IBN ଓଡ଼ିଶା ବ୍ୟୁରୋ

ହଇରାଣ କଲାଭଳି ନିୟମ କରନି,ଏମିତି କାହିଁକି କହିଲେ କୃଷ୍ଣଚନ୍ଦ୍ର ମହାପାତ୍ର

ସହର ବଢ଼ୁଛି। ସେହି ଅନୁସାରେ ଯୋଜନା କର। ଉପକଣ୍ଠର ବିକାଶକୁ ପ୍ରାଥମିକତା ଦିଅ। ଏମିତି କିଛି ନିୟମ କରନି। ଯାହା ଲୋକଙ୍କୁ ଅସୁବିଧାରେ ପକାଇବ। ସହର ବିକାଶକୁ ନେଇ ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କ ସହ ସମୀକ୍ଷା କରି ଏହା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। କଟକ, ଭୁବନେଶ୍ୱର, ପୁରୀକୁ ଟ୍ରାଇସିଟି କରିବା ଲକ୍ଷ୍ୟ ହେଉ ଅବା ୬୫ କିଲୋମିଟରର ରିଂ ରୋଡ୍ ବିନା ଜମି ଅଧିଗ୍ରହଣ ଓ କ୍ଷତିପୂରଣ ଝାମେଲାରେ ଟିପି ସ୍କିମ୍ ଢାଞ୍ଚାରେ କରିବା ହେଉ। ଅନ୍ୟ ସହର ଉପକଣ୍ଠରେ ଟିପି ସ୍କିମକୁ ଅଗ୍ରାଧିକାର ଦେଇ ଯୋଜନା କରିବାକୁ ଫୋକସ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ।

ସେପଟେ ପାର୍ଟ-ପ୍ଲଟ ପଞ୍ଜୀକରଣ ବିବାଦ ଖୁବ୍ ଶୀଘ୍ର ତୁଟିବ ବୋଲି କଥା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ନଗର ଉନ୍ନୟନ ସଚିବ ଉଷା ପାଢ଼ୀ ଏ ନେଇ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଯେଭଳି ପାର୍ଟ-ପ୍ଲଟ୍‌ କିଣାବିକା ବେଳେ ରାସ୍ତା, ଡ୍ରେନ୍ ସମସ୍ୟା ଉପୁଜିବନି। ପାର୍ଟ-ପ୍ଲଟ୍ ବିକ୍ରି ବେଳେ ଯୋଡନାବଦ୍ଧ ସହରର ପରିକଳ୍ପନା ଯେମିତି ବାଧକ ସାଜିବନି, ସେ ସବୁ ଦିଗକୁ ଅନୁଶୀଳନ ହେଉଛି। ଜାନୁଆରୀ ୭ ତାରିଖରେ ଶେଷ ମିଳିତ ବୈଠକ ବସିଥିଲା। ୧୫ ଦିନ ଭିତରେ ଡ୍ରାଫ୍ଟ ପ୍ରୋପୋଜାଲ୍‌ ରିପୋର୍ଟ ଆସିବ ବୋଲି କହିଥିଲେ ରାଜସ୍ୱ ମନ୍ତ୍ରୀ। ରାଜସ୍ୱ ମନ୍ତ୍ରୀ ବି କହିଥିଲେ, ଅସନ୍ତୁଳନ ଖୁବ୍ ଶୀଘ୍ର ଦୂର ହେବ।ସର୍ବାଧିକ ୫ହଜାର ବର୍ଗଫୁଟ ଯାଏଁ ପାର୍ଟ-ପ୍ଲଟ୍ ବିକ୍ରି ହୋଇପାରିବ। ଏହାକୁ ନେଇ ଥିବା କଟକଣା ହଟିବ। କିନ୍ତୁ ଏହା ଲାଗୁ ବେଳେ ଯେମିତି କୌଣସି ଓଡିଏ ଆକ୍ଟ ଆଳରେ ବାଧା ନ ଆସେ, ବିଭିନ୍ନ ଦିଗକୁ ତର୍ଜମା ହେଉଛି। ଏ ନେଇ ନିଷ୍ପତ୍ତି ସରିଛି। ମୋଡାଲିଟିକୁ ଅପେକ୍ଷା ଥିଲା।

ଟାଉନ ପ୍ଲାନିଂ ସ୍କିମ୍, ରିଂ ରୋଡ୍, ଟ୍ରାଇ-ସିଟି, ନ୍ୟୁ-ସିଟି ଭଳି ଅନେକ ଯୋଜନା ସହର ଉପକଣ୍ଠର ସମାନ୍ତରାଳ ବିକାଶରେ ଏକ ଏକ ମାଇଲଖୁଣ୍ଟ ସାଜିବ। ତେବେ ଏହା ସହ ଦୀର୍ଘ ଦିନ ହେଲା ଜମିର ଆଂଶିକ କିଣାବିକାରେ ଲାଗିଥିବା କଟକଣା ଲାଗି ସନ୍ତୁଳିତ ହେଉଥିବା ଲୋକଙ୍କୁ ବି ସରଳ ସହଜ ବାଟ ତୁରନ୍ତ ସରକାର ଦେଖାଇବା ଦରକାର। ପାର୍ଟ-ପ୍ଲଟ ପଞ୍ଜୀକରଣ କଟକଣା କୋହଳ ଲାଗି ମିଳିତ ଅନୁଧ୍ୟାନ ବେଳେ ଏକାଧିକ ଆଇନରେ ପରସ୍ପର ବିରୋଧୀ ଧାରା, ଆଇନର ଭୁଲ୍ ତର୍ଜମା, ସହରକୁ ଯୋଜନାବଦ୍ଧ ଭାବେ ଗଢ଼ିବା ବେଳେ ବିନା ରାସ୍ତାରେ ମନଇଛା ଘର ତୋଳିବା ଆଦି ଅସୁବିଧା ସାମ୍ନାକୁ ଆସିଥିଲା। ସେଥିଲାଗି ଏ ସବୁକୁ ଦୂର କରି ସହଜ, ସରଳ ଓ ସ୍ପଷ୍ଟ ବାଟ ଆସିବା ଜରୁରୀ।

Related Articles

Leave a Reply

Your email address will not be published. Required fields are marked *

Back to top button