ରାଜ୍ୟ
କଲେଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର – Ibnodisha

[ad_1]
ବେତନଟୀ : ମୟୂରଭଂଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ରାଗ୍ଧା କଲେଜ ପଛପଟେ ଏକ ଗଛରେ ଜନୈକ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ବୁଧବାର ଜବତକରି ତଦନ୍ତ ଆରମ୍ଭ କରିଛି ବେତନଟୀ ପୁଲିସ। ମୃତ ଛାତ୍ରଜଣକ ହେଉଛି ରାଗ୍ଧା ଗ୍ରାମର ହାଡ଼ିବନ୍ଧୁ ସିଂର ପୁଅ ଜଗବନ୍ଧୁ ସିଂ। ଜଗବନ୍ଧୁ ରାଗ୍ଧା କଲେଜର ଯୁକ୍ତଦୁଇ ଦ୍ଵିତୀୟ ବର୍ଷର ଛାତ୍ର ଥିଲେ।
ବୁଧବାର କଲେଜ ପଛପଟ ଏକ ମହୁଲ ଗଛରେ ଜଗବନ୍ଧୁଙ୍କ ଝୁଲନ୍ତା ମୃତଦେହ ଦେଖି ପ୍ରଥମେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ବେତନଟୀ ଥାନା ଏସଆଇ ଲିଲି ବେହେରା ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଝୁଲନ୍ତା ମୃତଦେହକୁ ଜବତକରି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ପାରିପାର୍ଶ୍ଵିକ ସ୍ଥିତିରୁ ଜଗବନ୍ଧୁ ବେକରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବାବାର ଅନୁମାନ କରି ପୁଲିସ ତଦନ୍ତକୁ ଆଗକୁ ବଢ଼ାଇଛି।
[ad_2]




