IBN ଓଡ଼ିଶା ବ୍ୟୁରୋ

ସଶସ୍ତ୍ର ବାହିନୀର ୯୩ ଜଣଙ୍କୁ ବୀରତା ପୁରସ୍କାର: ୨ କୀର୍ତ୍ତିଚକ୍ର, ୧୪ ‌ଶୌର୍ଯ୍ୟଚକ୍ର

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ୨ଟି କୀର୍ତ୍ତିଚକ୍ର ଏବଂ ୧୪ ଶୌର୍ଯ୍ୟଚକ୍ର ସମେତ ସଶସ୍ତ୍ର ବାହିନୀର ୯୩ ‌ଯବାନଙ୍କୁ ବୀରତା ପୁରସ୍କାର ପ୍ରଦାନ ପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି। ୨୨ ରାଷ୍ଟ୍ରୀୟ ରାଇଫଲ୍ସର ମେଜର ମନ୍‌ଜିତଙ୍କୁ ଦେଶର ଦ୍ବିତୀୟ ସର୍ବୋଚ୍ଚ ଶାନ୍ତକାଳୀନ ବୀରତା ପୁରସ୍କାର କୀର୍ତ୍ତି ଚକ୍ର ପ୍ରଦାନ କରାଯାଇଥିବା ବେଳେ ୨୮ ରାଷ୍ଟ୍ରୀୟ ରାଇଫଲ୍ସର ନାଏକ ଦିଲୱରଙ୍କୁ ମରଣୋତ୍ତର କୀର୍ତ୍ତିଚକ୍ର ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ୩ଟି ମରଣୋତ୍ତର ସମେତ ୧୪ ଶୌର୍ଯ୍ୟଚକ୍ର ପାଇଁ ସ୍ବୀକୃତି ଦେଇଛନ୍ତି। ମେଜର ଆଶିଷ ଦହିୟା ୫୦ ଆରଆର୍‌, ମେଜର କୁନାଲ ୧ ଆର୍‌ଆର୍‌, ମେଜର ସତେନ୍ଦର ଧନକର ୪ ଆରଆର୍‌, କ୍ୟାପଟେନ୍‌ ଦୀପକ ସିଂହ ୪୮ ଆରଆର୍‌ (ମରଣୋତ୍ତର), ସୁବେଦାର ବିକାଶ ତୋମରଙ୍କ ସମେତ ୧୪ ଜଣଙ୍କୁ ଶୌର୍ଯ୍ୟଚକ୍ର ମିଳିଛି।

୨ ନୌ ସେନା ମେଡାଲ (ବୀରତା‌) ଏବଂ ୮ ବାୟୁ ସେନା ମେଡାଲ (ବୀରତା) ସମେତ ୬୬ ସେନା ମେଡାଲ ପ୍ରଦାନ କରାଯାଇଛି। ଏଥି ମଧ୍ୟରେ ୭ଟି ମରଣୋତ୍ତର ରହିଛି। ସଶସ୍ତ୍ର ବାହିନୀ ଏବଂ ସେନା ସଦସ୍ୟଙ୍କ ପାଇଁ ରାଷ୍ଟ୍ରପତି ୩୦୬ ‘ଡିଫେନ୍ସ ଡେକୋରେସନ୍‌’କୁ ସ୍ବୀକୃତି ଦେଇଛନ୍ତି। ଏଥି ମଧ୍ୟ‌ରେ ରହିଛି ୩୦ ପରମ ବିଶିଷ୍ଟ ସେବା ମେଡାଲ, ୫ ଉତ୍ତମ ଯୁଦ୍ଧ ସେବା ମେଡାଲ, ୫୭ ଅତି ବିଶିଷ୍ଟ ସେବା ମେଡାଲ, ୧୦ ଯୁଦ୍ଧ ସେବା ମେଡାଲ, କର୍ତ୍ତବ୍ୟ ପାଇଁ ଉତ୍ସର୍ଗୀକୃତ କାରଣ ପାଇଁ ୪୩ ସେନା ମେଡାଲ୍‌, ୮ ନୌ‌ସେନା ମେଡାଲ୍‌, ୧୫ ବାୟୁ ସେନା ମେଡାଲ୍‌, ୪ ବିଶିଷ୍ଟ ସେବା ମେଡାଲ୍‌ ଏବଂ ୧୩୨ ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button