ରାଜ୍ୟ

ବିଏମ୍‌ସିରେ ଗାଡ଼ି ଚାଳକଙ୍କ ଧାରଣା: ଆଜି କର୍ପୋରେସନ ବୈଠକରେ ନିଷ୍ପତ୍ତି ହେବ

ଭୁବନେଶ୍ବର: ବିଏମ୍‌ସିରେ ଗାଡ଼ି ଯୋଗାଇବା ପାଇଁ ନୂଆ ଟେଣ୍ଡର ହେବା ପୂର୍ବରୁ ଗାଡ଼ି ଯୋଗାଉଥିବା ମାଲିକମାନଙ୍କୁ ବିଏମ୍‌ସି ବକେୟା ପାଉଣା ଦେଉ ନାହିଁ। ୮୦ ଗାଡ଼ି ମାଲିକଙ୍କର ଏହି ଦେୟ ବଢ଼ି ବଢ଼ି ଏବେ ୮୦ ଲକ୍ଷ ଟଙ୍କାରେ ପହଞ୍ଚିଛି। ଏହି ମାଲିକମାନେ ବକେୟା ଦେୟ ଦାବିରେ ଗାଡ଼ିଚଳାଚଳ ବନ୍ଦ କରି ଆଜି ବିଏମ୍‌ସି ସାମ୍ନାରେ ଧାରଣା ଦେବାରୁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। କେତେକ ଅଧିକାରୀ ଅଟୋରେ ଆସିଥିଲେ। ଆଜି ମଧ୍ୟ ଏହି ସମସ୍ୟାର ସମାଧାନ ନ ହେବାରୁ ଆସନ୍ତାକାଲି ଏଭଳି ଆନ୍ଦୋଳନ ଜାରି ରଖିବାକୁ ସେମାନେ ଚେତାବନୀ ଦେଇଛନ୍ତି।

ଅନ୍ୟପଟେ ଶଉକ୍ରବାର ବା ଆସନ୍ତାକାଲି ବିଏମ୍‌ସିର ମାସିକ ବୈଠକ ରହିଛି। ଏହାକୁ ନେଇ ହୋ ହଲ୍ଲା ହେବ ବୋଲି ଇସି(ଏକାମ୍ର-ମଧ୍ୟ) କର୍ପୋରେଟରମାନେ ଆଜି ଶଙ୍ଖ ଭବନରେ ପ୍ରଥମ ଥର ପାଇଁ ଏକାଠି ହୋଇ ଚେତାବନୀ ଦେଇଛନ୍ତି। ପୂର୍ବରୁ ନୂଆ ଗାଡ଼ି ଟେଣ୍ଡରକୁ ବାତିଲ କରିବାକୁ ନିଷ୍ପତ୍ତି ହେବା ପରେ ମଧ୍ୟ ବିଏମ୍‌ସି ଶୁଣୁ ନଥିବାରୁ ଉଦ୍‌‌ବେଗ ପ୍ରକାଶ ପାଇଥିଲା। ଆସନ୍ତାକାଲି ବୈଠକରେ ଏହା ପ୍ରମୁଖ ପ୍ରସଙ୍ଗ ହେବ ବୋଲି ସେମାନେ କହିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button