Uncategorized

ମଧୁମେହ (Diebetes) ରୋଗରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ଚମତ୍କାରୀ ଉପାୟ,ଗୋଟିଏ ମାସ ଭିତରେ ହେବ କଣ୍ଟ୍ରୋଲ !

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ ଏକ ଚମତ୍କାର ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ।ଏହା ସୁଗାର ଓ ମଧୁମେହ ରୋଗକୁ ନିୟନ୍ତ୍ରଣ କରିଥାଏ।ଏହାସହିତ ଏହା ଶରୀରର ଅନ୍ୟ ସମସ୍ୟା ଗୁଡ଼ିକୁ ମଧ୍ୟ ଦୂର କରି ଦେଇଥାଏ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଏହି ଘରୋଇ ଉପଚାର କରିବା ପାଇଁ ଆପଣଙ୍କୁ ୨୫୦ ଗ୍ରାମ ମେଥି ଦାନା, ୧୦୦ ଗ୍ରାମ ଜୁଆଣି, ୫୦ ଗ୍ରାମ କଳା ଜିରା ଆବଶ୍ୟକ। ପ୍ରଥମେ ଆପଣ ଏହି ତିନି ଗୋଟି ଜିନିଷକୁ ଅଲଗା ଭାବରେ କଢେଇରେ ନେଇ ଭଲଭାବରେ ଭାଜନ୍ତୁ। ଏହିପରି ମେଥି ଦାନା, ଜୁଆଣି, କଳା ଜିରାକୁ ଗୋଟେ ମିନିଟ ପର୍ଯ୍ୟନ୍ତ ଭାଜି ନିଅନ୍ତୁ।

ଏଗୁଡ଼ିକୁ ଏକାଠି କରି ଭାଜନ୍ତୁ ନାହିଁ, ଏଥିପ୍ରତି ଧ୍ୟାନ ରଖିବେ।
ମେଥି ଭାଜିବା ପାଇଁ ସମୟ ଲାଗିଥାଏ। ଯଦି ଆପଣ ମେଥି ଦାନା ସହିତ ଜୁଆଣି ଓ କଳାଜିରାକୁ ଭାଜିବେ, ତାହେଲେ ଏହା ପୋଡ଼ି ଯିବାର ସମ୍ଭାବନା ରହିଥାଏ। ତାପରେ ଆପଣ ଏହିସବୁ ଜିନିଷକୁ ଥଣ୍ଡା ହେବା ପାଇଁ କିଛି ସମୟ ଛାଡି ଦିଅନ୍ତୁ। ଏହି ତିନୋଟି ଜିନିଷ ଥଣ୍ଡା ହୋଇ ସାରିବା ପରେ ମେଥି, ଜୁଆଣି ଓ କଳା ଜିରାକୁ ଅଲଗା ଅଲଗା ଗ୍ରାଇଡିଙ୍ଗ କରି ପେଶି ଦିଅନ୍ତୁ। ତାପରେ ଏହି ତିନୋଟି ଜିନିଷର ଗୁଣ୍ଡକୁ ମିଶାଇ ଦିଅନ୍ତୁ।ଏହି ଗୁଣ୍ଡକୁ ଆପଣ ଗୋଟେ ଡ଼ବାରେ ରଖି ତିନି ମାସ ପର୍ଯ୍ୟନ୍ତ ସେବନ କରନ୍ତୁ।

ଏହି ଚୂର୍ଣ୍ଣକୁ ଆପଣ ପ୍ରତ୍ୟେକ ଦିନ ରାତିରେ ଖାଇ ସାରିବା ପରେ ହିଁ ସେବନ କରନ୍ତୁ। ଖାଇବାର ଦୁଇ ଘଣ୍ଟା ପରେ ଆପଣ ଏହାର ସେବନ କରି ପାରିବେ। ଉଷୁମ ପାଣିରେ ଗୋଟେ ଚାମୋଚ ଚୂର୍ଣ୍ଣ ମିଶାଇ ସେବନ କରନ୍ତୁ। ଦେଖିବେ ଆପଣଙ୍କର ଶରୀର ସୁସ୍ଥ ହେବା ସହିତ ମଧୁମେହ ରୋଗ ମଧ୍ୟ ଭଲ ହୋଇଯିବ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button