IBN ଓଡ଼ିଶା ବ୍ୟୁରୋ
ଝଲସିଲା ଜାମନଗର, ଧୁମଧାମରେ ସଲମାନଙ୍କ ଜନ୍ମଦିନ ପାଳିଲେ ଅମ୍ବାନୀ ପରିବାର

ଜାମନଗର: ବଲିଉଡ ସୁପରଷ୍ଟାର ସଲମାନ ଖାନ ଶୁକ୍ରବାର ଦିନ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଅଭିନେତା ୫୯ବର୍ଷ ବୟସରେ ପାଦ ଦେଇଥିବା ବେଳେ ଏହି ଦିନକୁ ଆହୁରି ଖାସ୍ କରିଥିଲେ ଅମ୍ବାନୀ ପରିବାର। ସଲମାନଙ୍କ ପାଇଁ ଉଭୟ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟ ଏକ ବଡ଼ ପାର୍ଟିର ଆୟୋଜନ କରିଥିଲେ ବୋଲି ଜଣାପଡ଼ିଛି। ଗୁଜୁରାଟର ଜାମନଗରରେ ଖୁବ ଧୁମଧାମରେ ଭାଇଜାନଙ୍କ ଜନ୍ମଦିନ ପାଳନ କରାଯାଇଥିଲା। ସଲମାନଙ୍କ ଜନ୍ମଦିନ ଅବସରରେ ଅମ୍ବାନୀ ପରିବାର ଜନ୍ମଦିନ ସହ ବିଭିନ୍ନ ପ୍ରକାରର ବାଣ ଫୁଟାଇ ଦୀପାବଳି ପାଳନ କରିଥିଲେ ବୋଲି ଜଣାଯାଇଛି। ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।




