ଶ୍ରୀଦେବୀଙ୍କୁ ଗିରଫ ପାଇଁ ପୁଲିସ ଏବେ କ’ଣ ସ୍ବର୍ଗକୁ ଯିବ କି?
ନୂଆଦିଲ୍ଲୀ: ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ସୋସିଆଲ ମିଡିଆରେ ପ୍ରାୟତଃ ସକ୍ରିୟ ଥାଆନ୍ତି। ସମ୍ପ୍ରତି ଏକ୍ସରେ ଏକ ପୋଷ୍ଟ ସେୟାର କରି ରାମ ଗୋପାଳ ଲେଖିଛନ୍ତି, ‘ପ୍ରତି ଷ୍ଟାରଙ୍କୁ ଅଲ୍ଲୁ ଅର୍ଜୁନଙ୍କ ଗିରଫଦାରୀର ବିରୋଧ କରିବା କଥା। କାରଣ ସେ ସିନେମା ଷ୍ଟାର ହୁଅନ୍ତୁ ଅବା ରାଜନେତା ଲୋକପ୍ରିୟ ହେବା କ’ଣ ଅପରାଧ।’
ଅଧିକପଢ଼ନ୍ତୁ:୩୫ ପାକିସ୍ତାନୀ ସେନାଙ୍କ ମୃତ୍ୟୁ ପାଇଁ ଟିଟିପି ନିଜକୁ ଦାୟୀ କଲା
ରାମଗୋପାଳ ତେଲେଙ୍ଗାନା ପୁଲିସକୁ କଟାକ୍ଷ କରି ଲେଖିଛନ୍ତି, ‘ମୋର ସିନେମା ‘କ୍ଷଣମ କ୍ଷଣାମ’ର ସୁଟିଂରେ ଶ୍ରୀଦେବୀଙ୍କୁ ଦେଖିବା ପାଇଁ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମି ଥିଲା। ଏହି ଭିଡ଼ରେ ୩ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ମୋର ପ୍ରଶ୍ନ ଏବେ ତେଲେଙ୍ଗାନା ପୁଲିସ କ’ଈ ଶ୍ରୀଦେବୀଙ୍କୁ ଗିରଫ କରିବା ପାଇଁ ସ୍ବର୍ଗ ଯିବ କି?
ଅଧିକପଢ଼ନ୍ତୁ:ନୂଆବର୍ଷରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ ବ୍ୟବସ୍ଥା: ମନ୍ତ୍ରୀ
ଲ୍ଲେଖଯୋଗ୍ୟ, ସନ୍ଧ୍ୟା ଥିଏଟରରେ ଡିସେମ୍ବର ୪ ତାରିଖରେ ‘ପୁଷ୍ପା-୨’ର ସ୍କ୍ରିନିଂ ସମୟରେ ହୋଇଥିବା ଦଳାଚକଟାରେ ୩୫ବର୍ଷର ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାରେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରି ପୁଲିସ କୋର୍ଟରେ ହାଜର କରିଥିଲା। କୋର୍ଟ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦେଇଥିଲା। ଅଲ୍ଲୁଙ୍କୁ ଚଞ୍ଚଲଗୁଡ଼ା ଜେଲ ନିଆଯାଇଥିଲା। ଜେଲ ଯିବାର କିଛି ସମୟ ପରେ ତେଲେଙ୍ଗାନା ହାଇକୋର୍ଟ ଅଲ୍ଲୁଙ୍କୁ ଜାମିନ ଦେଇ ଦେଇଥିଲେ।