ବିଶ୍ବକପ୍ ପ୍ରୋମୋ ଭିଡିଓରେ ବିରାଟ ଓ ଜାଡେଜାଙ୍କ ସହ ନଜର ଆସିଲେ ସେହେନାଜ୍ ଗିଲ୍ – Ibnodisha

[ad_1]

ନୂଆଦିଲ୍ଲୀ: ଆଇସିସି ଦିନିକିଆ କ୍ରିକେଟ୍ ବିଶ୍ବକପ୍-୨୦୨୩କୁ ଖୁବ୍ କମ୍ ସମୟ ବାକି ଅଛି। ଏଥର ଦିନିକିଆ ବିଶ୍ବକପ୍ ଅକ୍ଟୋବର ୫ ତାରିଖରୁ ନଭେମ୍ବର ୧୯ ତାରିଖ ମଧ୍ୟରେ ଭାରତରେ ଖେଳାଯିବ। ବିଶ୍ବକପ୍ ପାଇଁ ଅଫିସିଆଲ୍ ବ୍ରଡ୍କାଷ୍ଟର୍ ଷ୍ଟାର୍ ସ୍ପୋର୍ଟସ ଏକ ସୁନ୍ଦର ପ୍ରୋମୋ ଭିଡିଓ ବନାଇଛି।
ଏହି ଭିଡିଓରେ ବିରାଟ କୋହଲି ଓ ରବୀନ୍ଦ୍ର ଜାଡ଼େଜାଙ୍କ ସହ ଅଭିନେତ୍ରୀ ସେହନାଜ ଗିଲ୍ଙ୍କୁ ବି ଦେଖିବାକୁ ମିଳିଛି। ଏହି ପ୍ରୋମୋରେ ଲେଖାଯାଇଛି, ‘ଯେବେଠାରୁ ୨୦୨୩ ଆରମ୍ଭ ହୋଇଛି ସେବେଠାରୁ ବିଶ୍ବକପ୍ର ଭୂତ ଆମ ମୁଣ୍ଡରେ ପଶିଛି। ବିରାଟ କୋହଲି, ରବୀନ୍ଦ୍ର ଜାଡେଜା ଏବଂ ଟିମ୍ଙ୍କୁ ଦୁନିଆ ଉପରେ କବ୍ଜା କରିବାକୁ ନିଶା ଗ୍ରାସ କରିଛି।’’ ବିଶ୍ବକପ୍କୁ ନେଇ ଭାରତୀୟ ଟିମ୍ର ଘୋଷଣା ପୂର୍ବରୁ ହିଁ ହୋଇସାରିଛି। ଟିମ୍ର ଅଧିନାୟକ ରହିବେ ରୋହିତ ଶର୍ମା।
ଭାରତରେ ଆରମ୍ଭ ହେବାକୁ ଥିବା ଦିନିକିଆ ବିଶ୍ବକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳର ଘୋଷିତ ହୋଇଛି। ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଏହି ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ ଦାୟିତ୍ବ ପାଇଛନ୍ତି। ଦଳରେ କେଏଲ୍ ରାହୁଲ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ସଂଜୁ ସାମସନ୍ ଓ ଭେଟେରାନ୍ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ବାଦ୍ ପଡ଼ିଛନ୍ତି। ଏହି ଦଳରେ ୭ ବ୍ୟାଟର, ୪ ବୋଲର ଓ ୪ ଅଲ୍ରାଉଣ୍ଡର୍ଙ୍କୁ ନିଆଯାଇଥିବା ନେଇ କାଣ୍ଡିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚୟନ ସମିତି ଅଧ୍ୟକ୍ଷ ଅଜିତ ଅଗରକର ଓ ଅଧିନାୟକ ରୋହିତ ଏହି ଘୋଷଣା କରିଛନ୍ତି। ରୋହିତଙ୍କ ମତରେ, ମ୍ୟାଚ୍ ବେଳକୁ ଖେଳାଳିଙ୍କ ଲୟ ସହିତ ପ୍ରତିପକ୍ଷଠୁ ଆସୁଥିବା ଆହ୍ବାନକୁ ଦୃଷ୍ଟିରେ ରଖି ଚୂଡ଼ାନ୍ତ ଏକାଦଶ ଚୟନ କରାଯିବ।
[ad_2]