ରାଜନୀତି

‘୨୦୨୪, ମୁଁ ଫେରିବି’: ବିଜେପିର ନୂଆ ପୋଷ୍ଟରରେ ମୋଦୀଙ୍କ ଟର୍ମିନେଟର ଅବତାର – Ibnodisha

[ad_1]

ମୁମ୍ବାଇ: ମୁମ୍ବାଇରେ ବିରୋଧୀଙ୍କ ମିଳିତ ଗୋଷ୍ଠୀ ‘ଇଣ୍ଡିଆ’ର ବୈଠକ ପୂର୍ବରୁ ବିଜେପି ଆଜି ଏକ ପୋଷ୍ଟର ଟ୍ଵିିଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆର୍ନୋଲ୍‌ଡ ସଓ୍ଵାର୍ଜେନେଗର ଅଭିନୀତ ‘ଟର୍ମିନେଟର’ ଚଳଚ୍ଚିତ୍ରର କାଳ୍ପନିକ ସାଇବର୍ଗ ଚରିତ୍ର ଭାବେ ଚିତ୍ରିତ କରି ଚର୍ଚ୍ଚିତ ସଂଳାପ; ‘୨୦୨୪, ମୁଁ ଫେରି ଆସିିବି’ର ବ୍ୟବହାର କରିଛି।

ଆସନ୍ତା ବର୍ଷ ସାଧାରଣ ନିର୍ବାଚନରେ ବିଜେପିକୁ ଟକ୍କର ଦେବା ପାଇଁ ବିରୋଧୀମାନେ ଏକଜୁଟ ହୋଇ ଲଢ଼େଇ କରିବାକୁ ଉଦ୍ୟମ କରୁଥିବାରୁ ‘୨୦୨୪, ମୁଁ ଫେରି ଆସିିବି’ ବୋଲି ପୋଷ୍ଟରରେ ଲେଖାଯାଇଛି।

ବିଜେପିର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟର ସହ ଥିବା କ୍ୟାପସନରେ ଲେଖାଯାଇଛି, ‘ବିରୋଧୀ ଭାବୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପରାସ୍ତ କରାଯାଇପାରିବ! ସ୍ୱପ୍ନ ଦେଖୁଥାନ୍ତୁ! ଟର୍ମିନେଟର ସବୁବେଳେ ଜିତିଥାଏ’।

ଅଗଷ୍ଟ ୩୧ ଓ ସେପ୍ଟେମ୍ବର ପହିଲାରେ ଉଭୟ ବିଜେପି ଓ ବିରୋଧୀ ମେଣ୍ଟ ଇଣ୍ଡିଆ ଯଥାକ୍ରମେ ମୁମ୍ବାଇରେ ରଣନୀତି ବୈଠକ ଘୋଷଣା କରିଥିବାରୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦୌଡ଼ ତୀବ୍ର ହୋଇଛି।

୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତି ଉପରେ ଆଲୋଚନା କରିବା ପାଇଁ ଆସନ୍ତାକାଲିଠାରୁ ମୁମ୍ବାଇରେ ୨୬ ଦଳଙ୍କୁ ନେଇ ମିଳିତ ବିରୋଧୀ ଦଳ ‘ଇଣ୍ଡିଆ’ ଓ ବିଜେପିର ଦୁଇ ଦିନିଆ ବୈଠକ ବସିବ।

ବିଜେପି ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାର ରାଜ୍ୟର ସମସ୍ତ ୪୮ଟି ଲୋକସଭା ଆସନର ଦୁଇ ଦିନିଆ ସମୀକ୍ଷା ବୈଠକ ଘୋଷଣା କରିଛନ୍ତି।

ଆସନ୍ତାକାଲି ମୁମ୍ବାଇସ୍ଥିତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସରକାରୀ ବାସଭବନରେ ଆଗାମୀ ଲୋକସଭା ନିର୍ବାଚନ ନେଇ ଆଲୋଚନା ହେବ। ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌, ଅଜିତ ପାୱାର ଏବଂ ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେବେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button