ମଙ୍ଗଳ ସୂତ୍ର ପିନ୍ଧିବା ଦ୍ଵାରା କଣ ହୋଇଥାଏ, ମଙ୍ଗଳସୂତ୍ର ପିନ୍ଧୁଥିଲେ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ

ବନ୍ଧୁଗଣ ପ୍ରତେକ ମହିଳା ମଙ୍ଗଳସୂତ୍ର ର ମହିଳା ନିଶ୍ଚୟ ଜାଣିବା ଉଚିତ । ଆଜିକାଲି ନୁହେଁ କାହିଁ କେତେ ଯୁଗରୁ ଅନେକ ପରମ୍ପରା ରହିଛି ଯାହା ଆଜି ବି ଆମେ ପାଳନ କରୁଛୁ । ଏଥିମଧ୍ୟରୁ ଗୋଟେ ହେଉଛି ମଙ୍ଗଳସୂତ୍ର । ହିନ୍ଦୁ ଧର୍ମରେ ମଙ୍ଗଳସୂତ୍ର କୁ ବହୁତ ଗୁରୁତ୍ଵ ଦିଆଯାଇଛି । ବିବାହିତା ମହିଳାଙ୍କୁ ସଧବାର ପରିଚୟ ଦେଇଥାଏ ମଙ୍ଗଳସୂତ୍ର । ଏହାର ଅନେକ ମହତ୍ଵ ମଧ୍ୟ ଅଛି । କିନ୍ତୁ ଆମ ଓଡିଶାରେ ଅନେକ ଜିଲ୍ଲାରେ ମଙ୍ଗଳସୂତ୍ରର ବ୍ୟବହାର କରାଯାଏ ନାହିଁ ।
କାରଣ ଏଠାରେ ଅଲଗା ପ୍ରଥା ରହିଛି । ଆଜି ଆମେ ଆପଣଙ୍କୁ କହିବୁ ମଙ୍ଗଳସୂତ୍ର କିପରି ସ୍ଵାମୀ ଜୀବନରେ ବିପଦ ଆଣିଥାଏ ।୧- ଶାସ୍ତ୍ର ଅନୁଯାୟୀ ବିବାହିତା ମହିଳା ଅନ୍ୟ କାହାର ମଙ୍ଗଳସୂତ୍ର ମାଗିବା ପିନ୍ଧିବା ବର୍ଜିତ ଅଟେ । ନିଜର ମଙ୍ଗଳସୂତ୍ର କାହାରି କୁ ଦେବା ଅଶୁଭ ହୋଇଥାଏ । ଏମିତି କରିବା ଦ୍ଵାରା ସ୍ବାମୀର ଆୟୁଷ କମ ହେବା ସହ ଭଲ ପାଇବା କମ ହୋଇଯାଏ । ସମ୍ପର୍କ ରେ ଫାଟ ସୃଷ୍ଟି ହୋଇଥାଏ ।
୨- ଜଣେ ବିବାହିତା ମହିଳା ଙ୍କ ପାଇଁ ଶଙ୍ଖା, ସିନ୍ଦୁର, ପାଉଁଜି, ଝୁଣ୍ଟିଆ ଇତ୍ୟାଦି ଯେତେ ମହତ୍ଵ ପୂର୍ଣ୍ଣ ହୋଇଥାଏ ତା ଠାରୁ ଆଦିକ ମଙ୍ଗଳସୂତ୍ର ଅଧିକ ମହତ୍ଵ ପୂର୍ଣ୍ଣ ହୋଇଥାଏ । ଏହା ସ୍ବାମୀର ଅସ୍ତିତ୍ଵ ର ପରିଚୟ ଦେଇଥାଏ । ତେଣୁ ସ୍ବାମୀର ଲମ୍ବା ଆୟୁଷ ପାଇଁ ସଧବା ନାରୀ ମାନେ ମଙ୍ଗଳସୂତ୍ର ଧାରଣ କରିବା ଅତ୍ୟନ୍ତ ଜରୁରୀ ଅଟେ । ମଙ୍ଗଳସୂତ୍ର ବିବାହିତା ଜୀବନ କୁ ନଜର ଦୋଷ ରୁ ରକ୍ଷା କରିଥାଏ ।
୩- ସମସ୍ତ ମଙ୍ଗଳସୂତ୍ର ନିର୍ମାଣ କଳା ମାଳି ଓ ସୁନା ସହ ହୋଇଥାଏ । କାରଣ କଳା ରଙ୍ଗ କାହାର ବି ଖରାପ ନଜର ରୁ ରକ୍ଷା କରିଥାଏ । ଏହି କାରଣରୁ ମଙ୍ଗଳସୂତ୍ର ରେ କଳା ମାଳି ର ବ୍ୟବହାର କରାଯାଏ । ଯେପରିକି ଦାମ୍ପତ୍ୟ ଜି ବନରେ କାହାର ବି ନଜର ନ ଲାଗିବ ।
୪- ମଙ୍ଗଳସୂତ୍ର ଗଳା ରୁ ବାହାର କରିବା ବର୍ଜିତ ଅଟେ । ବିବାହ ସମୟରେ ସ୍ଵାମୀ ଯେଉଁ ମଙ୍ଗଳସୂତ୍ର ପିନ୍ଧାଇ ଥାଏ ତାହାକୁ କୌଣସି ବି ସ୍ଥିତିରେ ଖୋଲିବା ବର୍ଜିତ ଅଟେ । ଏହାକୁ ସେତେବେଳେ ଖୋଲିବା ଜରୁରୀ ଯେବେ କିଛି ଅଶୁଭ ଘଟଣା ଘଟିଥାଏ । ମଙ୍ଗଳସୂତ୍ର ଖୋଲିଥିଲେ କଳା ସୂତା ପିନ୍ଧିବା ଉଚିତ ।
୫- ଯେଉଁ ନାରୀ ନିଜର ସ୍ଵାମୀ ନାମରେ ମଙ୍ଗଳସୂତ୍ର ପିନ୍ଧି ଥାଏ ସ୍ଵାମୀଙ୍କ ଆୟୁଷ ବୃଦ୍ଧି ପାଇଥାଏ । ସମ୍ପର୍କରେ ମଧୁରତା ଆସିବା ସହ ସ୍ନେହ, ଶ୍ରଦ୍ଧା ବୃଦ୍ଧି ପାଇଥାଏ ।
୬- ମଙ୍ଗଳସୂତ୍ରରେ ସୁନା ରହିବା ଦ୍ଵାରା ବୃହସ୍ପତି ଗ୍ରହର କୁ-ପ୍ରଭାବରୁ ରକ୍ଷା ମିଳିଥାଏ । ବିବାହିତା ଜୀବନରେ ସୁଖ, ସମୃଦ୍ଧି ଓ ବିକାଶର ବୃଦ୍ଧି ହୋଇଥାଏ ।
୭- ମଙ୍ଗଳସୂତ୍ର ହଠାତ ଛିଣ୍ଡିଯିବା ଅଶୁଭ ସଂକେତ ଅଟେ । କୁହାଯାଏ ଏହା କୌଣସି ଦୁର୍ଘଟଣାର ସଂକେତ ହୋଇଥାଏ ।
୮- ରୋଗର ପ୍ରତିରୋଧକ ଭାବେ କାମ କରିଥାଏ ମଙ୍ଗଳସୂତ୍ର । ହୃଦ ରୋଗରୁ ମଧ୍ୟ ରକ୍ଷା କରିଥାଏ ମଙ୍ଗଳସୂତ୍ର ।