ରାଜ୍ୟ

ଖଣିର ଦାୟିତ୍ବପୂର୍ଣ୍ଣ ବନ୍ଦ ପାଇଁ କେନ୍ଦ୍ର ଖଣିମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର: କୋଣାର୍କରେ ଆୟୋଜିତ ଦେଶର ଖଣିମନ୍ତ୍ରୀମାନଙ୍କ ଦୁଇଦିନିଆ ସମ୍ମିଳନୀ ଆଜି ଶେଷ ହୋଇଛି। ଇକୋ ରିଟ୍ରିଟ୍‌ ଠାରେ ଅନୁଷ୍ଠିତ ଏହି ଦ୍ବିତୀୟ ଦିନ ସମ୍ମିଳନୀରେ ୧୧ଟି ରାଜ୍ୟ ଖଣି ଉତ୍ତୋଳନ ସଂପର୍କିତ କାର୍ଯ୍ୟ ପ୍ରଦର୍ଶନ କରିଥିଲେ। କେନ୍ଦ୍ର ଖଣିମନ୍ତ୍ରୀ ଜି କିଶନ ରେଡ୍ଡି ଯୋଗଦେଇ ଦେଶରେ ନିଯୁକ୍ତି ସୃଷ୍ଟିରେ ଖଣି କ୍ଷେତ୍ରର ଗୁରୁତ୍ବପୂର୍ଣ୍ଣ ଅବଦାନ ଉପରେ ଆଲୋକପାତ କରିଥିଲେ। ବେଆଇନ ଖଣି ଖନନ ପ୍ରତି ସରକାରଙ୍କ ଶୂନ୍ୟ ସହନଶୀଳତା ସଂପର୍କରେ ସେ ସୂଚନା ଦେଇଥିଲେ। ଅନୁଧ୍ୟାନ ଏବଂ ନିୟମ କାର୍ଯ୍ୟକାରୀ ବ୍ୟବସ୍ଥାକୁ ସୃଦୃଢ଼ କରିବା ଉପରେ ସେ ମତ ଦେଇଥିଲେ। ପରିବେଶକୁ ପୁନଃ ଅବସ୍ଥାପିତ କରାଯାଇ ପାରିବ ସେଥିପାଇଁ ଦାୟିତ୍ବସଂପନ୍ନ ଭାବେ ଖଣିଗୁଡ଼ିକୁ ବନ୍ଦ କରିବା ପାଇଁ ପରାମର୍ଶ ଦେଇଥିଲେ।

ସରକାର ଏଥିପାଇଁ ନେଇଥିବା ପଦକ୍ଷେପଗୁଡ଼ିକ ସଂପର୍କରେ ସେ ଆଲୋକପାତ କରିଥିଲେ। ଏହି ସମ୍ମିଳନୀ ରାଜ୍ୟ ସମେତ ବିଭିନ୍ନ ଅଂଶୀଦାରମାନଙ୍କୁ ମତ ବିନିମୟ ପାଇଁ ସୁଯୋଗ ସୃଷ୍ଟି କରିଥିଲା। କେନ୍ଦ୍ରମନ୍ତ୍ରୀ ଶ୍ରୀ ରେଡ୍ଡି ଜିଲ୍ଲା ଖଣି ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପ୍ରଦର୍ଶନୀ ବୁଲି ଦେଖିଥିଲେ। ଡିଏମ୍‌ଏଫ୍‌ ସହାୟତା ପାଉଥିବା ଏସ୍‌ଏଚ୍‌ଜି, ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ‌(ଜିଏସ୍‌ଆଇ), ଏଚ୍‌ସିଆଇ, ନାଲକୋ, ଏଚ୍‌ଜେଡ୍‌ଏଲ୍‌/ବେଦାନ୍ତ ସମେତ ଓଡ଼ିଶା ସରକାରଙ୍କ ଷ୍ଟଲ ଏଥିରେ ଖୋଲାଯାଇଥିଲା। ଆଜି ସୁଦ୍ଧା ଏସ୍‌ଏଚ୍‌ଜିଗୁଡ଼ିକ ୯ ଲକ୍ଷ ଟଙ୍କାର ବ୍ୟବସାୟ ଏଠାରେ କରିଥିବା ଜଣାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button