ମନୋରଞ୍ଜନ

ମୁଁ ଭଲ ମା’ ନୁହେଁ; ଝିଅର ଛାଡ଼ପତ୍ର ହେବା ପରେ ନୀନା ଏଭଳି କହିଥିବା ଜଣାଇଲେ ମସାବା – Ibnodisha

[ad_1]

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଝିଅ ମସାବା ଗୁପ୍ତା ପୁଣିଥରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ଟ୍ୱିଙ୍କଲ ଖାନ୍ନାଙ୍କ ସୋ ‘ଟ୍ୱିକ୍ ଇଣ୍ଡିଆ’ରେ ଅତିଥି ଭାବରେ ନଜର ଆସିଥିଲେ। ଏହି ସମୟରେ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଜିନିଷ ପ୍ରକାଶ କରିଥିଲେ। ମସାବା କହିଥିଲେ ଯେ, ମୋ ମା’ ନୀନା ଗୁପ୍ତା ମୋ  ଛାଡପତ୍ର ପାଇଁ ନିଜକୁ ଦୋଷୀ ମନେ କରନ୍ତି।

ତାଙ୍କ ପୂର୍ବତନ ସ୍ୱାମୀ ନିର୍ମାତା ମଧୁ ମଣ୍ଟେନାଙ୍କ ବିଷୟରେ ଜଣାଇ ମସାବା କହିଥିଲେ ଯେ, “ମୋ ମା ଚାହୁଁଥିଲେ ଯେ ମୁଁ ଶୀଘ୍ର ବିବାହ କରିବି। ଯେତେବେଳେ ମୋର ଛାଡପତ୍ର ହେଲା, ସେ ସଂପୂର୍ଣ୍ଣ ବିଚଳିତ ହୋଇଗଲେ। ଆମେ ଅଲଗା ହେଉଛୁ ବୋଲି ମୋ ମା’ ବିଶ୍ବାସ କରିପାରିଲେ ନାହିଁ। ସେ କହିଥଲେ ଯେ ଏବେ ହିଁ ତ ବିବାହ କରିଥିଲ। ଆଉ ଏବେ ଅଲଗା ହୋଇଗଲ। ୨ବର୍ଷ ହିଁ ତ ହୋଇଥିଲା। ତୁମେମାନେ ସାଥିରେ ଅଧିକ ବର୍ଷ ବିତାଇ ନାହଁ।”

ମସାବା ଆହୁରି କହିଛନ୍ତି, ‘ମୁଁ ବିବାହ ପୂର୍ବରୁ ଏକ ଲିଭ୍-ଇନ୍ ସମ୍ପର୍କରେ ରହିବାକୁ ଚାହୁଁଥିଲି। କିନ୍ତୁ ମୋ ମା ଏହାକୁ ଦୃଢ଼ ବିରୋଧ କରିଥିଲେ। ଯେତେବେଳେ ସେ ଆମ ସମ୍ପର୍କ ବିଷୟରେ ଜାଣିବାକୁ ପାଇଲେ, ସେ ତୁରନ୍ତ ସମସ୍ତ ଜିନିଷ ପ୍ୟାକ୍ କରି ଘରୁ ବାହାରି  ଯିବାକୁ କହିଥିଲେ ଏବଂ ପରଦିନ ସେ ମୋର କୋର୍ଟରେ ବିବାହ କରାଇ ଦେଇଥିଲେ। ସେ ବିଶ୍ୱାସ କରୁଥିଲେ ଯେ ବିବାହ ପରେ କେହି ମୋତେ ଛାଡ଼ି ଯାଇପାରିବେ ନାହିଁ। ତାଙ୍କ ସହ ଯାହା ହୋଇଥିଲା ମୋ ସହ ତାହା ହେଉ ବୋଲି ସେ ଚାହୁନଥିଲେ। ହେଲେ ପରେ ୨ବର୍ଷ ଭିତରେ ମୋର ଛାଡ଼ପତ୍ର ହେବାରୁ ସେ ନିଜକୁ ଦାୟୀ କରିବା ଆରମ୍ଭ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button