IBN ଓଡ଼ିଶା ବ୍ୟୁରୋ

ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡ ନେଇ ମମତା ବାନାର୍ଜୀଙ୍କ ପ୍ରତିକ୍ରିୟା: ମାମଲା କୋଲକାତା ପୁଲିସ ପାଖରେ ଥିଲେ ମୁତ୍ୟୁଦଣ୍ଡ ମିଳିଥାନ୍ତା

କୋଲକାତା: ଗତ ବର୍ଷ ଅଗଷ୍ଟ ମାସରେ କୋଲକାତାର ଆର୍‌ଜି କର ସରକାରୀ ଡାକ୍ତରଖାନାରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସଞ୍ଜୟ ରାୟଙ୍କୁ ସିଆଲଦା କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଏହି ରାୟକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମମତା କହିଛନ୍ତି, ଏହି ମାମଲାକୁ କୋଲକାତା ପୁଲିସଠାରୁ ବଳପୂର୍ବକ ଛଡ଼ାଇ ନେଇ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଯଦି ଏହି ମାମଲା ରାଜ୍ୟ ପୁଲିସ ପାଖରେ ଥାଆନ୍ତା, ତେବେ ଅପରାଧୀକୁ ନିଶ୍ଚିତ ଫାଶୀ ଦଣ୍ଡାଦେଶ ହୋଇଥାନ୍ତା ।

ସୂଚନାଯୋଗ୍ୟ, ଆର୍‌ଜି କର ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିବା ଅଭିଯୋଗରେ ସୋମବାର ସିଆଲଦାର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଅନିର୍ବାଣ ଦାସଙ୍କ ଅଦାଲତ ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପୀଡ଼ିତାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପରିବାର ଲୋକେ ଆର୍ଥିକ ସହାୟତା ନେବାକୁ ମନା କରିବା ସହ ନ୍ୟାୟ ପାଇଁ ନିବେଦନ କରିଛନ୍ତି। ଆଜି ମୁର୍ସିଦାବାଦରେ ସାମ୍ବାଦିକମାନଙ୍କୁ ମମତା କହିଛନ୍ତି ଯେ କୋଲକାତା ପୁଲିସ ଏହି ମାମଲାର ଗଭୀର ତଦନ୍ତ କରିବା ସହ ଦୋଷୀମାନଙ୍କୁ କଠୋର ଦଣ୍ଡ ଦେବା ପାଇଁ ଯଥାସମ୍ଭବ ଚେଷ୍ଟା କରିଛି। କିନ୍ତୁ ସେମାନଙ୍କଠାରୁ ମାମଲା ଛଡ଼ାଇ ନିଆଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ମାମଲାକୁ କୋଲକାତା ପୁଲିସରୁ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ମମତା କହିଛନ୍ତି, ଆମେ ସମସ୍ତେ ମୃତ୍ୟୁଦଣ୍ଡ ଦାବି କରିଥିଲୁ, କିନ୍ତୁ ଅଦାଲ

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button