ମନୋରଞ୍ଜନ

ଅଟକିଲା ବାବୁସାନ୍‌ଙ୍କ ଦୁଇ ସିନେମା

୨୦୨୪ରେ ସୁପରଷ୍ଟାର୍ ବାବୁସାନଙ୍କର କେବଳ ଗୋଟିଏ ଓଡ଼ିଆ ଛବି ‘ପାବାର’ ମୁକ୍ତିଲାଭ କରିଛି। ଏହାକୁ ଭଲ ଦର୍ଶକୀୟ ସମର୍ଥନ ବି ମିଳିଛି। ତେବେ ଏ ବର୍ଷ ତାଙ୍କର ଅନ୍ୟ ଦୁଇଟି ସିନେମା ଦେଖିବାକୁ ପାଇବେ ବୋଲି ଦର୍ଶକ ଆଶା ରଖିଥିଲେ ହେଁ ସେଭଳି ଘଟିବ ନାହିଁ। ବାବୁସାନଙ୍କ ଜନ୍ମଦିନ(ଜୁଲାଇ ୩୦)ରେ ଟିଜର ରିଲିଜ୍ ହୋଇଥିବା ‘ସୋନାକ୍’ ୨୦୨୪ରେ ମୁକ୍ତିଲାଭ କରିବ ବୋଲି ଘୋଷଣା ହୋଇଥିଲା। ତେବେ କୌଣସି କାରଣରୁ ଏହାର ସୁଟିଂ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇପାରି ନଥିଲା। ଫଳରେ ଏହା ଚଳିତ ବର୍ଷ ରିଲିଜ୍ ହୋଇପାରିଲାନି। ଏଥିରେ ବାବୁସାନଙ୍କ ବ୍ୟତୀତ ବବି ମିଶ୍ର, ରବି ମିଶ୍ର ଓ କେକେ ପ୍ରମୁଖ ନଜର ଆସିଥାନ୍ତେ। ସରଗମ୍ ତ୍ରିପାଠୀଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶକ ହେଲେ ପିନାକୀ ସିଂହ ଓ ଶିଶିର କୁମାର ସାହୁ।

ଏଣେ ବାବୁସାନଙ୍କ ଅନ୍ୟ ଏକ ସିନେମା ‘ଅନ୍ତର୍ଯ୍ୟାମୀ’ର ସୁଟିଂ ସରି ନଥିବାରୁ ତାହା ପରଦାକୁ ଆସିନାହିଁ। ଅମିତ ନିଷାଦ ଓ ଅଭିରାମଙ୍କ ପ୍ରଯୋଜିତ ‘ଅନ୍ତର୍ଯ୍ୟାମୀ’ର କାହାଣୀ, ଚିତ୍ରନାଟ୍ୟ, ସଂଳାପ ଓ ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ନବାଗତ ଶିବ ସତ୍ୟମ୍। ବାବୁସାନଙ୍କ ସହିତ ଏଥିରେ ବେଦହିକା, ଶ୍ରୀତମ ଦାସ ଓ ତେଲୁଗୁ ସିନେ ଇଣ୍ଡଷ୍ଟ୍ରିର ଇନ୍ଦ୍ରଜା, କସ୍ତୁରୀ ଶଙ୍କରଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଓଡ଼ିଆ ସମେତ ତେଲୁଗୁ, ତାମିଲ, ମାଲୟାଲମ୍ ଓ କନ୍ନଡ଼ ଆଦି ଛ’ଟି ଭାଷାରେ ନିର୍ମିତ ହେଉଛି ଏହି ଚଳଚ୍ଚିତ୍ର।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button