ସନ୍ନି ଲିଓନଙ୍କ ନାମରେ ସରକାରୀ ଯୋଜନାର ଲାଭ ଉଠାଉଥିଲେ ବ୍ୟକ୍ତି, ମାସକୁ ନେଉଥିଲେ ୧୦୦୦ ଟଙ୍କା
ସନ୍ନି ଲିଓନ ଫିଲ୍ମରେ କାମ କରନ୍ତୁ କି ନାହିଁ କିନ୍ତୁ ତାଙ୍କୁ ନେଇ ଲଗାତାର ଚର୍ଚ୍ଚା ଲାଗି ରହିଥାଏ । ଏବେ ମାସକୁ ୧୦୦୦ ଟଙ୍କାର ସରକାରୀ ଯୋଜନାରେ ଲାଭ ଉଠାଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଯାହା ଏବେ ଭାଇରଲ ହେବାରେ ଲାଗିଛି ।
ଖବର ମୁତାବକ, ଛତିଶଗଡ଼ର ମହତାରି ବନ୍ଦନ ଯୋଜନାର ଲାଭ ନେଉଛନ୍ତି ଅଭିନେତ୍ରୀ । କେବଳ ସେତିକି ନୁହେଁ ମାସିକ ଭତ୍ତା ବାବଦକୁ ତାଙ୍କୁ ମିଳୁଛି ୧୦୦୦ ଟଙ୍କା । ସନ୍ନି ଲିଓନିଙ୍କ ନାଁରେ ପ୍ରତି ମାସରେ ଟଙ୍କା ଉଠାଉଥିଲେ ଠକ । ଆର୍ଟିଓ ଜରିଆରେ ଏହି ମାମଲାର ଖୁଲାସା ହୋଇଛି । ଉକ୍ତ ବ୍ୟାଙ୍କ ଆକାଉଣ୍ଟକୁ ଏବେ ଫ୍ରିଜ୍ କରାଯାଇଛି ।
ପ୍ରକୃତରେ ଛତିଶଗଡ଼ ସରକାର ବିବାହିତ ମହିଳାଙ୍କୁ ମହତାରି ବନ୍ଦନ ଯୋଜନାରେ ପ୍ରତି ମାସରେ ୧୦୦୦ ଟଙ୍କା ଦିଅନ୍ତି । ତେବେ ଏହାର ଲାଭ ଉଠାଇବା ପାଇଁ ଜଣେ ବ୍ୟକ୍ତି ସନ୍ନି ଲିଓନଙ୍କ ନାଁରେ ଏକ ଆକାଉଣ୍ଟ ଖୋଲିଥିଲେ । ଏଥିରେ ତାଙ୍କ ସ୍ୱାମୀଙ୍କ ନାମ ଜନ୍ ସିନା ରଖିଥିଲେ ।
ଅଭିଯୁକ୍ତ ଜଣକ ଜାଲିଆତି କରି ଜଣେ ମହିଳାଙ୍କ ଆଧାର କାର୍ଡ ନେଇଯାଇଥିଲେ ଏବଂ ଏହି ଆକାଉଣ୍ଟକୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ଯୋଡିଥିଲେ । ଏହିପରି ଅଭିଯୁକ୍ତ ପ୍ରତି ମାସରେ ୧୦୦୦ ଟଙ୍କା ପାଇବା ଆରମ୍ଭ କରିଥିଲେ । ଛତିଶଗଡରେ ସରକାରୀ କର୍ମଚାରୀଙ୍କ ଦୁର୍ନୀତି ଏବଂ ଅବହେଳା ଯୋଗୁଁ ୧୦ ଧରି ସେ ଏହାର ଲାଭ ଉଠାଇଥିଲେ । ପରେ ଜଣେ ଆର୍ଟିଓ କର୍ମଚାରୀ ଏହାର ଖୁଲାସା କରିଛନ୍ତି । ଏବେ ପୋଲିସ ତାଙ୍କ ଆକାଉଣ୍ଟକୁ ସିଜ୍ କରିଛି।
ପୋଲିସ ଅଭିଯୁକ୍ତ ବିରେନ୍ଦ୍ର ଯୋଶୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ବସ୍ତର କଲେକ୍ଟର ହରିସ୍ ଏସ ମହିଳା ଓ ଶିଶୁ ବିକାଶ ବିଭାଗର ଜିଲ୍ଲା ଅଧିକାରୀମାନଙ୍କୁ ମହତାରି ବନ୍ଦନ ଯୋଜନାରେ ହୋଇଥିବା ଅନିୟମିତତା ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବସ୍ତର ଜିଲ୍ଳାପାଳଙ୍କ କହିବାନୁଯାୟୀ, ‘ତାଲୁର ଗାଁର ବାସିନ୍ଦା ବିରେନ୍ଦ୍ର କୁମାର ଜୋଶୀ ପ୍ରଧାନମନ୍ତ୍ରୀ ଯୋଜନାର ଲାଭ ଉଠାଇବା ପାଇଁ ଭୁଲ ନାଁ ଦେଇଥିବା ଏକ ଲଜ୍ଜ୍ୟାଜନକ ବିଷୟ । ଏଭଳି ଏକ ଠକାମୀ ବିଷୟରେ ଖବର ପାଇ ପୋଲିସ ଜୋଶୀଙ୍କ ନାଁରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।’
ସୂଚନାଯୋଗ୍ୟ, ପୂର୍ବରୁ ସନ୍ନି ଲିଓନଙ୍କ ନାମରେ ଆଧାର କାର୍ଡ ମଧ୍ୟ ସାମ୍ନାକୁ ଆସିଥିଲା ।