IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଝାଡୁ ଆପଣଙ୍କୁ କାଙ୍ଗାଳ କରିପାରେ ଓ କରିପାରେ ମାଲାମାଲ୍! ଜାଣନ୍ତୁ କେମିତି?

କେତେଥର ଆମେ ଯେଉଁ ଜିନିଷକୁ ମାମୁଲି ବୋଲି ବୁଝି ବ୍ୟବହାର କରୁ। ବାସ୍ତବରେ ଏହା ଜୀବନରେ ମୁଖ୍ୟ ଭୂମିକା ହୁଏ ଏବଂ ଏହାର ଶୁଭ ଅଶୁଭ ପ୍ରଭାବ ଆମ ପାଇଁ ବଡ ପରିବର୍ତ୍ତନର ସଂକେତ ଦିଏ। ସେହିପରି ଏକ ସାମାନ୍ୟ ବସ୍ତୁ ଅଛି ଝାଡୁ। ଘରେ ବ୍ୟବହାର କରାଯାଉଥିବା ଝାଡୁ ଆର୍ଥିକ ଦୃଷ୍ଟିରେ ବହୁତ ମହତ୍ଵପୂର୍ଣ୍ଣ ଅଟେ ଏବଂ ଏହି ଝାଡୁ କାରଣରୁ ବ୍ୟକ୍ତି ବେଳେବେଳେ ଧନବାନ ହୁଏ ବା ବେଳେବେଳେ ଦରିଦ୍ର ମଧ୍ୟ ହୁଏ। ଶକୁନ ଓ ଅପଶକୁନ ଶାସ୍ତ୍ରରେ ଝାଡୁର ପ୍ରୟୋଗ ଓ ତାହାର ପ୍ରୟୋଗ କରିବା ସମୟ ତଥା ତାହାର ପ୍ରୟୋଗ କରିବାର ବିଧିକୁ ଅତ୍ୟଧିକ ମହତ୍ଵ ଦିଆଯାଇଛି ।

ବାସ୍ତୁ ଅନୁସାରେ ଝାଡୁ ସମ୍ବନ୍ଧିତ କିଛି ମାନ୍ୟତାକୁ ମାନିଲେ ଚିନ୍ତାରୁ ମୁକ୍ତି ମିଳିବ। ଝାଡୁ ସମ୍ବନ୍ଧିତ କିଛି ଏମିତି ବାସ୍ତୁ ଟିପ୍ସ ଦିଆଯାଇଛି। ଜ୍ୟୋତିଷ ବା ଶାସ୍ତ୍ରର ନିୟମ ମାନିଲେ ଝାଡୁର ଭୁଲ ବ୍ୟବହାର ଦ୍ଵାରା ଦରିଦ୍ରତାକୁ ଡାକିଥାଏ। ତାହାର ସଠିକ୍ ବ୍ୟବହାର ଦ୍ଵାରା ଲକ୍ଷ୍ମୀଙ୍କ କୃପା ହୋଇଥାଏ।

ସେହିପରି ଭୁଲ ସମୟରେ ତାହାର ପ୍ରୟୋଗ ଦ୍ଵାରା ଘରେ ଗରିବ ତଥା କାଙ୍ଗାଳ ବା ଦରିଦ୍ର ଘୋଟିଥାଏ ଏବଂ ତାହାର ପ୍ରୟୋଗ କରିବାର ବିଧିକୁ ମଧ୍ୟ ମାନି ଚଳିଲେ ବ୍ୟକ୍ତି କାରୋଡପତି ବା ଧନବାନ ହୋଇଥାଏ। ତେଣୁ ଝାଡୁ ସମ୍ବନ୍ଧିତ କିଛି ନିୟମ ଓ ମାନ୍ୟତା ଧ୍ୟାନ ରଖିବା ଉଚିତ୍।

୧। କେବେ ମଧ୍ୟ ଝାଡୁକୁ ପାଦରେ ସ୍ପର୍ଶ କରିବ ନାହିଁ।

ହିନ୍ଦୁ ଧର୍ମରେ ଝାଡୁକୁ ଲକ୍ଷ୍ମୀଦେବୀଙ୍କ ସୂଚକ ମନାଯାଏ। ସେଥିପାଇଁ ଝାଡୁକୁ ପାଦରେ ସ୍ପର୍ଶ କରିବ ନାହିଁ। ଝାଡୁକୁ ପାଦରେ ସ୍ପର୍ଶ କରିଲେ ଲକ୍ଷ୍ମୀଦେବୀଙ୍କ ଅପମାନ ହୋଇଥାଏ, ଆର୍ଥିକ ଅଭାବର ସାମ୍ନା କରିବାକୁ ପଡିଥାଏ। ଯେଉଁଠାରେ ଜୋତା ବା ଚପଲ ରଖାଯାଇଥାଏ ସେଠାରେ ମଧ୍ୟ ଝାଡୁକୁ ରଖିବା ଉଚିତ୍ ନୁହେଁ।

୨। ସୂର୍ଯ୍ୟାସ୍ତ ପରେ ଝାଡୁ କରିବ ନାହିଁ।

ସୂର୍ଯ୍ୟାସ୍ତ ପରେ ଗୃହରେ ଝାଡୁ କରିଲେ ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଦୂରେଇଯାଏ। ଦିନର ଚତୁର୍ଥ ପ୍ରହରରେ ଝାଡୁ କରିବାର ଉଚିତ୍ ସମୟ ଅଟେ। ରାତ୍ରର ଚାରି ପ୍ରହରରେ ଝାଡୁ କରିଲେ ଦରିଦ୍ରତା ଦୂର ହୁଏ।

୩। ଝାଡୁକୁ ଠିଆକରି ରଖିବ ନାହିଁ।

କେତେ ଲୋକ ଝାଡୁକୁ ଠିଆକରି ରଖିଥାନ୍ତି। କିନ୍ତୁ ବାସ୍ତୁ ଦୃଷ୍ଟିରେ ଏହା ଏକ ହାନିକାରକ ହୋଇଥାଏ। ଠିଆକରି ରଖିବା ଦ୍ଵାରା ଘଟେ ବିନା କାରଣରେ ଝଗଡା ସୃଷ୍ଟି ହୁଏ ଓ ବହୁତ ବାଧା ବିଘ୍ନ ଦେଖାଦିଏ। ତଥା ମା’ ଲକ୍ଷ୍ମୀଦେବୀଙ୍କ କୃପା ଦୃଷ୍ଟି ଦୂରେଇଯାଏ। ସେଥିପାଇଁ ଝାଡୁକୁ ଶୁଆଇକରି ରଖିବା ଉଚିତ୍।

କେତେଗୁଡିଏ ଉପାୟରେ ଝାଡୁ କରିଲେ ମଧ୍ୟ ସୌଭାଗ୍ୟ ମିଳିଥାଏ।

୧। ମା’ ଲକ୍ଷ୍ମୀଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ଯେ କୌଣସି ମନ୍ଦିରରେ ଶୁଭ ମୁହୂର୍ତ୍ତରେ ୩ଟି ଝାଡୁ ଗୁପ୍ତ ଭାବରେ ଦାନ କରିବ। ଯଦି ସେହିଦିନ କିଛି ଶୁଭ ସମୟ, ପର୍ବପର୍ବାଣୀ ହୋଇଥାଏ, ତେବେ ସେହି ଦାନର ମହତ୍ଵ ବଢିଯାଏ ଓ ଗୃହରେ ସ୍ଥାୟି ଲକ୍ଷ୍ମୀଦେବୀଙ୍କ ବାସ ହୁଏ।

୨। ଯଦି ନୂତନ ଗୃହକୁ ପ୍ରବେଶ କରିବାକୁ ଥାଏ ତେବେ ନୂଆ ଝାଡୁ ନେଇ ପ୍ରବେଶ କରିବ। ଏହା ଶୁଭ ଶକୁନ ବୋଲି ମନାଯାଏ। ଏଥିରେ ଘରେ ସୁଖ-ସମୃଦ୍ଧି ଓ ଶାନ୍ତି  ବୃଦ୍ଧି ପାଏ। ଶନିବାର ଦିନ ନୂଆ ଝାଡୁର ଉପଯୋଗ କରିଲେ ଶୁଭ ମନାଯାଏ

Related Articles

Leave a Reply

Your email address will not be published. Required fields are marked *

Back to top button