ରାଜ୍ୟ

ପାଟଣାଗଡ଼ ପାର୍ସଲବୋମା ଘଟଣା: ଅରୁଣ ବୋଥ୍ରା ସାକ୍ଷୀ ଦେଲେ

ପାଟଣାଗଡ଼: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ସୋମବାର ସ୍ଥାନୀୟ ଏଡିଜେଙ୍କ ଅଦାଲତରେ ୬୦ତମ ସାକ୍ଷୀ ଭାବେ ଆଇଜି (କ୍ରାଇମବ୍ରାଞ୍ଚ) ଅରୁଣ ବୋଥ୍ରାଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ଗତ ସେପ୍ଟେମ୍ବର ୩ ତାରିଖ ଦିନ ଏଡିଜେଙ୍କ ଅଦାଲତରେ ଶ୍ରୀ ବୋଥ୍ରାଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ହେଲେ ସେତେବେଳେ ତାଙ୍କ ସାକ୍ଷ୍ୟ ଗ୍ରହଣ ଅଧାରେ ରହିଥିଲା। ଉକ୍ତ ଦିନ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ଓକିଲ ପ୍ରମୋଦ ମିଶ୍ର ତାଙ୍କୁ ଜେରା କରି ପାରି ନଥିଲେ। ଫଳରେ ସାକ୍ଷ୍ୟ ଗ୍ରହଣ ପାଇଁ ସୋମବାରକୁ ଦିନ ଧାର୍ଯ୍ୟ କରାଯାଇଥିଲା।

ଆଜି ସକାଳେ ଶ୍ରୀ ବୋଥ୍ରା ପାଟଣାଗଡ଼ ପହଞ୍ଚି ଅଦାଲତକୁ ଯାଇଥିଲେ। ପୁଞ୍ଜିଲାଲ ବୋମା ତିଆରି କରିବାର ଡେମୋ ଭିଡିଓ (ତଦନ୍ତ ସମୟର) କୋର୍ଟରେ ପ୍ରଦର୍ଶନ ହେବ ନା ନାହିଁ, ସେ ନେଇ ଆଗରୁ ଏକ ପିଟିସନ ଦାୟର କରାଯାଇଥିଲା। ଏହି ପିଟିସନକୁ କୋର୍ଟ ଗ୍ରହଣ କରି ଉକ୍ତ ଡେମୋ ଭିଡିଓ ପ୍ରଦର୍ଶନ ପାଇଁ ଆଦେଶ ଦେଇଥିଲେ। ପରେ ଭିଡିଓଟି ଅଦାଲତରେ ପ୍ରଦର୍ଶିତ ହୋଇଥିଲା। ଏହାସହ ଶ୍ରୀ ବୋଥ୍ରାଙ୍କ ସାକ୍ଷ୍ୟ ଗ୍ରହଣ ମଧ୍ୟ ସରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ୨୦୧୮ ଫେବ୍ରୁଆରି ୨୩ ତାରିଖରେ ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ ଘଟଣାରେ ନବବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା’ ଜେମାମଣିଙ୍କର ମୃତ୍ୟୁ ଘଟିଥିଲା ଏବଂ ପତ୍ନୀ ରୀମାରାଣୀ ସାହୁ ଗୁରୁତର ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ବହୁଦିନ ଧରି ଚିକିତ୍ସିତ ହୋଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button