IBN ଓଡ଼ିଶା ବ୍ୟୁରୋ

ପାଦ ଫାଟିଲେ ଘରେ କେଉଁ ସମସ୍ୟା ଦେଖା ଦେଇଥାଏ-

ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ରରେ ଏମିତି କିଛି ଉପାୟ ବିଷୟରେ କୁହାଯାଇଛି ଯାହାକୁ ପାଳନ କରିଲେ ବ୍ୟକ୍ତି ଜୀବନରେ ସୁଖ ସମୃଦ୍ଧି ଓ ଧନର ଆଗମନ ହୋଇଥାଏ । ଆସନ୍ତୁ ଜାଣିବା କିଛି ଅନୁଚିନ୍ତା ବିଷୟରେ । ୧- ଯଦି କୌଣସି ବ୍ୟକ୍ତିଙ୍କର ଶନି ଦଶା ପଡିଛି ତେବେ କାଉକୁ ଖାଇବା ଦିଅନ୍ତୁ ଓ ଘୋଡା ନାଲକୁ ଆଙ୍ଗୁଠିରେ ପିନ୍ଧିଲେ ମଙ୍ଗଳ ହୋଇଥାଏ ।

୨- ଘରର ମୁଖ୍ୟ ଦ୍ଵାରରେ କଣ୍ଟା ଜାତୀୟ ଗଛ ବା ଭାଙ୍ଗି ଯାଇଥିବା ଜିନିଷ ରଖନ୍ତୁ ନାହିଁ । ମାଟି ସୁରେଇର ପାଣି ରଖି ଘରର ଉତ୍ତର-ପୂର୍ବ କୋଣରେ ରଖିଲେ ବାସ୍ତୁ ସମସ୍ଯା ଦୂର ହୁଏ ।

୩- ୭ଟି ଦ୍ଵିତୀୟା ଚନ୍ଦ୍ର ଦର୍ଶନ କରିଲେ ମନବାଞ୍ଛା ପୂର୍ଣ୍ଣ ହୋଇଥାଏ । ପୁରୁଷ ବା ସ୍ତ୍ରୀ ହୁଅନ୍ତୁ କେବେ ବି ବେକ ଖାଲି ରଖିବା ଉଚିତ ନୁହେଁ ।

୪- ପ୍ରତିଦିନ ସକାଳେ ୨ଟି ନିମ୍ବ ପତ୍ର ଖାଇଲେ ମୁହଁର ଦାଗ ଦୂର ହୋଇଥାଏ ଓ ତେଜ ବଢିଥାଏ । ସକାଳୁ ଉଠି ବାସୀ ମୁହଁରେ ଏକ ଗ୍ଳାସ ପାଣି ପିଇଲେ ମଙ୍ଗଳ ହୋଇଥାଏ ।

୫- ପିତୃ ମାତୃ ଶ୍ରାଦ୍ଧ ଦିନ ପାନ ଖାଆନ୍ତୁ ନାହିଁ କିମ୍ବା ଅନ୍ୟର ଘରେ ଖାଆନ୍ତୁ ନାହିଁ । ଦିନର ଅଧିକାଂଶ ସମୟ ନୀରବ ରହିଲେ ଭଲ ହୋଇଥାଏ ।

୬- ଭୂମି ଉପରେ ଆସନ ପକାଇ ବସିକି ଖାଇଲେ ଭଲ ହୋଇଥାଏ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ହେଉଥିଲେ ୨ଟି ମୟୁର ପର ବିବାହ ଆଲବମରେ ରଖିଲେ ତାହା ଦୂର ହୁଏ ।

 

୭- ଗାଧୂଆ ଘରେ କେବେ ବି ଉଲଗ୍ନ ହୋଇ ଗାଧୋଇବା ଉଚିତ ନୁହେଁ । ଏହାଦ୍ବାରା ପିତୃପୁରୁଷ ଅସନ୍ତୁଷ୍ଟ ହୋଇଥାନ୍ତି । ନାରୀ ମାନେ ସିନ୍ଦୁର ପିନ୍ଧିବା ସମୟରେ କଣ୍ଟା ବା ଝିଙ୍କ କାଠିରେ ସିନ୍ଦୁର ପିନ୍ଧିଲେ ଶୁଭ ହୋଇଥାଏ ।

୮- ସନ୍ଧ୍ୟା ସମୟରେ ପଢିବା, ଖାଇବା, ଶୋଇବା ଉଚିତ ନୁହେଁ । ସକାଳୁ ଉଠିବା ପରେ ନିଜ ମୁଖ ଆଇନାରେ ଦେଖନ୍ତୁ ନାହିଁ । ଠାକୁର ଦର୍ଶନ ପରେ ଦେଖିବା ଶୁଭ ହୋଇଥାଏ ।

୯- ଯଦି ପୁରୁଷଙ୍କ ଡାହାଣ ହାତ ପାପୁଲି ଓ ମହିଳାଙ୍କ ବାମ ହାତ ପାପୁଲି କୁଣ୍ଡାଇ ହୁଏ ତେବେ ଧନ ପ୍ରାପ୍ତି ହେବାର ସଂକେତ ହୋଇଥାଏ ।

୧୦- ଦୋକାନ ଘରର ମୁଖ୍ୟଦ୍ଵାର ଉପରେ ନାଲି ରଙ୍ଗରେ ସ୍ଵସ୍ତିକ ଚିହ୍ନ ଆଙ୍କିଲେ ଶୁଭ ହୋଇଥାଏ । ଗ୍ରହଣ ଲାଗିବା ସମୟରେ କିଛି ଖାଇବା ଉଚିତ ନୁହେଁ ଓ ଗ୍ରହଣ ପରେ ଗାଧିବା ଉଚିତ ।

୧୧- ପୋଡି ଯାଇଥିବା ବସ୍ତ୍ର ପିନ୍ଧନ୍ତୁ ନାହିଁ କିମ୍ବା ନିଆଁ ପଡି କଣା ହୋଇଥିବା ବସ୍ତ୍ର ପିନ୍ଧନ୍ତୁ ନାହିଁ । ମାଙ୍କଡ ଘର ଭିତରେ ପଶିଲେ ଅର୍ଥ ହାନିର ସଂକେତ ହୋଇଥାଏ । ତେଣୁ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରିବା ଉଚିତ ।

୧୨- ନାରିଙ୍କର ପାଦ ଫାଟିବା ଉଚିତ ନୁହେଁ । ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ଶୁକ୍ର ଗ୍ରହ କମଜୋର ହେବ ସହ ଦାମ୍ପତ୍ୟ ଜୀବନ ଓ ପାରିବାରିକ ଜୀବନରେ ଅନେକ ସମସ୍ଯା ଦେଖାଦିଏ ।

 

Related Articles

Leave a Reply

Your email address will not be published. Required fields are marked *

Back to top button