ମନୋରଞ୍ଜନ

ଭୋଭୋ ହୋଇ କାନ୍ଦି ନ୍ୟାୟ ମାଗୁଛନ୍ତି ରାକ୍ଷୀ – Ibnodisha

[ad_1]

ନୂଆଦିଲ୍ଲୀ: ବିଲଉଡ ଅଭିନେତ୍ରୀ ଓ ବିବାଦୀୟ କୁଇନ ରାକ୍ଷୀ ସାୱନ୍ତ କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାକୁ ଆସିଥାଆନ୍ତି। ଏଇ କିଛି ହେବ ରାକ୍ଷୀ ଓ ତାଙ୍କ ସ୍ବାମୀ ଆଦିଲ ଦୁର୍ରାନୀଙ୍କ ମଧ୍ୟରେ ବିବାଦ ଚାଲିଛି। ଦୁହେଁ ପରସ୍ପର ବିରୋଧରେ ଗମ୍ଭୀର ଅଭିଯୋଗ କରୁଛନ୍ତି।

ଆଦିଲଙ୍କ କହିବାନୁସାରେ, ରାକ୍ଷୀ ତାଙ୍କୁ ଫସାଇ ଦେଇଛନ୍ତି। ସେହିପରି ରାକ୍ଷୀ କହିଛନ୍ତି, ଆଦିଲ ତାଙ୍କ ସହିତ ଖରାପ ବ୍ୟବହାର କରିଛନ୍ତି। ତାଙ୍କର ଅଶ୍ଳୀଳ ଭିଡିଓ ବି କରିଛନ୍ତି। ଯାହାକୁ ବିକ୍ରି କରି ସେ ଟଙ୍କା ରୋଜଗାର ବି କରିଛନ୍ତି।

ଏହି କ୍ରମରେ ରାକ୍ଷୀ ମକ୍କା ମଦିନାରୁ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଭୋଭୋ ହୋଇ କାନ୍ଦୁଥିବା ଦେଖିବାକୁ ମିଳୁଛି।

 

ରାକ୍ଷୀଙ୍କ କାନ୍ଦୁଥିବା ଭିଡିଓକୁ ବିରଲ ବୟାନି ତାଙ୍କ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳୁଛି କି, ସେ ମକ୍କା ମଦିନାରେ ଅଛନ୍ତି। ଭିଡିଓରେ ରାକ୍ଷୀ ବୁର୍କା ପିନ୍ଧିଛନ୍ତି। ଆଉ ଆଦିଲ ତାଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ନେଇ ‌ଭୋଭୋ ହୋଇ କାନ୍ଦୁଛନ୍ତି।

ଭିଡିଓରେ ରାକ୍ଷୀ କହୁଛନ୍ତି, ‘ମୁଁ କ’ଣ କରିବି? ବଲିଉଡରେ ଷ୍ଟାର ହେବାପ‌ାଇଁ ତୁମେ ମୋ ସହ ମିଛରେ ବିବାହ କରିଛ। ହେ ଅଲ୍ଲାହ ମୋ ସହିତ ନ୍ୟାୟ ହେଉ। ଜଣେ ମହିଳାଙ୍କ ଜୀବନ ନଷ୍ଟ କରି ଦେଇଛି ଆଦିଲ। ହେ ଖୁଦା ମୁଁ ଆପଣଙ୍କ ପାଖକୁ ଅଭିଯୋଗ ନେଇ ଆସିଛି। ମୋ ସହିତ ନ୍ୟାୟ ହେଉ। ମୋ ସହିତ ଏ କ’ଣ ହୋଇଗଲା?

‌ତେବେ ଏହି ଭିଡିଓ ଆସିବା ପରେ ରାକ୍ଷୀ ଟ୍ରୋଲର ଶିକାର ହୋଇଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button