ମନୋରଞ୍ଜନ

୨୯ରେ ‘ବୋହୂକୁ ଲାଗିଚି ରିଲ୍‌ସ୍ ଭୂତ

ସୃଜନ ଫିଲ୍ମସ ବ୍ୟାନରରେ ନିର୍ମିତ ଟେଲି ସିନେମା ‘ବୋହୂକୁ ଲାଗିଚି ରିଲ୍‌ସ୍‌ ଭୂତ’ ୨୯ ତାରିଖ ସନ୍ଧ୍ୟା ୬.୩୦ ଟାରେ ଜୀ-ସାର୍ଥକରେ ପ୍ରଦର୍ଶିତ ହେବ। ପ୍ରିୟବ୍ରତ ଗିରିଙ୍କ ନିର୍ଦ୍ଦେଶିତ ଏହି ଛବିର କାହାଣୀ ଲେଖିଛନ୍ତି ସୁଶାନ୍ତ ମଣି। ଏଥିରେ ଋଷିକ ମିଶ୍ର ଏବଂ ନିକିତା ମିଶ୍ର ନାୟକନାୟିକା ଭୂମିକାରେ ଅଭିନୟ କରିଛନ୍ତି। ଶାନ୍ତନୁ ନାୟକଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ବାପୁ ଗୋସ୍ୱାମୀଙ୍କ ଗୀତଗୁଡିକୁ କଣ୍ଠଦାନ କରିଛନ୍ତି ଅନ୍ତରା ଚକ୍ରବର୍ତ୍ତୀ, ଅନନ୍ୟା ଶ୍ରୀତମ ନନ୍ଦ, ଶାନ୍ତନୁ ନାୟକ ଓ ପଙ୍କଜ ଜାଲ।
‘ବୋହୂକୁ ଲାଗିଚି ରିଲ୍ସ ଭୂତ’ର ସଂକ୍ଷିପ୍ତ କାହାଣୀ ଏପରି। ରିତୁ ଏକ ଛୋଟ ସହରର ଜଣେ ଉତ୍ସାହୀ ସୋସିଆଲ ମିଡିଆ ଇନଫ୍ଲୁଏନସର। ସେ ଖ୍ୟାତି ଅର୍ଜନ କରିଥିଲେ ହେଁ ତାଙ୍କୁ ପରିବାର ଭିତରେ ଅନେକ ସଂଘର୍ଷ କରିବାକୁ ପଡ଼େ।

ଜେଜେମା’ ସରୋଜିନୀ ରିତୁର ବାହାଘର କରାଇବାକୁ ଜିଦ୍ ଧରନ୍ତି। ମାତ୍ର ବାହାଘର ଜଣେ ଉତ୍ସାହୀ ସୋସିଆଲ୍‌ ମିଡିଆ ଇନଫ୍ଲୁଏନ୍‌ସର ଜୀବନରେ ପ୍ରଶ୍ନଚିହ୍ନ ଲଗାଇ ଦେବନାହିଁ ତ? ଶାଶୂଘର ଲୋକେ ତାଙ୍କର ଏହି ବୃତ୍ତି ସମ୍ପର୍କରେ ଜାଣିଲେ କ’ଣ କହିବେ? ପରିବାରର ଚାପ ଓ ତାଙ୍କର ବୃତ୍ତିକୁ ନେଇ କେମିତି ଆଗକୁ ବଢ଼ିବେ ରିତୁ? ଏହିପରି ପ୍ରଶ୍ନର ଅନେକ ଉତ୍ତର ଫିଲ୍ମର ଶେଷରେ ମିଳିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button