-

ବନ୍ଧୁଗଣ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ କି, ପିଜୁଳି ର କେବଳ ଗୋଟେ ପତ୍ର ୧୫ର ରୁ ଅଧିକ ରୋଗ ଠିକ କରିଥାଏ । ଯେଉଁଥିରେ ଦାନ୍ତ ରେ କଷ୍ଟ, ଗଳା ରେ କଷ୍ଟ, ମାଢି ରେ କଷ୍ଟ ଏଵଂ ବ୍ରଣ, ମଧୁମେହ ଆଦି ରୋଗ ରୁ ଏହି ପତ୍ର ଆମକୁ ବଞ୍ଚାଇ ଥାଏ । ଆଜି ଆମେ ଆପଣଙ୍କୁ କହିବୁ କିପରି ଭାବେ ପିଜୁଳି ସହ ତା ପତ୍ର ବି ଆମ ପାଇଁ ଉପଯୋଗୀ ।

୧-ଯେଉଁ ଲୋକ ମାନଙ୍କ ର ପ୍ରବଳ ଗଣ୍ଠି ବିନ୍ଧା ହେଉଛି ସେହି ଲୋକ ମାନଙ୍କ ପାଇଁ ଏହି ପତ୍ର ବହୁତ ଲାଭ ଦାୟକ ହୋଇଥାଏ। ଏଥି ପାଇଁ ଆପଣ ପିଜୁଳି ର ପତ୍ର କୁ କୁଟି ତାହାକୁ ଗରମ କରି ଗଣ୍ଠି ବିନ୍ଧୁଥିବା ସ୍ଥାନ ରେ ଲଗାନ୍ତୁ,ଏହା ଦ୍ୱାରା ଆରମ ମିଳିଥାଏ, ଏଵଂ କଷ୍ଟ ମଧ୍ୟ ଦୁର ହୋଇଥାଏ।

୨-ପିଜୁଳି ପତ୍ର ର ସେବନ ପିଲା ଠୁ ଆରମ୍ଭ କରି ବୃଦ୍ଧ ପଯ୍ୟନ୍ତ ସମସ୍ତେ କରିପାରିବେ ଏହା ଦ୍ୱାରା ପେଟ ରୋଗ ଦୂର ହୋଇଥାଏ। ଯେଉଁ ଲୋକ ମାନଙ୍କୁ ଡାଇରିଆ ସମସ୍ୟା ଅଛି,ସେମାନଙ୍କ ପାଇଁ ପିଜୁଳି ର ପତ୍ର ବହୁତ ଲାଭଦାୟକ ଅଟେ।ଏଥି ପାଇଁ ପିଜୁଳି ର ପତ୍ର କୁ ଏକ କପ ପାଣି ରେ ଫୁଟାନ୍ତୁ ଏଵଂ ସେହି ପାଣି କୁ ଭଲ ଭାବରେ ଛାଣି ଥଣ୍ଡା କରି ପିଅନ୍ତୁ।

୩-ବନ୍ଧୁଗଣ ବହୁତ ଲୋକଙ୍କୁ ସ୍ୱପ୍ନଦୋଷ ହୋଇଥାଏ।ସେମିତି ଲୋକଙ୍କୁ ପିଜୁଳି ପତ୍ର ର ସେବନ କରାଇବା ଆବଶ୍ୟକ। ପିଜୁଳି ପତ୍ର ର ରସ ବାହାର କରି ସେଥିରେ ମହୁ ମିଶାନ୍ତୁ ଏଵଂ ପ୍ରତିଦିନ ନିୟମିତ ରୂପରେ ତାର ସେବନ କରନ୍ତୁ। ଏହା ଦ୍ୱାରା ସ୍ୱପ୍ନଦୋଷ ଦୁର ହୋଇଥାଏ ।

୪-କୋଷ୍ଠକାଠିନ୍ୟ-ପିଜୁଳି ର କଅଁଳିଆ ପତ୍ର କୁ ପାଣି ରେ ଫୁଟାଇ ସେହି ପାଣି କୁ ସେବନ କରିବା ଦ୍ଵାରା ବହୁତ ପୁରୁଣା କୋଷ୍ଠକାଠିନ୍ୟ ରୁ ମୁକ୍ତି ମିଳିଥାଏ ।

୫- ଦୁର୍ବଳତା- ପିଜୁଳି ର ପତ୍ର କୁ ପେଷି ସେଥିରୁ ରସ ବାହାର କରି ସେଥିରେ ସ୍ୱାଦ ଅନୁସାରେ ଚିନି ମିଶାଇ,ତାହାର ସେବନ କରିବା ଦ୍ୱାରା ଶରୀରର ଦୁର୍ବଳତା ମୁକ୍ତି ମିଳିଥାଏ।

୬-ଚର୍ବୀ- ପିଜୁଳି ପତ୍ର ର ରସ ‘ଲିଭର’ ରୁ ଖରାପ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ। ଏହା ଚର୍ବୀ କମାଇବା ରେ ସହାୟକ ହୋଇଥାଏ।

 

୭-ପାଚନ ତନ୍ତ୍ର-ପିଜୁଳି ର ପତ୍ର ବା ଏଥିରୁ ବନାଯାଉଥିବା ରସ ପିଇ ଆପଣ ଆପଣଙ୍କ ପାଚନ ତନ୍ତ୍ର କୁ ଠିକ କରି ପାରିବେ ଏହା ଦ୍ୱାରା ପାଚନ ତନ୍ତ୍ର ସମ୍ଭନ୍ଧୀୟ ରୋଗ ରୁ ମୁକ୍ତି ପାଇପାରିବେ।

୮- ଦାନ୍ତ ର ସମସ୍ୟା- ଦାନ୍ତ, ଗଳା ରେ କଷ୍ଟ ,ଦାନ୍ତ ମାଢି ର ରୋଗ ଆଦି ରେ ପିଜୁଳି ପତ୍ର ର ରସ ପିଇବା ବହୁତ ଲାଭଜନକ ହୋଇଥାଏ।

୯-ଡେଙ୍ଗୁ ଜ୍ଵର- ଡେଙ୍ଗୁ ଜ୍ଵର ରେ ପିଜୁଳି ପତ୍ର ରସ ସେବନ କରିବା ଦ୍ୱାରା ଏହା ଡେଙ୍ଗୁ ଜ୍ଵର ର ସଂକ୍ରମଣ କମ କରାଇଥାଏ ଏବଂ ପିଜୁଳି ପତ୍ର ର ରସ କୌଣସି ପ୍ରକାର ‘ଅଲରଜି’କୁ ଦୁର କରିପାରେ।

୧୦-ପାଟି ଟୁଣ୍ଡୁକା- ପିଜୁଳି ପତ୍ର ଚୋବାଇବା ଦ୍ୱାର ପାଟି ତୁଣ୍ଡୁକା ଭଳି ସମସ୍ୟା ଦୂର ହୋଇଥାଏ।

 

Related Articles

Leave a Reply

Your email address will not be published. Required fields are marked *

Back to top button